ସାନଖେମୁଣ୍ଡି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

0
238

ବ୍ରହ୍ମପୁର, ୧୧/୦୩/୨୦୨୩ ନୂତନ ପେନସନ ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ସାନଖେମୁଣ୍ଡି ବ୍ଲକ୍ ଶାଖା ପକ୍ଷରୁ ପ୍ରାଥମିକ ଶିକ୍ଷକଙ୍କ ଠିକାନିଯୁକ୍ତି ଉଚ୍ଛେଦ , ଠିକା କାର୍ଯ୍ୟକାଳକୁ ୬ ଟି ଇଂକ୍ରିମେଣ୍ଟ ପ୍ରଦାନ ସହ ଚାକିରୀ କାଳ ଗଣନା ଲାଗୁ , ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ , ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ , ୨୦୦୧ରୁ ନିଯୁକ୍ତ ଶିକ୍ଷା ସହାୟକ ପଦବୀର ଶିକ୍ଷକଙ୍କ ବର୍ଗୀକରଣ ବ୍ୟବସ୍ଥା ଉଚ୍ଛେଦ କରିବା ସମେତ ବିଭିନ୍ନ ଦାବୀ ପୂରଣ ନେଇ ଆଜି ମୁଖ୍ୟମନ୍ତ୍ରୀ , ୫ଟି ସଚିବ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଧ୍ୟେଶରେ ବ୍ଲକ୍ ଶିକ୍ଷାଧିକାରୀ କୋରେସୁ ସେଠୀଙ୍କ ଜରିଆରେ ମୌଳିକ ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘ ସଭାପତି ଅଶୋକ ଖୁଣ୍ଟିଆ , ସମ୍ପାଦକ ସୁଶାନ୍ତ କୁମାର ତ୍ରିପାଠୀ , ଶିବରାମ ସାବତ , ଡି ମୁକେଶ ପାତ୍ର ସତ୍ୟନାରାୟଣ ନାୟକ , କୃଷ୍ଣଚନ୍ଦ୍ର ବେହେରା , ବିନୋଦ ଚନ୍ଦ୍ର ପ୍ରଧାନ , ଶଙ୍କର୍ଷଣ ସେଠୀ , ଜାଗିଲୀ ପଢ଼ିଆଳି ପ୍ରମୋଦ ବାଡତ୍ୟା , ଦିଲୀପ ସେନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କନିଷ୍ଠ ଶିକ୍ଷକ ସିଆରସିସି ପ୍ରମୁଖ ଯୋଗ ଦେଇ ଦୀର୍ଘ ୨୨ ବର୍ଷ ଧରି ପ୍ରାଥମିକ ଶିକ୍ଷକଙ୍କୁ କ୍ରମାଗତ ସରକାରି ଅବହେଳାର ତୀବ୍ର ପ୍ରତିବାଦ କରିଥିଲେ । ଆସନ୍ତା ୧୫ ତାରିଖ ସୁଦ୍ଧା ସମସ୍ତ ଦାବୀ ପୂରଣ ନହେଲେ ଆଗାମୀ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ କ୍ଷୋଭର ସହ ପ୍ରତିକ୍ରିୟା ରଖାଯାଇଛି ।

LEAVE A REPLY

Please enter your comment!
Please enter your name here