ପାଟପୁରରେ ପ୍ରଥମ ତାଇକୋଣ୍ଡ ରେଡ ବେଲ୍ଟ ପଦୋନ୍ନତି ପ୍ରତିଯୋଗୀତା

0
165

ବ୍ରହ୍ମପୁର, ୧୩/୦୨/୨୦୨୩ :
ଓଡ଼ିଶା ତାଇକୋଣ୍ଡ ଆସୋସିଏସନ୍ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲା ତାଇକୋଣ୍ଡ ଆସୋସିଏସନ୍ ପକ୍ଷରୁ ପାଟପୁର ଥାନା ପରିସରରେ ଚାଲିଥିବା ପାଟପୁର ଟାଇକୋଣ୍ଡା ଏକାଡେମୀର ପ୍ରଥମ ରେଡ ବେଲ୍ଟ ପ୍ରତିଯୋଗୀତା ରବିବାର ଅପରାହ୍ନରେ ପାଟପୁର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । କିଛିଦିନ ଧରି ଥାନା ପରିସରରେ କୁନିକୁନି ପିଲାଙ୍କୁ ଆତ୍ମରକ୍ଷା କୌଶଳ ଜନିତ ତାଇକୋଣ୍ଡ ଶିକ୍ଷା ପ୍ରଦାନ କରୁଥିବା ପାଟପୁର ଟାଇକୋଣ୍ଡା ଏକାଡେମୀ ମୁଖ୍ୟ କୋଚ୍ ବାସୁ ନାୟକ ଶିକ୍ଷାର୍ଥୀଙ୍କୁ ତାଲିମ ଦେଇ ଆସୁଥିଲେ । ସଂପ୍ରତି ସମାଜରେ ଶିଶୁଙ୍କ ପ୍ରତି କରାଯାଉଥିବା ଅମାନବୀୟ କାର୍ଯ୍ୟ ,ଅତ୍ୟାଚାର , ଅନ୍ୟାୟ ସହ ସୋଧନର ଶିକାର ହେଉଥିବା ଶିକ୍ଷାର୍ଥୀଙ୍କୁ ସେମାନଙ୍କ ପ୍ରତି କରାଯାଉଥିବା ଦୁରାବସ୍ଥାକୁ ପ୍ରତିହତ କରିବାକୁ ଶାରୀରିକ ଏବଂ ମାନସିକ ସ୍ତରରେ ଆତ୍ମ ସୁରକ୍ଷା ଲକ୍ଷ୍ୟରେ ପିଲାମାନଙ୍କୁ ଟାଇକୋଣ୍ଡା ଏକାଡେମୀ ଟ୍ରେନିଂ ଦେଉଥିବା ବେଳେ ଆଜି ପଟପୁରରେ ପ୍ରଥମ ଥର ପାଇଁ କଲର ବେଲ୍ଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ଅଧ୍ୟାପକ ଡ଼ଃ କୈଳାସ ଚନ୍ଦ୍ର ସ୍ୱାଇଁ,ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ସରକାରୀ ଓକିଲ ସତ୍ୟ ନାରାୟଣ ରଥ,ପାଟପୁର ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ହୃଷିକେଶ ନାୟକ,ଓକିଲ ଆଲୋକ ଚୌଧୁରୀ ପ୍ରମୁଖ ମଞ୍ଚାସିନ ରହିଥିଲେ । ଉପସ୍ଥିତ ଅତିଥି ଅଂଶ ଗ୍ରହଣ କରିଥିବା କୁନି ଶିକ୍ଷା ନବୀଶଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗୀତା ରେ ପ୍ରଥମ ହୋଇଥିବା ସୁନେନା ରାହୁଳ , ଦ୍ୱିତୀୟ ସିନ୍ଧିକୃଷ୍ଣ ମଲ୍ଲ, ତୃତୀୟ ଶୁଭମ ରେଡ୍ଡୀଙ୍କୁ ପୁରସ୍କୃତ କରିଥିଲେ । ଏହା ସହ ସମସ୍ତ ତାଇକୋଣ୍ଡ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ତର୍ଜାତୀୟ କୋଚ ତଥା ଗଞ୍ଜାମ ଜିଲ୍ଲା ତାଇକୋଣ୍ଡ ସଙ୍ଘର ସମ୍ପାଦକ କେ.ମନୋଜ ପ୍ରଧାନ . ଏନଆଇଏସ କୋଚ୍ ଇ.ଲଳିତ କୁମାର ଉପସ୍ଥିତ ରହି ପ୍ରତିଯୋଗୀଙ୍କ ଅତିଥି ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ପରିପ୍ରେକ୍ଷୀରେ କୋଲକତାରେ ଅନୁଷ୍ଠିତ ହୋଇଥିବା ଜାତୀୟ ପ୍ରତିଯୋଗୀତାରେ ସିଲଭର ପଦକ ପାଇଥିବା ଶୁଭମ ରେଡ୍ଡୀ . ଏସ ରୋଶନ ଦୋରା .ଏମ ସତ୍ୟ ପ୍ରିୟମଙ୍କୁ ଅତିଥିମାନେ ପୁରସ୍କୃତ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକଙ୍କ ସହ ପାଟପୁର ଥାନା କର୍ମଚାରୀ ଉପସ୍ଥିତ ଥିଲେ। ପରିଶେଷରେ ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ଏବଂ ଧର୍ମପତ୍ନୀ ମଧୁଛନ୍ଦା ମଲ୍ଲଙ୍କ ସହଯୋଗରେ ଥାନା ପରିସରରେ ଦୀର୍ଘ ଦିନ ଚାଲିଥିବା ଏହି ତାଇକୋଣ୍ଡ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅତିଥି ଓ ଅଭିଭାବକ ଧନ୍ୟବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here