ରଙ୍ଗେଇଲୁଣ୍ଡା ବ୍ଳକ ମନେରଗା ଯୋଜନାରେ ମହା ଦୂର୍ଣ୍ଣୀତି ପ୍ରସଙ୍ଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଅଭିଯୋଗ ଓ ତଦନ୍ତ ଦାବି ।

0
235

ବ୍ରହ୍ମପୁର,୧୧/୦୨/୨୦୨୩: ରଙ୍ଗେଇଲୁଣ୍ଡା ବ୍ଳକରେ ମନେରଗା ଯୋଜନାରେ ୨୦୧୭ ଠାରୁ ୨୦୨୨ ମଧ୍ୟରେ ହୋଇଥିବା କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା, ଅପବୟିତା ଓ ଅର୍ଥ ଆତ୍ମସାତ ଘଟଣାର ବିଧିବଦ୍ଧ ତଦନ୍ତ ନିମନ୍ତେ ବିଶ୍ବମ୍ବର ପାତ୍ର ନାମକ ଜଣେ ସୂଚନା ଅଧିକାର କର୍ମୀ ନିର୍ଦେଶକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ, ପ୍ରମୁଖ ନିର୍ଦେଶକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବ ଖଣ୍ଡ କୋଲକୋତା ଓ ଯୁଗ୍ମ ନିର୍ଦ୍ଦେଶକ ଭୂବନେଶ୍ଵର କାର୍ଯ୍ୟାଳୟରେ ଅଭିଯୋଗ କରି ଝାଡ଼ଖଣ୍ଡ ରାଜ୍ୟରେ ମନେରଗା ଯୋଜନାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରକାରର ଉଦାହରଣ ଉପସ୍ଥାପନା କରି ସେହି ବାଟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇଛନ୍ତି ।ସୂଚନାଯୋଗ୍ୟ, ବ୍ଳକରେ କୋଟି କୋଟି ଟଙ୍କାର ଦୂର୍ଣ୍ଣୀତି ହୋଇଥିବାର ପ୍ରମାଣ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପାଇଲା ପରେ ଶ୍ରୀ ପାତ୍ର ବିଭିନ୍ନ ଫୋରମରେ ଅଭିଯୋଗ କରି ଚାଲିଛନ୍ତି, ମାତ୍ର ଏଥିରେ ଉତକ୍ଷିପ୍ତ ହୋଇ କିଛି ଅସାମାଜିକ ତଥା ସରକାରୀ ଦଳର ନେତାମାନେ ଗତ ୧୯/୦୯/୨୦୨୨ ତାରିଖରେ ପାତ୍ରଙ୍କୁ ବ୍ଳକ ପରିସରରୁ ଅପହରଣ କରି ନେଇ ଜିବନରେ ମାରିଦେବା ପାଇଁ ଉଦ୍ୟମ କରିଥିଲେ। ଏହା ମଧ୍ୟରେ ବ୍ରହ୍ମପୁର ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରିଥାଇ ଯାଂଚ ପ୍ରକିୟା ଚାଲୁ ରହିଛି। ଏହା ମଧ୍ୟରେ ଭୂବନଶ୍ବର ସିବିଆଇ କାର୍ଯ୍ୟାଳୟ ପକ୍ଷରୁ ଚିଠି ନମ୍ବର 420/CA052022/A0097 Dt. 30/11/22ରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଚିଠି କରି ତଦନ୍ତ କରି ରିପୋର୍ଟ ଦେବାକୁ ପାଇଁ ଅନୁରୋଧ କରିଛନ୍ତି । ସିବିଆଇର ଚିଠି ପାଇଲା ପରେ ଭିଜିଲାନ୍ସ କତୃପକ୍ଷ ତପ୍ତରତା ପ୍ରକାଶ କରି ରଙ୍ଗେଇଲୁଣ୍ଡା ବ୍ଳକକୁ ଦୁଇରୁ ତିନି ଥର ଆସି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ପୂର୍ବରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଓମ୍ବୁଡସମେନ ଗତ ଛ ମାସ ହେଲା ବ୍ଳକକୁ ବିଭିନ୍ନ ସମୟରେ ଗସ୍ତ କରି ଫେରିଥିବା ଓ କିଛି ରାଜନୈତିକ ଓ ଅଦୃଶ୍ୟ ଚାପରେ ଚାପି ହୋଇ ତଦନ୍ତ ରିପୋର୍ଟକୁ ଏକ ବୁଝାମଣା ସ୍ତରରେ ପହଞ୍ଚାଇ ଦୂର୍ଣ୍ଣୀତିଖୋରଙ୍କୁ ଖସାଇବାକୁ ଅପଚେଷ୍ଟା କରୁଥିବା ସାଧାରଣରେ ଚର୍ଚ୍ଚା ଯୋର ଧରିଛି ।
ତେଣୁ, ଶ୍ରୀ ପାତ୍ର ରାଜ୍ୟ ସରକାରଙ୍କ ତଦନ୍ତ ଉପରୁ ଭରସା ତୁଟାଇ ଶେଷରେ କେନ୍ଦ୍ରିୟ ସଂସ୍ଥା ପକ୍ଷରୁ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here