ଇଲେକ୍ଟ୍ରୋନିକ୍ସ ସାଇନସ୍ ବିଭାଗର ସ୍ବାଗତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

0
205

ବ୍ରହ୍ମପୁର, ୦୭/୦୧/୨୦୨୩:ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ବୈଦ୍ୟୁତିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା (ଇଲେକ୍ଟ୍ରୋନିକ୍ସ ସାଇନସ୍) ସ୍ନାତକୋତ୍ତର ବିଭାଗ ପକ୍ଷରୁ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ଉତ୍ସବ ଅନୁଷ୍ଠିତ କରାଯାଇଥିଲା । ଏଥିରେ ବିଭାଗୀୟ ମୁଖ୍ୟ ଡ଼ଃ ଧ୍ରୁବ ଚରଣ ପଣ୍ଡା ପ୍ରଦୀପ ପ୍ରଜ୍ଜ୍ଵଲନ କରିବା ସହ ଉପଦେଶ ଦେଇଥିଲେ । ପ୍ରଫେସର ରବିନ୍ଦ୍ର କୁମାର ମିଶ୍ର ( ଆଭାସି ମାଧ୍ୟମ ରେ ) ଏବଂ ଡ଼ଃ ସୁଦାମ ପଣ୍ଡା, ଡ଼ଃ ଗୌରୀ ଶଙ୍କର ମହାରଣା, ଡ଼ଃ ଶୁଭେନ୍ଦୁ କୁମାର ଦାଶ, ଡ଼ଃ ରଶ୍ମିତା ପାଣିଗ୍ରାହୀ, କ୍ଲର୍କ ଗୀତାଞ୍ଜଳି ପଣ୍ଡା ପ୍ରଭୃତି ଉପସ୍ଥିତ ଥିଲେ। ବିଭାଗର ସାଧାରଣ ସମ୍ପାଦକ ତଥା ଦ୍ୱିତୀୟ ବର୍ଷର ଛାତ୍ର ଏନ୍.ନିଳମାଧବ ପାତ୍ରଙ୍କ ସମେତ ଅନ୍ୟ ସହପାଠୀ ମାନେ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here