ପ୍ରଦର ରୋଗ ସଚେତନତା ଓ ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

0
150

ବ୍ରହ୍ମପୁର,୧୩/୦୨/୨୦୨୩: ସ୍ଥାନୀୟ ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ସ୍ତ୍ରୀମାନଙ୍କ ପ୍ରଦର ରୋଗ ନିରାକରଣ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ମାସିକସ୍ରାବ ପରେ ମଧ୍ଯ ଯଦି ଲାଲ୍ ବା ମାଂସଧୂଆପାଣି ରଙ୍ଗର ସ୍ରାବ ହୁଏ ତାହାକୁ ରକ୍ତପ୍ରଦର କୁହାଯାଏ l ଲାଉ ଆମିଷ, କ୍ଷୀର ଆମିଷ, ମଦ୍ୟ, ବାରମ୍ବାର ଖାଇବା,ଗର୍ଭପାତ, ଅଧିକ ମୈଥୁନ,ଗାଡି ଚଳାଇବା, ଚିନ୍ତା,ଶୋକ ଦ୍ଵାରା ଏହି ରୋଗ ହୁଏ l ଏହି ସବୁ କାରଣକୁ ଛାଡି କଞ୍ଚା କଦଳୀ ରସ ସହ ଗୁଡ଼ କିମ୍ବା ଅଶୋକ ଛାଲି ସିଝା ପାଣି ପିଇଲେ ରକ୍ତ ପ୍ରଦର ଭଲ ହୋଇଯାଏ l ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଜୟନ୍ତୀ ଲାଲ ନରସି ଚୌହାନ,ଡି. ଶ୍ରୀନିବାସ ରାଓ, ଗଣେଶ ପ୍ରସାଦ ପରିଛା ଓ ମନ୍ଦିର କମିଟି ସଭ୍ଯ ସଭ୍ୟା ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ l ଉଲ୍ଲେଖଯୋଗ୍ୟ ଯେ,ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ଅନୁରୋଧ କରିଛନ୍ତି l

LEAVE A REPLY

Please enter your comment!
Please enter your name here