ଘନଉଛି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜେଡି ପାଣିପାଗ : ଘଟକେଶ୍ୱରରେ ବିପିନ ପ୍ରଧାନ ସମର୍ଥକଙ୍କ ବନ୍ଧୁ ମିଳନ ।

0
183

ବ୍ରହ୍ମପୁର , ୦୭/୦୧/୨୦୨୩ : ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଜେଡ଼ି ପାଣିପାଗରେ ସମ୍ପ୍ରତି କିଛି ଅଲଗା ଆଶା କରାଯାଉଛି । ବିଜେଡିର ବରିଷ୍ଠ ବ୍ୟକ୍ତିତ୍ଵ ତଥା ପୂର୍ବତନ ମନ୍ତ୍ରୀ , ବାଚସ୍ପତି ତଥା ପାଞ୍ଚରୁ ଅଧିକ ଥର ନିୟମିତ ଦିଗପହଣ୍ଡିରୁ ବିଧାନସଭାକୁ ପ୍ରତିନିଧିତ୍ଵ କରିଥିବା ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସ୍ଵାସ୍ଥ୍ୟଗତ ଅସୁସ୍ଥତା କାରଣରୁ ଅଞ୍ଚଳ ସମ୍ପର୍କରେ ରହୁନଥିବା ଜଣାଯାଇଛି । ତେବେ ଦୀର୍ଘଦିନର ରାଜନୈତିକ ଅଭିଜ୍ଞତାକୁ ଆଧାର କରି ଏହି ଆସନରୁ ନିଜ ପୁଅ ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ରଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେବା ଲକ୍ଷ୍ୟରେ ଥିବା ଆଲୋଚନା ହେଉଅଛି । ଏହି ସ୍ଥିତିରେ ମାନ୍ୟବର ସୂର୍ଯ୍ୟ ବାବୁଙ୍କ ଅନୁପସ୍ଥିତିରେ ବିପ୍ଳବ ଦିଗପହଣ୍ଡି ବିଜେଡିର ମଙ୍ଗ ଧରି ଦଳୀୟ କାର୍ଯ୍ୟକ୍ରମ କରୁଥିଲା ବେଳେ ଏହା ଉଭୟ ଦିଗପହଣ୍ଡି ଏବଂ କୁକୁଡ଼ାଖଣ୍ଡି ବ୍ଲକ ରାଜନୀତିରେ ନୂତନ ସମୀକରଣ ସୃଷ୍ଟି ହୋଇଥିବା ଲକ୍ଷ କରାଯାଇଛି । କିଛି ନବାଗତ ଯୁବ ସଂଗଠକଙ୍କୁ ନେଇ ବିପ୍ଳବ ନିର୍ବାଚନ ମଣ୍ଡଳୀରେ ନିଜର ଦବଦବା ଜାହିର କରିବା ମସୁଧାରେ ଥିଲା ବେଳେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିପ୍ଳବଙ୍କ ଗୋଟି ଚାଳନାରେ ଗତ ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ ସମୟରେ ଘଟିଥିବା ସ୍ପର୍ଶକାତର ଘଟଣା ସମୂହକୁ ନେଇ ବରିଷ୍ଟ ବିଶିଷ୍ଟ ବିଜେଡି ନେତ୍ରୁବୃନ୍ଦ ବିପ୍ଳବଙ୍କୁ ଦାୟୀ କରି ନିର୍ଦ୍ଧିଷ୍ଟ ଦୂରତା ବଜାୟ ରଖିଥିବା ଆକଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଉଭୟ ବ୍ଲକର ପ୍ରାୟ ଦଳୀୟ ଛାମୁଆଁ ସଂଗଠକ ବିପ୍ଳବଙ୍କ ବିକଳ୍ପ ସନ୍ଧାନରେ ରହିବା ସହ ଦିଗପହଣ୍ଡି ବ୍ଲକରେ ତିରିଶ ବର୍ଷ ଧରି ଦଳୀୟ ଗୋଟି ଚାଳନାରେ ମାହିର ଥିବା ପୂର୍ବତନ ସମିତି ଅଧ୍ୟକ୍ଷ ,ଉପାଧ୍ୟକ୍ଷ ତଥା ସମ୍ପ୍ରତି ଜିଲ୍ଲାପରିଷଦ ସଭ୍ୟଥିବା ବରିଷ୍ଠ ବିଜେଡି ନେତା ବିପିନ ଚନ୍ଦ୍ର ପ୍ରଧାନଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିବା ସ୍ପଷ୍ଟ ବାରି ହେଉଅଛି । ଏହି ପରିପ୍ରେକ୍ଷୀରେ ଉଭୟ କୁକୁଡାଖଣ୍ଡି ଓ ଦିଗପହଣ୍ଡି ବ୍ଲକ ବିଜେଡି ରାଜନୀତିରେ ସୃଷ୍ଟି କରାଯାଊଥିବା ପ୍ରଶାସନିକ ହଟ ଚମଟକୁ ନେଇ ଉଭୟ ବ୍ଲକର ପ୍ରାୟ ନିର୍ବାଚିତ ଦଳୀୟ ଜନପ୍ରତିନିଧି ବିପ୍ଳବଙ୍କ କର୍ତୂତକୁ ନାପସନ୍ଦ କରୁଥିବା ସହ ଦୃଢ଼ ବିରୋଧ କରୁଥିବା ଜଣାଯାଇଛି । ଏହି ଅବସରରେ ନିୟମିତ ସମିତି ବୈଠକ କରାଯାଉନଥିବା ନେଇ କୁକୁଡ଼ାଖଣ୍ଡି ବ୍ଲକ ଜନପ୍ରତିନିଧିଙ୍କ ଯୁଦ୍ଧମ୍ ଦେହୀ ଡାକରା ପରେ ଶୁକ୍ରବାର ଦିନ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା , ବୈଠକରେ ସମିତି ଅଧ୍ୟକ୍ଷଙ୍କ ସହ ସମସ୍ତ ଲାଇନ୍ ଅଧିକାରୀଙ୍କୁ ସେମାନଙ୍କ ଠାରେ ଜନପ୍ରତିନିଧିଙ୍କ ପ୍ରତି ରହିଥିବା ଅଣଦେଖା ଭାବଧାରାକୁ ନେଇ ପ୍ରବଳ ହଟ୍ଟଗୋଳ ମଧ୍ୟ କରିଥିଲେ ।

