ସ୍ୱାସ୍ଥ୍ୟ ସେବା ପ୍ରତି ଗ୍ରାମାଞ୍ଚଳ ମହିଳାଙ୍କୁ ସଚେତନ କରି ସିଏଚଓ ପୁରସ୍କୃତ । ଜାତୀୟ ସ୍ତରରେ ପୁରସ୍କୃତ ହେବାରେ ଓଡ଼ିଶାରୁ ଜଣେ

0
136

ପାତ୍ରପୁର,୧୮/୦୩/୨୦୨୩:ସମଗ୍ର ଓଡିଶାରୁ ଜଣେ ବ୍ୟକ୍ତି ଭାବେ ପାତ୍ରପୁର ଗୋଷ୍ଠିକେନ୍ଦ୍ର ଅନ୍ତର୍ଗତ ବି.ନୂଆଗାଁ ସିଏଚଓ ଆର.ତ୍ରିବେଣୀ ଜାତୀୟ ସ୍ତରରେ ପୁରସ୍କୃତ ହୋଇ କେବଳ ପାତ୍ରପୁର ବ୍ଲକ ନୁଁହ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଦିଲ୍ଲୀରେ ୟୁଏସଆଇଡି ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ପାଳନର ଏକ ସ୍ୱତନ୍ତ୍ର ଉତ୍ସବ ରେ ତ୍ରିବେଣୀକୁ ପୁରସ୍କୃତ କରାଯାଇଛି ।ଗ୍ରାମାଞ୍ଚଳର ମହିଳା ମାନଙ୍କୁ ସରକାରଙ୍କ ସ୍ୱାସ୍ଥ୍ୟସେବା ପ୍ରତି ସଚେତନ କରି ସେମାନଙ୍କୁ ସଶକ୍ତ କରିବା ଦିଗରେ ତ୍ରିବେଣୀଙ୍କ ପ୍ରଶଂସନୀୟ କାର୍ଯ୍ୟକୁ ଉକ୍ତ ଉତ୍ସବରେ ଦିଲ୍ଲୀ ସରକାରଙ୍କ ପଦାଧିକାରୀ, ମହିଳା କମିଶନ ଓ ୟୁଏସଆଇଡ଼ି କର୍ତ୍ତୃପକ୍ଷ ଭୁୟସୀ ପ୍ରଶଂସା କରି ସେ ଅନ୍ୟ ପାଇଁ ଉଦାହରଣ ବୋଲି କହିଛନ୍ତି । ମୋଟ ୨୧ ଜଣ ପୁରସ୍କୃତ ବ୍ୟକ୍ତିତ୍ୱଙ୍କୁ ମଧ୍ୟରୁ ଓଡିଶାରୁ ଜଣେ ଭାବେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ଆର.ତ୍ରିବେଣୀ ନିଜ କାର୍ଯ୍ୟପାଇଁ ପୁରସ୍କୃତ ହୋଇଥିବାରୁ ତାଙ୍କୁ ପାତ୍ରପୁର ମେଡିକାଲ ଇଂଚାର୍ଜ ଡା.ସମ୍ବିତ ବେଗରାୟ ଓ ତାଙ୍କ ପୁରା ଟିମ ଶୁଭେଚ୍ଛା ଜଣେଇଛନ୍ତି । ଜାତୀୟ ସ୍ତରରେ ପୁରସ୍କୃତ ହେବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ତ୍ରିବେଣୀ କହିବା ସହିତ ଏଭଳି କାର୍ଯ୍ୟ ସେ ଆଗକୁ ବି ଜାରି ରଖିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here