ଗଞ୍ଜାମରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

0
138

ବ୍ରହ୍ମପୁର,୧୧/୦୨/୨୦୨୩:
ଆଜି ଜିଲ୍ଲା କୋର୍ଟ ପରିସରରେ ୨୦୨୩ ମସିହାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇ ୧୬୪୫ ଟି ମାମଲାର ଆଶୁ ସମାଧାନ ହୋଇ ମୋଟ ୮,୧୭,୦୨,୭୮୬ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ କରାଯାଇଛି ।ଜାତୀୟ ଆଇନ ସେବା ପ୍ରାଧ୍ଵକରଣର ନିର୍ଦ୍ଦେଶାନୁସାରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧ୍ୟାକରଣ, କଟକ ସହଯୋଗ ରେ ଗଞ୍ଜାମ ଆଇନ ସେବା ପ୍ରାଧିକରଣ ପକ୍ଷରୁ ୨୦୨୩ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ପକ୍ଷଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଲୋକ ଅଦାଲତରେ ୩ଟି ବେଞ୍ଚର ଆୟୋଜନ କରାଯାଇଥିଲା । ଅତିରିକ୍ତ ଦାଇତ୍ବରେ ଥିବା ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧ୍ୟାକରଣର ଅଧ୍ୟକ୍ଷ ଶ୍ରୀମତୀ ସଂଘମିତ୍ରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଲୋକ ଅଦାଲତରେ ୯୮ଟି ମୋଟର ଜାନ ଦୁର୍ଘଟଣା ଜନିତ ମାମଲାର ଆପୋସ ବୁଝାମଣା ମାଧ୍ୟମରେ ସମାଧାନ କରି କ୍ଷତି ପୂରଣ ବାବଦକୁ ବୀମା କମ୍ପାନୀ ଗୁଡିକୁ ମୋଟ ୫,୧୦,୮୭,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ କରିଥିବା ବେଳେ ୩୪ ଟି ଚେକ ବାଉନ୍ସ ୬୯,୧୬,୯୯୫ଟଙ୍କା ପୁନରୁଦ୍ଧାର,୭୨ଟି ବିବାହ ସମ୍ପର୍କିତ, ୭୫୯ଟି ଅନ୍ୟାନ୍ୟ ଫଉଜଦାରି ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ହୋଇଯାଇଛି । ପରିବାର ଅଦାଲତରେ ଆପୋସ ମିଳାମିଶା ମାଧ୍ୟମରେ ସମାଧାନ ହୋଇ ବୈବାହିକ ଜୀବନ ସୁଚାରୁରୂପେ ନିର୍ବାହ କରିବା ପାଇଁ ରାଜି ହୋଇଛନ୍ତି। ଏଥ୍‌ରେ ୨ୟ ଏମ.ଏ.ସି.ଟି ଶ୍ରୀ ରାମ ଶଙ୍କର ହୋତା, ୧ମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ସଙ୍ଘମିତ୍ରା ଶର୍ମା, ୩ୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଡା. ଇନ୍ଦୁ ଶର୍ମା ମୋଟର ଦୁର୍ଘଟଣା ସମ୍ବନ୍ଧୀୟ ମକଦ୍ଦମାର ସମାଧାନରେ ଅଂଶ ଗ୍ରହଣ କରିଥିଲେ। ରେଜିଷ୍ଟ୍ରାର ଶ୍ରୀ ସୁଶାନ୍ତ କୁମାର ମିଶ୍ରଙ୍କ ଉପସ୍ଥିତି
ରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ସମେତ ଗଞ୍ଜାମର ଅନ୍ୟାନ୍ୟ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ କୈଳାଶ ସାହୁ ଲୋକ ଅଦାଲତର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here