ବଡ଼ ବଜାର ଖଲାସି ସଙ୍ଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ।

0
179

ବ୍ରହ୍ମପୁର,୧୩/୦୨/୨୦୨୩:ସ୍ଥାନୀୟ ବଡ଼ ବଜାର ଖଲାସୀ ସଙ୍ଘର ୩୮ ତମ ବାର୍ଷିକ ସମ୍ମିଳନୀ ଉତ୍ସବ ଆଜି ସ୍ଥାନୀୟ ସୁକୁଣ୍ଡା ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁରରେ ଦୀର୍ଘ ୩୮ବର୍ଷ ଧରି ସଂଙ୍ଗଠାନକୁ ମଜବୁତ କରି ରଖିଥିବାରୁ ଉପସ୍ଥିତ ଅତିଥିଗଣ ସଂଘ୍ ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ପ୍ରଥମେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଖଲାସୀଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ ,ସାମାଜିକ ସୁରକ୍ଷା , ଶ୍ରମିକଙ୍କ ପୁଅଝିଅଙ୍କୁ ମାଗଣାରେ ଶିକ୍ଷା ଏବଂ ରାଜୀବ ଆବାସ ଯୋଜନା ଅନ୍ତର୍ଗତରେ ଗରିବ ଖଟିଖିଆ ଖଲାସୀ ଶ୍ରମିକଙ୍କୁ ଆବାସ ଯୋଗାଇବା ନେଇ ଦାବି କରାଯାଇଥିଲା । ଏହା ସହ ବ୍ରହ୍ମପୁରରେ ଖଲାସୀଙ୍କ ହିତରେ କାମ କରୁଥିବା ବିଭିନ୍ନ ଶ୍ରମିକ ସଂଗଠନ ଗୁଡ଼ିକୁ ଏକତ୍ରିତ କରି ଆଗାମୀ ଦିନରେ ଏକ ମିଳିତ ମଞ୍ଚ ଗଠନର ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା । ବରିଷ୍ଟ ଆଇନଜୀବି ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ଶ୍ରୀ ପୀତବାସ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି ସଂଘ ସମ୍ମିଳନୀରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଜେଶ୍ୱରୀ ଦୋରା , ହଳଦିଆପଦର ସରପଞ୍ଚ ଦଣ୍ଡପାଣି ବେହେରା , ସମିତି ସଭ୍ୟ ପ୍ରବୀଣ କୁମାର , ଆଇନଜୀବି ପ୍ରଦୀପ ପଣ୍ଡା , ବସନ୍ତ ପାତ୍ରଙ୍କ ସମେତ ସୁରେଶ ବେହେରା ,ବିପିନ ପାତ୍ର , କିଶୋର ପାତ୍ର , ବାସୁଦେବ ପାତ୍ର , ଟୁନା ପାତ୍ର, ବୁଡୁ ପାତ୍ର , ସୋମ୍ୟା ପାତ୍ର , ସନ୍ତୋଷ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here