ଭାମଶ୍ଯାଳି ଉଚ୍ଚ ଦ୍ୟାଳୟର ୨୨ ତମ ବାର୍ଷିକ ଉତ୍ସବ

0
87

ବୁଗୁଡା,୨୭/୦୨/୨୦୨୩: ଗଞ୍ଜାମଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଭାମଶ୍ୟାଳି ସରକାରୀ ଉଚ୍ଚ ବିଦ୍ୟାଳୟର ୨୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜି.ନାଗେଶ୍ବର ରାଓ ଅଧ୍ୟକ୍ଷତା କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦାନକରି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ, ସରକାରୀ ଶିକ୍ଷା ଅନୁଷ୍ଠାନ ପ୍ରତି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବିଭାବକ ବୃନ୍ଦଙ୍କୁ ଅବଗତ କରାଇବା ସହିତ ଛାତ୍ରଛାତ୍ରୀ ମାନେ ଉଚିତ ଶିକ୍ଷା ଗ୍ରହଣ କରି ଉତ୍ତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ କଞ୍ଚଣା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଡକ୍ଟର ଏସ. ସ୍ବାଇଁ, ବିଶିଷ୍ଠ ଅତିଥି ଭାବେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଅବସରପ୍ରାପ୍ତ କ୍ରିଡା ଶିକ୍ଷକ ବୈରାଗୀ ଚରଣ ବଳ, ସମ୍ମାନିତ ଅତିଥି ଭାବେ ବୁଗୁଡା ବ୍ଳକ ଅଧ୍ଯକ୍ଷା କେ. ପ୍ରିୟଦର୍ଶିନୀ ଆଚାରି , ସ୍ଥାନିୟ ସରପଞ୍ଚ ସଞ୍ଜୟ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ନିଜ ନିଜ ବକ୍ତବ୍ୟରେ ମାର୍ଗ ଦର୍ଶନ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ବିଦ୍ୟାଳୟର ୧୩୦ ଜଣ ଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ବୃନ୍ଦ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଶ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here