ଇନଫ୍ଲୁଏଞ୍ଜା ସଚେତନା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

0
155

ବ୍ରହ୍ମପୁର,୧୩/୦୩/୨୦୨୩:ସ୍ଥାନୀୟ ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଇନଫ୍ଲୁଏଞ୍ଜା ନିରାକରଣ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ଉତ୍ତେଜନା, ଚିନ୍ତା ଅହିତକର ଆହାର ବିହାର ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ଶରୀରରୁ କମିଯାଏ ।ମଦ୍ୟ, ଧୂମ ପାନ ଦ୍ଵାରା ଶ୍ୱାସ ନଳିକା ଦୁର୍ବଳ ହୋଇଯାଏ, ଜଳବାୟୁ ପ୍ରଦୂଷଣ ଦ୍ଵାରା ଆବାଶ୍ୟକୀୟ ଅମ୍ଳଜାନ ଶରୀର ପାଏ ନାହିଁ ଫଳରେ ଗଳା,ନାସା ଏଚ୩ ଏନ୨ ଭୂତାଣୁ ସଂକ୍ରମିତ ହୁଏ l ଉପରୋକ୍ତ କାରଣ ସବୁ ଛାଡ଼ି ବୃକ୍ଷଭରା ଖୋଲା ଜାଗାରେ ପ୍ରାତଃ ଭ୍ରମଣ,ଯୋଗ, ପ୍ରାଣାୟାମ କରିବା ସହ ମାସ୍କ, ପିନ୍ଧିବା ଜନଗହଳି ନଯିବା, ହାତ ଧୋଇବା ଗନ୍ଧକର୍ପୁର ପକେଟରେ ରଖିବା,ବାହାର ଖାଦ୍ୟ, ଆମିଷ ପରିତ୍ୟାଗ କରିବା,ପୃଷ୍ଟିକର,ହଜମ ହେଉଥିବା ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ତିନି ଗ୍ରାମ ହଳଦୀ ଗୁଣ୍ଡ ଉଷ୍ଣ କ୍ଷୀରରେ ମିଶାଈ ପିଇବେ। କଦାପି ଆଣ୍ଟିବାୟୋଟିକ ଖାଇବେ ନାହିଁ । ସଂକ୍ରମିତ ହେଲେ ତୁଲସୀ, ଡାଲଚିନି, କଳାମରିଚ, ଶୁଣ୍ଠି, ଦ୍ରାକ୍ଷା ସିଝାଇ ଗୁଡ଼ ମିଶାଇ ପିଇବେ। ରାଶି ତେଲ ଛ’ବିନ୍ଦୁ ଉଭୟ ନାକରେ ପକାଇବେ ଓ ୧୫ମି.ଲି.ମୁଖରେ ୩ ମିନଟ ରଖି ଗରମ ପାଣିରେ କୁଳି କରିବେ । ଗଳା ଖସ୍ଖସ୍ ହେଲେ ପୁଦିନା ପତ୍ର ଓ ଜୁଆଣି ଗରମ ପାଣିରେ ପକାଇ ବାଷ୍ପ ନେବେ, ଲବଙ୍ଗ ଗୁଣ୍ଡ ଦୁଇ ଗ୍ରାମ ଦିନରେ ତିନିଥର ମହୁ ସହିତ ଚାଟି ଖାଇବା ପାଇଁ ପରାମର୍ଶ ଦେଇଥିଲେ l
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଜୟନ୍ତୀ ଲାଲ ନରସି ଚୌହାନ,ଡି. ଶ୍ରୀନିବାସ ରାଓ, ଗଣେଶ ପ୍ରସାଦ ପରିଛା ଓ ମନ୍ଦିର କମିଟି ସଭ୍ଯ ସଭ୍ୟା ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ,ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here