ବ୍ରହ୍ମପୁର ଏମ. କେ.ସି. ଜି. ମେଡିକାଲ କଲେଜକୁ ୧୭ ତମ ଶରୀର ଦାନ

0
195

ବ୍ରହ୍ମପୁର,୧୧/୦୨/୨୦୨୩: ଭଞ୍ଜନଗର ନିବାସୀ ନବୀନ ଚନ୍ଦ୍ର ସାହୁ ଙ୍କ ବୟସ ୬୭ ବର୍ଷ ବୟସରେ ବ୍ରହ୍ମପୁର ବଡ ମେଡିକାଲରେ ଯକୃତ ଜନିତ ରୋଗରେ ଚିକିତ୍ସିତ ହେଉଥିବା ବେଳେ ଆଜି ଭୋରୁ ସମୟରେ ଦେହାନ୍ତ ହୋଇଯାଇଛି। ସେ ଆଗରୁ ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀମାନଙ୍କ ହିତ ପାଇଁ ମୃତ ଶରୀରକୁ ଦାନ କରିବା ପାଇଁ ସ୍ୱୀକୃତି/ ଇଛାପତ୍ର ଦେଇଥିଲେ। ପିତାଙ୍କର ସ୍ୱପ୍ନ ସାର୍ଥକ କରିବା ପାଇଁ ତାଙ୍କ ସ୍ତ୍ରୀ କୌଶଲ୍ୟା ସାହୁ, ଦୁଇ ପୁଅ କିରଣ କୁମାର ସାହୁ, ଆଲୋକ ସାହୁ,ଦୁଇ ପୁତ୍ରବଧୁ କୁସୁମ ବାଳା ସାହୁ ,ଇପ୍ସିତା ସାହୁ ଏବଂ ନାତି ନାତୁଣୀ ସୋନୁ, ସୁନା , ପରି ଓ ଚାରି ଭାଇ ପ୍ରଫୁଲଲଚନ୍ଦ୍ର ସାହୁ ,ସୁରେନ୍ଦ୍ର ନାଥ ସାହୁ, ପ୍ରମୋଦ କୁମାର ସାହୁ, ଦୁଷ୍ମନ୍ତ କୁମାର ସାହୁ ଓ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତିରେ ମର ଶରୀରକୁ ଦାନ କରିଥିଲେ । ଆନାଟୋମି ବିଭାଗର ଡା. ପ୍ରିତମ ପ୍ରତ୍ୟୁଷ ଦାସ, ଡା. ରଶ୍ମିରାଣୀ ପ୍ରଧାନ,ଡା. ସନ୍ତୋଷ ତନ୍ମୟ ମହାପାତ୍ର, ସୁଧୀର କୁମାର ବେହେରା ମର ଶରୀରକୁ ଗ୍ରହଣ କରିଥିଲେ। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ର ଆନାଟମି ବିଭାଗକୁ ଏହା ୧୭ ତମ ଶରୀର ଦାନ।ଶରୀର ଦାନ ପୂର୍ବରୁ ନବୀନ ଚନ୍ଦ୍ର ସାହୁଙ୍କର ଦୁଇଟି ଚକ୍ଷୁ ମଧ୍ୟ ଏମକେସିଜି ମେଡିକାଲ କଲେଜର ଚକ୍ଷୁ ବିଭାଗକୁ ଦାନ କରାଯାଇଛି।
ଏହି ସମୟରେ ଭାଉଜ ସବିତା ସାହୁ,ଭାଇବୋହୁ କସ୍ତୁରି ସାହୁ,ଭଣଜା ମୃତ୍ୟୁଞ୍ଜୟ ସାହୁ ସମେତ ଅନେକ ସଂପର୍କୀୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ଯ ବଦାଙ୍ଗି ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଦୁର୍ଯ୍ୟୋଧନ ସାହୁ ଏବଂ ଭଞ୍ଜନଗର ବ୍ଳକର ତତ୍କାଳୀନ ଉପାଧ୍ୟକ୍ଷ ସରୋଜିନୀ ସାହୁଙ୍କ ପୁତ୍ର ଥିଲେ ନବୀନ ଚନ୍ଦ୍ର ସାହୁ । ସେ ଜଣେ ମେଳାପି,ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ ।

LEAVE A REPLY

Please enter your comment!
Please enter your name here