ଯୁକ୍ତ ୨ ପରୀକ୍ଷା : ପଦାର୍ଥ ବିଜ୍ଞାନରେ କପିକରି ୪ ପରୀକ୍ଷାର୍ଥୀ ଧରାପଡ଼ିଲେ

0
187

ବ୍ରହ୍ମପୁର, ୦୬/୦୩/୨୦୨୩: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସଂଚାଳିତ ଚଳିତ ବର୍ଷର +୨ ବାର୍ଷିକ ପରୀକ୍ଷାର ଆଜି ଥିଲା ପଞ୍ଚମ ଦିନ l ଆଜି ବିଜ୍ଞାନ ସ୍ରୋତର ପଦାର୍ଥ ବିଜ୍ଞାନ ଏବଂ ଧନ୍ଦାମୂଳକ ସ୍ରୋତର ରାଜନୀତି ବିଜ୍ଞାନ, ରସାୟନ ବିଜ୍ଞାନ ଓ ବି.ଏସ୍.ଏମ୍. ପରୀକ୍ଷା ଥିଲା l ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାର ୨୦୭ଟି କେନ୍ଦ୍ରରେ ଆଜି ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ସମ୍ପନ୍ନ ହୋଇଛି l ଜୋନାଲ୍ ସ୍କ୍ୱାଡ୍ ସଦସ୍ୟମାନେ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ ସହ କପି ଅଭିଯୋଗରେ ୪ ଜଣ ପରୀକ୍ଷାର୍ଥୀଙ୍କୁ ବୁକ୍ କରିଥିବା ଜଣାପଡ଼ିଛି l
ଆଜି ଗଞ୍ଜାମ ଜିଲ୍ଲାର କନିଷି ସ୍ଥିତ ସିଦ୍ଧ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ପରୀକ୍ଷା ଖାତା ଚିରିଦେବା ଅଭିଯୋଗରେ କପି ଅଭିଯୁକ୍ତ ହୋଇଥିବା ବେଳେ ଭଞ୍ଜନଗର ସ୍ଥିତ ସାବିତ୍ରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଛାତ୍ରୀ, ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ଜଣେ ଓ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀ କପି ଅଭିଯୁକ୍ତ ହୋଇଛନ୍ତି l ଆସନ୍ତା ମାର୍ଚ୍ଚ ୯ ତାରିଖ ଦିନ ବିଜ୍ଞାନ ସ୍ରୋତର ରସାୟନ ବିଜ୍ଞାନ ଓ ଧନ୍ଦାମୂଳକ ସ୍ରୋତର ଇତିହାସ, ଆକାଉଣ୍ଟିଂ, ପଦାର୍ଥ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ l

LEAVE A REPLY

Please enter your comment!
Please enter your name here