ସ୍ପନ୍ଦନ ଫାଉଣ୍ଡେସନ ତରଫରୁ ପର୍ବତାରୋହୀ ମଧୁସ୍ମିତା ପାତ୍ର ଙ୍କୁ ସମ୍ୱର୍ଦ୍ଧନା

0
180

ବ୍ରହ୍ମପୁର, ୦୪/୦୩/୨୦୨୩: ସ୍ପନ୍ଦନ୍ ଫାଉଣ୍ଡସନ ଟ୍ରଷ୍ଟ ତରଫରୁ ବ୍ରହ୍ମପୁରର ସୁନାମ ଧନ୍ୟ ପର୍ବତାରୋହୀ ମଧୁସ୍ମିତା ପାତ୍ର ଏବଂ ଗାୟକ ତଥା ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ୍ କରଯାଇଛି | ସୁଦୀପ ଜଣେ ବରିଷ୍ଠ ସାମ୍ବାଦିକ ଯିଏକି ତାଙ୍କ ଜୀବନର ୩୦ ବର୍ଷ ଧରି ସାମ୍ବାଦିକତା ଭାବେ ଘଟୁଥିବା ଘଟଣାଗୁଡ଼ିକ ସହିତ ସଭିଙ୍କୁ ଉତ୍ସର୍ଗ କରିଆସୁଛନ୍ତି | ମଧୁସ୍ମିତା ଜଣେ ପର୍ବତାରୋହୀ ଭାବେ ସୁନାମ ଅର୍ଜନ କରି ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ପ୍ରଶଂସିତ ହୋଇଛନ୍ତି ।ବ୍ରହ୍ମପୁରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତଥା ଗୋଷାଇଁନୂଆଗାଁ ଜଗନ୍ନାଥ ମନ୍ଦିର ର ମୂଖ୍ୟ ପରିଚାଳକ ପଞ୍ଚାନନ ଚୌଧୁରୀ ଏହି ସମ୍ବର୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସର୍ବଶକ୍ତିମାନ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିକଟ ମଣ୍ଡପ ପରିସରରେ ସ୍ପନ୍ଦନ ଫାଉଣ୍ଡେସନ ଟ୍ରଷ୍ଟ ଆଶୀର୍ବାଦ ସହିତ ମାନବ ସେବା ତଥା ମାନବିକତାର ସେବା ଯାତ୍ରା ଆରମ୍ଭ କରି ଏପରି କାଜ୍ୟକ୍ରମ ଆୟୋଜନ କରିଥିଲେ | ଏହି ଅବସରରେ ବରିଷ୍ଠ ସଦସ୍ୟ ସୀମା ଚୌଧୁରୀ, ଦିଲୀପ ମହାପାତ୍ର, ପ୍ରାଚି ପରିଚିତା, ମମତା ପାଢି, ସସ୍ମିତା ସାହୁ, ଅନ୍ତର୍ଯ୍ୟାମୀ ପାତ୍ର, ବଳରାମ ମହାନ୍ତି, ବାଲକ୍ରିଷ୍ଣା ସାମନ୍ତରାୟ୍ ପ୍ରମୁଖ ଉପସ୍ଥିତ ଥିଲେ । ଭବିଷ୍ୟତରେ ରେଶମ ସହରକୁ ସମୃଦ୍ଧ କରିବା ଏବଂ ସମାଜର ସେବା ପାଇଁ ନିଜକୁ ଏକ ଉଦାହରଣ ଭାବରେ ସ୍ଥାପନ କରିବା ଟ୍ରଷ୍ଟର ଲକ୍ଷ ବୋଲି କୁହାଯାଇଥିଲା |

LEAVE A REPLY

Please enter your comment!
Please enter your name here