ଗଞ୍ଜାମ ଓକିଲ ସଂଘ ନିର୍ବାଚନ ।ପ୍ରାର୍ଥୀ ପତ୍ର ଦାଖଲ ର ଶେଷ ଦିନ ରେ ୫ ପ୍ରାର୍ଥୀ ପତ୍ର ଦାଖଲ

0
246

ବ୍ରହ୍ମପୁର,୦୪/୦୩/୨୦୨୩:ଆଜି ଗଞ୍ଜାମ ଓକିଲ ସଂଘ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ର ଶେଷ ଦିନରେ ମୋଟ ୫ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।ଉପସଭାପତି ପଦବୀ ପାଇଁ ଦିଲ୍ଲୀପ କୁମାର ପାତ୍ର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ସଂପାଦକ ପଦବୀ ପାଇଁ ଶିବ ନାରାୟଣ ସାହୁ,ଜ୍ୟୋତି ପ୍ରସାଦ ଛୋଟରାୟ, ଅନିଲ କୁମାର ପଣ୍ଡା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।ସେପରି ସହ ସଂପାଦକ ପଦବୀ ପାଇଁ ତାପସ କୁମାର ସାହୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।ଗଞ୍ଜାମ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲ ର ଶେଷ ଦିନ ରହିଥିଲା।ଆସନ୍ତା ୧୦ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବା ସହ ଚୁଡାନ୍ତ ପ୍ରାର୍ଥୀ ତାଲିକା ୧୧ ତାରିଖରେ ପ୍ରକାଶ ପାଇବ। ସେପରି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଆସନ୍ତା ୧୨ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୫ ତାରିଖ ଦିନ ସକାଳ ୮ଠାରୁ ଅପରାହ୍ନ ୩ ଟା ଯାଏଁ ଭୋଟ ଗ୍ରହଣ କରାଯିବା ସହ ସେହି ଦିନ ୪ରେ ଭୋଟ ଗଣତି କରାଯାଇ ବିଜୟୀ ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯିବ।

LEAVE A REPLY

Please enter your comment!
Please enter your name here