ହର୍ବାଲ ମେଳାର ତୃତୀୟ ସନ୍ଧ୍ୟାରେ ମଧୁମେହ ଓ ତାହାର ନିରାକରଣ ଉପରେ ଆଲୋଚନା ଚକ୍ର

0
160

ବ୍ରହ୍ମପୁର,୧୮/୦୩/୨୦୨୩:ରାଜ୍ୟ ଔଷଧିୟ ବୃକ୍ଷ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡର ମିଳିତ ଆନୁକୁଲ୍ୟରେ ଆୟୋଜିତ କଳିଙ୍ଗ ହର୍ବାଲ ମେଳା ତୃତୀୟ ସନ୍ଧ୍ୟାରେ ପହଞ୍ଚିଛି। ଏହି ତୃତୀୟ ସନ୍ଧ୍ୟାରେ ମଧୁମେହ ରୋଗ ଓ ତାହାର ନିରାକରଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ମୁଖ୍ୟତଃ ମଧୁମେହ ରୋଗର ଚିକିତ୍ସା ରେ ଆୟୁର୍ବେଦ ର ଭୂମିକା ଏବଂ ଉପକାରିତା ବିଷୟରେ ଅତିଥି ମାନେ ନିଜର ମତ ରଖିଥିଲେ। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର ଙ୍କ ସଭାପତିତ୍ବରେ ଆୟୋଜିତ ହର୍ବାଲ ମେଳାର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ ଆନନ୍ଦ, ମୁଖ୍ୟବକ୍ତା ଭାବେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟର୍ବେଦିକ ମହାବିଦ୍ୟାଳୟର ପ୍ରଫେସର ଅର୍ପିତା ନରେନ୍ଦ୍ର ଜିତ ସିଂ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଟ ମଧୁମେହ ଡାକ୍ତର ରବି କୁମାର ଶତପଥୀ, ଡାକ୍ତର ଶଶିକାନ୍ତ ମିଶ୍ର, ଡାକ୍ତର ରମେଶ ଚନ୍ଦ୍ର ଦାସ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୂଳପାଣି ଶତପଥୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ବନ ସଂରକ୍ଷକ ଏ ମାଧବୀଲତା ମଞ୍ଚାସୀନ ଥିଲେ। ସେହିପରି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here