ମାର୍ଚ୍ଚ ୧୬ରୁ ୨୦ ପଞ୍ଚ ଦିବସୀୟ ହର୍ବାଲ ମେଳା। ଯୋଗ ଦେବେ ପଚାଶରୁ ଉର୍ଦ୍ଧ ବୈଦ୍ୟ ଏବଂ ବହୁ ସଂଖ୍ୟାରେ ଡାକ୍ତର

0
161

ବ୍ରହ୍ମପୁର,୧୪/୦୩/୨୦୨୩:ବ୍ରହ୍ମପୁର ସହରରେ ହର୍ବାଲ ମେଳା ଆୟୋଜନ ୨୦୦୯ ମସିହାରୁ ହୋଇ ଆସୁଥିବା ବେଳେ ଏହି ବର୍ଷ ୧୩ ତମ ସଂସ୍କରଣ କେ ସି ହାଇସ୍କୁଲ ଖେଳ ପଡ଼ିଆ ବ୍ରହ୍ମପୁର ଠାରେ ଆୟୋଜନ ହେବା ପାଇଁ ଯାଉଛି। ଓଡିଶା ର ବିଭିନ୍ନ ଜିଲ୍ଲା ଏବଂ ସ୍ଥାନୀୟ ଅଂଚଳରୁ ପ୍ରାୟ ୫୦ ରୁ ଉର୍ଦ୍ଧ୍ଵ ବୈଦ୍ୟ, କଡିବୁଟି ଚିକିତ୍ସକ ଔଷଧ ପ୍ରସ୍ତୁତ ସଂସ୍ଥାଙ୍କ ଯୋଗଦାନ ସମେତ ବିଭିନ୍ନ ଔଷଧୀୟ ଦ୍ରବ୍ୟ ଓ ଗଛ ବିକ୍ରୟ କରାଯିବ। ଦୈନିକ ବହୁ ଅନୁଭବୀ ବରିଷ୍ଠ ଆୟୁର୍ବେଦ ଡାକ୍ତର ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ସହିତ ନିଃଶୁଳ୍କ ପରାମର୍ଶ ଦେବେ। ବିଭିନ୍ନ ରୋଗ ସଂପର୍କ ରେ ଆଲୋଚନା ଚକ୍ର ଆୟୋଜନ କରାଯାଇ ରୋଗ ସଂପର୍କ ରେ
ସଚେତନତା ଓ ଚିକିତ୍ସା ସମ୍ବନ୍ଧ ରେ କର୍ମଶାଳା ଆଯୋଜନ କରାଯିବ। ଏହି ମେଳା ପରିସର ରେ ବୈଦ୍ୟମାନଙ୍କ ସମାବେଶ
ଏବଂ ବିଭିନ୍ନ ବିଭାଗ ର ଆୟୁଷ ଡାକ୍ତର ଙ୍କ ସମେତ ବହୁ ବରିଷ୍ଠ ଅଧ୍ୟାପକ ଯୋଗଦାନ ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି।ବ୍ରହ୍ମପୁର ସହରର ବହୁ ଗୁଣୀ ଜ୍ଞାନୀ ବରିଷ୍ଠ ବ୍ୟକ୍ତି ବିଶେଷ ଦୈନିକ ସନ୍ଧ୍ୟା ଆଲୋଚନା ଚକ୍ର ରେ ଯୋଗ ଦେଇ ହର୍ବଲ ମେଳା ପରିସର ରେ ସାଂପ୍ରତିକ ସମୟରେ ଜଡିବୁଟି ଚିକିତ୍ସା ସମସ୍ତେ ଆଲୋଚନା ରେ ଅଂଶ ଗ୍ରହଣ କରିବା ସହିତ ଦୈନିକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସ୍ଥାନୀୟ କଳାକାର ସଂଗୀତ ପ୍ରେମୀ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିବେ। ବ୍ରହ୍ମପୁର ବନଖଣ୍ଡର ମୁଖ୍ୟ ଡିଏଫଓ ସନି ଖୋଖର,ଏସିଏଫ ଏ. ମାଧବିଲତା, କାର୍ଯ୍ୟକ୍ରମ ସଂଯୋଜକ ଡାକ୍ତର ସାଗର ରଂଜନ ତ୍ରିପାଠୀ ଏବଂ ବରିଷ୍ଠ ସହାୟକ ଦିଗମ୍ବର ପାତ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟଯେ ଓଡ଼ିଶା ଔଷଧ ବୃକ୍ଷ ପରିଷଦ ଏବଂ ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ବିଗତ ତେର ବର୍ଷ ଧରି ହର୍ବାଲ ମେଳା ବ୍ରହ୍ମପୁର ସହରରେ ଆୟୋଜନ ହୋଇ ଆସୁଛି। ହର୍ବାଲ ମେଳା ପରିସରରେ ବହୁ ସଂଖ୍ୟକ ସାଧାରଣ ଜନତା ବୁଲିବାକୁ ଆସି ଚିକିତ୍ସା ସମ୍ବନ୍ଧରେ ପରାମର୍ଶ ଗ୍ରହଣ କରିବା ସହିତ ବିଭିନ୍ନ ପ୍ରକାର ଔଷଧୀୟ ଦ୍ରବ୍ୟ ଓ ଔଷଧ କିଣି ନେବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ।ଓଡ଼ିଶାର କବିରାଜି ଚିକିତ୍ସା ପରଂପରା ରେ ଏହି ଅଞ୍ଚଳ ର ସୁନାମ ଅର୍ଜନ କରିବା ସହିତ ଆଜି ମଧ୍ୟ ଆୟୁର୍ବେଦ ଜଡିବୁଟି ଚିକିତ୍ସା ଉପରେ ନିର୍ଭର କରନ୍ତି ଅନେକ ପରିବାର । ବର୍ତ୍ତମାନ ରାଜ୍ୟ ସରକାରଙ୍କ ବହୁ ଉଲ୍ଲେଖ କାର୍ଯ୍ୟକ୍ରମ ମଧ୍ୟରୁ ହର୍ବାଲ ମେଳା ଆୟୋଜନ ଏକ ବଡ଼ ଉପଲବ୍ଧି। ବର୍ତ୍ତମାନ ବ୍ରହ୍ମପୁର ସହର ରେ ଆଗାମୀ ପାଞ୍ଚ ଦିନ ପାଇଁ ଆୟୋଜନ ହେବା ପାଇଁ ଯାଉଥିବା ୧୬ ରୁ ୨୦ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବହୁ ସଂଖ୍ୟାର ସାଧାରଣ ଜନତା ବୁଲିବାକୁ ଆସି ମେଳା ଆୟୋଜନ କୁ ସଫଳ କରିବା ପାଇଁ ହର୍ବାଲ ମେଳା ର ଅଧକ୍ଷ୍ୟ ଡି ଏଫ ଓ ସନି ଖୋଖର ସମସ୍ତ ଙ୍କ ସହଯୋଗ କାମନାକରିଛନ୍ତି ।

LEAVE A REPLY

Please enter your comment!
Please enter your name here