ବିଶ୍ବ ଗ୍ଲକୋମା ସପ୍ତାହ ଅବସରରେ ରାଲି

0
251

ବ୍ରହ୍ମପୁର,୧୨/୦୩/୨୦୨୩: ଆଜି ବିଶ୍ବ ଗ୍ଲକୋମା ସପ୍ତାହ ର ପ୍ରଥମ ଦିବସ ରେ ଏମ କେ ସି ଜି ମେଡିକାଲ ଚକ୍ଷୁ ବିଭାଗ ରେ ଏକ ସ୍ବତନ୍ତ୍ର ଗ୍ଳକୋମା ସଚେତନତା ରାଲି ର ବ୍ୟବସ୍ଥା ହୋଇଥିଲା।ଏଥିରେ ଏମ କେ ସି ଜି ମେଡିକାଲ ଅଧ୍ୟକ୍ଷ ପ୍ରଫେସର ଅବନୀ କାନ୍ତ ମିଶ୍ର ଏହାର ଶୁଭାରମ୍ଭ କରିଥିଲେ।ବିଭାଗୀୟ ମୁଖ୍ୟ ଡାକ୍ତର ସୁଚିତ୍ରା ଦାଶ ଏହାକୁ ପରିଚାଳନା କରି ଗ୍ଲକୋମା ବିଷୟରେ ଜନସାଧାରଣ ଙ୍କୁ ଆଉଟଡୋର ସାମ୍ନାରେ ବୁଝାଇ କହିଥିଲେ। ଏହି ରାଲି ରେ ଡାକ୍ତର ପ୍ରଜ୍ଞା ପଣ୍ଡା,ଡାକ୍ତର ସବିତା ଦେବୀ,ଡାକ୍ତର ଅନୁରାଧା, ଡାକ୍ତର ସୁଶାନ୍ତ ପୁଜାହାରୀ,ଡାକ୍ତର ଦୀପକ ଚୌଧୁରୀ ସମେତ ପିଜି ଛାତ୍ରଛାତ୍ରୀ, ଚକ୍ଷୁ ଚିକିତ୍ସା ସହାୟକ ଏବଂ ନର୍ସିଂ କର୍ମଚାରୀ ଆଦି ଯୋଗ ଦେଇଥିଲେ। ଠିକ୍ ସମୟରେ ଗ୍ଲକୋମା କୁ ଚିହ୍ନଟ କରି ଚିକିତ୍ସା କରିଲେ,ଏହା ଜନିତ ଅନ୍ଧତ୍ବ ରୁ ଲୋକମାନେ ରକ୍ଷା ପାଇପାରିବେ।ଏହା ଲକ୍ଷଣ ବିହୀନ ହୋଇଥିବାରୁ ଲୋକଟିର ଅଜାଣତରେ ଦୃଷ୍ଟି ଶକ୍ତି ଚାଲିଯାଏ।ତେଣୁ ୪୦ ବର୍ଷ ରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ବର୍ଷ କୁ ଥରେ ଅତ୍ୟନ୍ତ ନିଜର ଚକ୍ଷୁ ପରିକ୍ଷା ଓ ଚକ୍ଷୁ ର ଚାପ ମାପିନେବା ଆବଶ୍ୟକ ବୋଲି ଚକ୍ଷୁ ବିଶେଷଜ୍ଞ ମାନେ ଆଜିର ଦିନରେ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here