ପୁଣି ଆଜି ଶନିବାର ଦିନ କୁକୁଡାଖଣ୍ଡି ବ୍ଳକ ଟାମଣା ନିକଟ ଘଟକେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଦିଗପହଣ୍ଡି ବ୍ଲକ ପୂର୍ବତନ ସରପଞ୍ଚ ସଂଘ ସଭାପତି ହରିବନ୍ଧୁ ରେଡ୍ଡୀଙ୍କ ତତ୍ତ୍ଵାବଧାନରେ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ ଏବଂ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉଭୟ ଦିଗପହଣ୍ଡି ଏବଂ କୁକୁଡ଼ା ଖଣ୍ଡି ବ୍ଳକର ବହୁ ବିପିନ ସମର୍ଥକ ଯୋଗ ଦେଇଥିବା ଜଣାଯାଇଛି । ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଦିଗପହଣ୍ଡିର ବରିଷ୍ଟ ବିଜେଡି ବ୍ୟକ୍ତିତ୍ଵ ଜିଲ୍ଲା ପରିଷଦ ସଭ୍ୟ ବିପିନ୍ ପ୍ରଧାନଙ୍କ ସହିତ କୁକୁଡ଼ାଖଣ୍ଡି ବ୍ଲକର ସାରଥି ପ୍ରସାଦ ଗୌଡ଼, ଜତିନ୍ଦ୍ର ପାତ୍ର, ସୁଧିର ରାଉତ, କେ଼.ଲଣ୍ଡା ପାତ୍ର, କେ.ଦେବରାଜ ପାତ୍ର, ସାନୁ ଗୌଡ଼, ଅନିଲ ଗୌଡ଼ , ଚନ୍ଦ୍ରଧ୍ଵଜ ସାହୁ, କୁଶଧର ସାହୁ, ପୂର୍ଣ୍ଣ ଚନ୍ଦ୍ର ନାୟକ, ରଞ୍ଜିତ ପାତ୍ରଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ । ଏଥିସହ ଦିଗପହଣ୍ଡିର ଉଦୟ ସ୍ବାଇଁ ବରିଷ୍ଠ ନେତା ଶମ୍ଭୁ ପଣ୍ଡା, ତପନ ପ୍ରଧାନ, ମୋହନ ମହାପାତ୍ର, ମନୋଜ ସାହୁ, ଅସିତ ସାହୁ, ମହେଶ ପ୍ରଧାନ, କୃଷ୍ଣଚନ୍ଦ୍ର ସାହୁ, ଦେଵହରି ଗୌଡ଼, ଭଗବାନ ବାଡତ୍ୟା, ଉମାକାନ୍ତ ବିଷୟୀ, ଲୁଲୁ ସର୍ଦ୍ଦାର, ରାଜ କିଶୋର ମାହାନ୍ତି, ପ୍ରମୋଦ ପାଣିଗ୍ରାହୀ, ବିକ୍ରମ ସିଂ , ଅମରେନ୍ଦ୍ର ସାମନ୍ତ, ସନ୍ୟାସୀ ପ୍ରଧାନ ପ୍ରମୁଖ ବହୁ ଯୁଵନେତା ଯୋଗଦାନ କରି ବନ୍ଧୁ ମିଳନ ସହ ଆଗାମୀ ଦଳୀୟ କାର୍ଯ୍ୟପନ୍ଥା ସହ ଦିଗପହଣ୍ଡି ଅଞ୍ଚଳର ବିକାଶରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ବାବୁଙ୍କ ଚିନ୍ତାଧାରା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ କାର୍ଯ୍ୟଶୈଳୀକୁ ନେଇ ଆଲୋଚନା କରିବା ଆସନ୍ତା ଦିନରେ ଦିଗପହଣ୍ଡି ରାଜନୀତିକୁ ନୂଆଁ ରୂପ ଦେବା ଚର୍ଚ୍ଚା ଧରିଛି ।

LEAVE A REPLY

Please enter your comment!
Please enter your name here