ପ୍ରଥମ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ଉଦଘାଟିତ

0
150

ପୋଲସରା,୧୧/୦୨/୨୦୨୩: ପୋଲସରା ସହର ଲୁଣିଘାଟି ପଡ଼ିଆରେ ପ୍ରଥମ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ୨୦୨୩ ର ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମ ଫେବୃୟାରୀ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଛି । ପ୍ରଥମ ଦିବସ କାର୍ଯ୍ୟକ୍ରମରେ ମାରଦା ମହୋତ୍ସବ କମିଟି ସଭାପତି ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅଧ୍ୟକ୍ଷତା କରିଥିଲେ । ମନ୍ତ୍ରୀ ଶ୍ରୀସାହୁ କହିଥିଲେ ଯେ “ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏହି ମାଟିରେ ମାରଦା ମହୋତ୍ସବ ପ୍ରତିବର୍ଷ ଅନୁଷ୍ଠିତ ହେବ, ଯିଏ ବିଧାୟକ ହେବ ସିଏ ଏହି କମିଟିର ସଭାପତି ରହି ମହୋତ୍ସବ ଆୟୋଜନ କରିବେ। ସେଥିରେ ମୋର ସମ୍ପୂର୍ଣ୍ଣ ସହଯୋଗ ରହିବ”। ଉକ୍ତ ଐତିହାସିକ ମାରଦା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ମହନ୍ତ ସୁନ୍ଦର ରାମଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଇତିଶ୍ରୀ ସାମନ୍ତ ଯୋଗଦାନ କରି ନିଜ ମାଟିର କଳା ସଂସ୍କୃତିକୁ ଭଲ ପାଆନ୍ତୁ, ଏହା ଦ୍ବାରା ଆମେ ଓ ଆମ ଅଞ୍ଚଳ ପରିଚିତ ହୋଇପାରିବ। ସମ୍ମାନିତ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ଯମଣି ବୈଦ୍ଯ, ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ସିମାଞ୍ଚଳ ବେହେରା,ଓ ବିଧାୟିକା ନନ୍ଦିନୀ ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ବ୍ଳକ ଅଧ୍ଯକ୍ଷା କଳ୍ପନା ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ପୋଲସରା ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ମେମ୍ବର ଅଶୋକ ବିଷୋୟୀ, ବିକ୍ରମ ନାୟକ,ଓ ଝୁନୁ ଦାସ, ବୁଗୁଡା ବ୍ଳକ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରି, ବୁଗୁଡା ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ନାରୀନେତ୍ରୀ ଆରତୀ ଦେବୀ, ସାଂସଦ ପ୍ରତିନିଧି ପ୍ରତାପଚନ୍ଦ୍ର ପ୍ରଧାନ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ବିଧାୟକ ପ୍ରତିନିଧି ସୁକାନ୍ତ ଭୂୟାଁ, ଲଳିତ ମୋହନ ରଥ, ଶରତ ଚନ୍ଦ୍ର ପଟ୍ଟାନାୟକ, ପୁର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ ଯୋଗଦେଇଥିଲେ। ଏଥି ସହ ବିଭିନ୍ନ ବ୍ଳକର ସରପଞ୍ଚ, ସମିତି ମେମ୍ବର ଓ ଏନଏସି କାଉନସିଲର ବୃନ୍ଦ ଯୋଗ ଦେଇଥିଲେ। ପୋଲସରା ନିର୍ବାଚନ ମଣ୍ଡଳୀରରେ ବାଲିପଦର କୃଷ୍ଣସାର ମୃଗ ମହୋତ୍ସବ, ବୁଗୁଡା ବୁଦ୍ଧଖୋଲ ମହୋତ୍ସବ ଓ ପୋଲସରାରେ ପ୍ରଥମ ଥର ପାଇଁ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ଅନୁଷ୍ଠିତ ହୋଇଥିବା ଯୋଗୁଁ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଅତିଥି ବୃନ୍ଦ ଉଚ୍ଚ ପ୍ରଶଂସା କରିଥିଲେ। ମହୋତ୍ସବ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ୧୮ ଜଣଙ୍କୁ ମାନପତ୍ର, ଉପଢୌକନ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ “ଶରଣ ଶ୍ରୀକ୍ଷେତ୍ର ମାରଦା” ସ୍ମରଣିକା ଉନ୍ମୋଚିତ ହୋଇଥିଲା। ପ୍ରଥମେ ତିନି ଦିବସୀୟ ମହୋତ୍ସବ ପାଇଁ ମନ୍ତ୍ରୀ ଶ୍ରୀ ସାହୁ ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ମହୋତ୍ସବରେ ଅଞ୍ଚଳର ବିଭିନ୍ନ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳଚ୍ଚିତ୍ର ତାରକା ଓ ସଙ୍ଗୀତକାର ରିଆ ଓ ଅର୍ଚ୍ଚନା, ମଣ୍ଟୁ ଛୁରିଆ, ଐଶ୍ୱର୍ଯ୍ୟ ବେହେରା ଓ ଅନ୍ୟ ଡ୍ଯାନ୍ ଗୃପ ଦ୍ବାରା ଆୟୋଜିତ ନାଚ ଗୀତକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ। ମଣ୍ଟୁ ଛୁରିଆଙ୍କ ସମ୍ବଲପୁର ଗୀତର ତାଳେ ତାଳେ ଦର୍ଶକ ବୃନ୍ଦ ନାଚି ଉଠିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ମହୋତ୍ସବ କମିଟି ସଦସ୍ୟ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷାରେ ସହଯୋଗ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here