ପ୍ରତ୍ୟେକ ଝିଅ ଅନନ୍ୟା : ସାନଖେମୁଣ୍ଡିରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଟାସ୍କ ଫୋର୍ସ ବୈଠକ

0
220

ବ୍ରହ୍ମପୁର ,୧୪/୦୩/୨୦୨୩ : ପରିବର୍ତ୍ତିତ ସମାଜର ପ୍ରଗତିକୁ ଆଧାର କରି ସମ୍ପ୍ରତି ଦେଶ ତଥା ରାଷ୍ଟ୍ର ଉନ୍ନତିର ସୋପାନକୁ ଅତିକ୍ରମ କରିଥିବା ବେଳେ ସାମାଜିକ ମାନସିକତାର ଅବକ୍ଷୟ ଘଟୁଛି । ଆକାଶ ଛୁଆଁ ପ୍ରଗତିର ମୂଲ୍ୟବୋଧରୁ ନିଜକୁ ଦୂରରେ ରଖି ଆଜି ବି ସଭ୍ୟତା ପୁରୁଷ ପ୍ରାଧାନ୍ୟ ହୋଇରହିଛି । ଯଦିଓ ସରକାର ବିଭିନ୍ନ ସମାଜ ମଙ୍ଗଳ ଯୋଜନା ପ୍ରଣୟନ କରି ଏଥିରେ କିଛି ପରିବର୍ତ୍ତନ ଭରସା ରଖିଥିଲା ବେଳେ ସ୍ଥଳବିଶେଷରେ ଏହାର ନକାରାତ୍ମକ ପ୍ରଭାବ ଦେଖାଯାଇଛି । ନାରୀ ନଥିଲେ ପୁରୁଷ ଅସମ୍ଭବ ହୋଇଥିଲା ବେଳେ ସଭ୍ୟତା କିନ୍ତୁ ନାରୀକୁ ଅବଳା ଦୁର୍ବଳା ଆଖ୍ୟାରେ ନାରୀ ଜାତିକୁ ଧ୍ଵଂସ ମୁଖରେ ରଖିଛି । ଏହାର ପ୍ରଭାବ ସମ୍ପ୍ରତି ସମାଜରେ ପରିଲକ୍ଷିତ ହେଉଥିଲେ ମଧ୍ୟ ଶିଶୁ କନ୍ୟା ଭ୍ରୁଣ ହତ୍ୟା ଠାରୁ ସେମାନଙ୍କ ସାମାଜିକ ସମାନତା , ଲିଙ୍ଗଗତ ବୈଷମ୍ୟତା , ଶିକ୍ଷା ଗ୍ରହଣରେ ବାଧା ପହଞ୍ଚାଇବା ଏବଂ ନାବାଳିକା ବିବାହକୁ ପ୍ରୋତ୍ସାହିତ କରି ନିଜ ପତିଆରାକୁ ନିଜେ କ୍ଷୁର୍ଣ୍ଣ କରିଚାଲିଛି । ଅତଏବ ସମାଜର ମୁଖ୍ୟ ସ୍ରୋତରେ ମା ଭଉଣୀ ସ୍ତ୍ରୀ ଝିଅଙ୍କ ପ୍ରତି ନିଜେ ହିଁ ସଙ୍କଟ ସୃଷ୍ଟିକରି ସମାଜକୁ ଏକ ଦାରୁଣ ବିପର୍ଯ୍ୟୟ ସ୍ଥିତିରେ ରଖିଛି । ପ୍ରତ୍ୟେକ ଝିଅ ଅନନ୍ୟା ଏବଂ ଅବତାରୀ ହୋଇଥିବାରୁ ସମାଜରେ ଦେଖାଯାଉଥିବା ବିଲୟ ମାତ୍ରାରେ ପରିବର୍ତ୍ତନ ଅବଶ୍ୟମ୍ଭବି ହୋଇଛି । ଏଣୁ ସୃଷ୍ଟିର ସୁରକ୍ଷା ପାଇଁ ଏମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆଜି ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଟାସ୍କଫୋର୍ସ ବୈଠକରେ ଯୋଗଦେଇଥିବା ଅଞ୍ଚଳ ଜନପ୍ରତିନିଧି ଏବଂ ଅଧିକାରୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଅଛି ।

ସାନଖେମୁଣ୍ଡି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସୌଜନ୍ୟରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କହଁରଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ରଙ୍କ ସହ ବ୍ଲକ ଏଏଫଓ ସଂଜିତ୍ କୁମାର , ଗୋଷ୍ଠୀ ମଙ୍ଗଳ ଅଧିକାରୀ ଜୟନ୍ତ ସାମନ୍ତସିଂହାର ବିଏସଏସଓ ରମାକାନ୍ତ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ପଞ୍ଚାୟତ ଜନପ୍ରତିନିଧି , ଶିଶୁ ସୁରକ୍ଷା କମିଟି ସଦସ୍ୟ ବୃନ୍ଦ , ଆଇସିଡିଏସ ପରିଦର୍ଶିକା ମଣ୍ଡଳୀ , ମିଶନ ଶକ୍ତି ସଂଯୋଜିଲାଙ୍କ ସହ କନ୍ୟା ଶିଶୁ ଜନ୍ମଦାତ୍ରୀ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରଶିକ୍ଷଣ ଓ ସଚେତନତା କରି ସେମାନେ କନ୍ୟା ସନ୍ତାନର ସୁରକ୍ଷାକୁ ନେଇ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସରକାରୀ ନ ଭାବି ସମାଜର ମଙ୍ଗଳ ପାଇଁ ସଚେତନତାକୁ ବ୍ୟାପକ କରାଯିବାକୁ ଅନୁପ୍ରାଣିତ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବହୁ ନବ ଜନ୍ମିତ ଶିଶୁ କନ୍ୟାଙ୍କ ସହିତ ସେମାନଙ୍କ ମାନଙ୍କୁ ପୁରସ୍କୃତ କରାଯାଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିପିସି ଦୁର୍ଯ୍ୟୋଧନ ମଲ୍ଲିକ ଙ୍କ ସହ ପ୍ରକଳ୍ପ କର୍ମଚାରୀ ମିଳିତ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here