Home ବ୍ରହ୍ମପୁର ସ୍ପେଶାଳ ଶୋଭନୀୟ ପବ୍ଲିକ ସ୍କୁଲର ୧୧ ତମ ବାର୍ଷିକ ଉତ୍ସବ।

ଶୋଭନୀୟ ପବ୍ଲିକ ସ୍କୁଲର ୧୧ ତମ ବାର୍ଷିକ ଉତ୍ସବ।

0
144

ବୁଗୁଡା, ୨୦/୦୩/୨୦୨୩: ଗଞ୍ଜାମ ଜିଲ୍ଲାର ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଶୋଭନୀୟ ପବ୍ଲିକ ସ୍କୁଲର ୧୧ ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ଯକ୍ଷା ସୁକନ୍ଯା ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଉଦଘାଟନ କରିଥିଲେ। ସ୍ବତନ୍ତ୍ର ଅତିଥି ଭାବେ ବୁଗୁଡା ନଗରପାଳ ଚିତ୍ରସେନ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ପିପୁଲସ କଲେଜ ଅଧ୍ୟାପକ ପ୍ରଦୀପ କୁମାର ଦାସ ଏବଂ ସମ୍ମାନିତ ଅତିଥି ଭାବେ ଉପନଗରପାଳିକା ଗୀତାଞ୍ଜଳି ପାଢ଼ୀ, ଅଗ୍ନିଶମ ବାହିନୀ ଅଧିକାରୀ ସଞ୍ଜୟ ରାଉତ, ସ୍କୁଲ ପରିଚାଳକ ୟୁ.ଅରବିନ୍ଦ ପାତ୍ର ଯୋଗଦାନ କରିଥିଲେ। ଶୋଭନୀୟ ପବ୍ଲିକ ସ୍କୁଲର ଶିଶୁମାନେ ବାର୍ଷିକ ପରୀକ୍ଷାରେ ୯୫ ପ୍ରତିଶତ କୃତ୍ତିତ୍ୱ ହାସଲ ସହ ଉତ୍ତମ ସଂସ୍କାର ପ୍ରଦାନ ପାଉଥିବା ଜାଣି ଅତିଥି ମାନେ ସ୍କୁଲର ଅଧ୍ୟକ୍ଷା, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତା ବୃନ୍ଦଙ୍କୁ ପ୍ରଶଂସା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ଉତ୍ତମ ଶିକ୍ଷା ପ୍ରଦାନ କରି ଶିକ୍ଷାନୁଷ୍ଠାନକୁ ଆଗକୁ ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ମନ୍ତ୍ରୀ ଶ୍ରୀ ସାହୁ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ରିପୋର୍ଟ: ଅନିଲ କୁମାର ମହାରଣା

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!