ଗ୍ରାମ୍ୟ ପଞ୍ଚାୟତ ବିକାଶ ଯୋଜନାକୁ ସାକାର କରିବା ପାଇଁ ୱାର୍ଡ ସଭ୍ୟ/ସଭ୍ୟା ମାନଙ୍କୁ ପ୍ରଶିକ୍ଷଣ

0
116

ଗୋପାଳପୁର, ୦୬/୦୩/୨୦୨୩ : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ପ୍ରତିଷ୍ଠାନ, ଭୁବନେଶ୍ଵର ପ୍ରଯୋଜନାରେ ଗଞ୍ଜାମ ଜିଲ୍ଲା ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଇ.ଏସ.ଆର.ଡ଼ି ଚାଇଲ୍ଡଲାଇନ ଦ୍ଵାରା ଗୋପାଳପୁର ର ୟୁଥ ହଷ୍ଟେଲ ଠାରେ ରଙ୍ଗାଇଲୁଣ୍ଡ ପଞ୍ଚାୟତ ସମିତି ନବନିର୍ବାଚିତ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ ମୁଖ୍ୟ ମନ୍ତ୍ରୀ ରାଜନୈତିକ ସଚିବ ଶ୍ରୀ ଗୋପବନ୍ଧୁ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଜନସାଧାରଣ ନିଜର ମଲିକତ୍ଵ ଜାହିର କରିବା ସହ ସରକାରଙ୍କ ସମସ୍ତ ଯୋଜନା ଓ ସମ୍ବଳ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇବ ସହ ସମାଜର ପୁନର୍ଗଠନ ପାଇଁ ୱାର୍ଡ ସଭ୍ୟ/ସଭ୍ୟା ମାନଙ୍କ ସହ ପଞ୍ଚାୟତର ଭୂମିକା ଅତୀବ ଗୁରୁତ୍ଵପୂର୍ଣ୍ଣ । ପ୍ରଶିକ୍ଷଣ ପରେ ସମସ୍ତ ଜନପ୍ରତିନିଧି ସେମାନଙ୍କର ଦାୟୀତ୍ଵ ଓ କାର୍ଯ୍ୟକୁ ସୂଚାରୁ ଓ ପ୍ରଭାବଶଳୀ ରୂପେ ସମ୍ପାଦନ କରିବାକୁ ଆଶା ବ୍ୟକ୍ତ ବୋଲି ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଜିଲ୍ଲା ପରିଷଦ ଅଧକ୍ଷ। ଶ୍ରୀମତୀ ରାଜେଶ୍ଵରୀ ଡୋରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟ ଯନ୍ତ୍ରି ଶ୍ରୀ ବିଜୟ କୁମାର ପଣ୍ଡା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ, (ତାଲିମ ) ଶ୍ରୀ ବାଣୀ ଶୁଙ୍କଟ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦୀପକ ସାମନ୍ତ, ପୂର୍ବତ୍ତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଜଳେଶ୍ଵର ରେଡ୍ଡୀ , ଡୁରା ସରପଞ୍ଚ ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା, ୱାନ ସ୍ଟପ ସେଣ୍ଟର(ସଖୀ) କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ମହେଶ୍ଵତା ପାଢୀ, ପଞ୍ଚାୟତ ସମିତି ଉପାଧକ୍ଷା ଶ୍ରୀମତୀ ଅନିତା ମାହାକୁଡ ପ୍ରମୁଖ ମତ ବ୍ୟକ୍ତ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରଙ୍ଗାଇଲୁଣ୍ଡ। ବ୍ଲକର ଲୁହାଝର, ବଡ କୁଶସ୍ଥଳୀ, ସାତକୁଟୁଣୀ, ବକ୍ସିପଲ୍ଲି, ଭାବିନୀ ପୁର,ବିଶ୍ଵନାଥ ପୁର, ରଙ୍ଗାଇଲୁଣ୍ଡ।, କିରାପଲ୍ଲି, ଡୁରା, ନାରାୟଣ ପୁର, ପଞ୍ଚାୟତର ଶତାଧିକ ୱାର୍ଡ ସଭ୍ୟ/ସଭ୍ୟ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଙ୍କ ଦ୍ଵାରା ପାଞ୍ଚାୟତ ପତିନିଧି ଙ୍କ ଭୂମିକା ସମ୍ପର୍କିତ କାନ୍ଥ ପୋଷ୍ଟର ଉନ୍ମାଚିତ ହୋଇଥିଲା । କାର୍ଯ୍ୟକ୍ରମକୁ ଆଇ.ଏସ.ଆର.ଡ଼ି ନିର୍ଦ୍ଧେଶକ ସଭାପତିତ୍ଵ କରିଥିବା ବେଳେ ପ୍ରଦୀପ କୁମାର ପଣ୍ଡା, ଅଳକା ସାହୁ, ଡକ୍ଟର ରାମକୃଷ୍ଣ ସାହୁ ଓ ଶିବ ଗୋପାଳ ରେଡ୍ଡୀ ସମ୍ବଳ ବ୍ୟକ୍ତି ଭାବେ ରାଜ୍ୟ ସରକାରଙ୍କ ତରଫରୁ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ତରଫରୁ ପ୍ରଭାତ ପାଢୀ, ଗୋପାଳ କୃଷ୍ଣ ଦଳବେହେରା, ଶିବ ଶଙ୍କର ଦାସ, ବଲରାମ ମଲ୍ଲିକ, ସ୍ଵପ୍ନା ନହାକ, ଲକ୍ଷ୍ମଣ ରଥ ଓ କଲ୍ୟାଣ ସିଂ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here