Home ବ୍ରହ୍ମପୁର ସ୍ପେଶାଳ ଓଡିଶା ଜୁନିୟର ହ୍ୟାଣ୍ଡବଲ୍ ବାଳିକା ଦଳରେ ବ୍ରହ୍ମପୁରର ୪ ପ୍ରତିଯୋଗୀ

ଓଡିଶା ଜୁନିୟର ହ୍ୟାଣ୍ଡବଲ୍ ବାଳିକା ଦଳରେ ବ୍ରହ୍ମପୁରର ୪ ପ୍ରତିଯୋଗୀ

0
211

ବ୍ରହ୍ମପୁର,୨୦/୦୩/୨୦୨୩:ଚଳିତ ମାସ ୨୧ରୁ ୨୫ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ବରେଲି ଠାରେ ହେବାକୁ ଥିବା ଜାତୀୟ ହ୍ୟାଣ୍ଡବଲ୍ ଜୁନିୟର ବାଳିକା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ଦଳ ଗସ୍ତ କରିଛି ।ତେବେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ସଞ୍ଜନା ସ୍ୱାଇଁ, ଲିପିକା ଗୌଡ଼, ସ୍ୱାଗତିକା ପାତ୍ର ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ ଓଡ଼ିଶା ଦଳ ସହ ଉତ୍ତରପ୍ରଦେଶ ଯାତ୍ରା କରିଛନ୍ତି ।ଏଥିପୂର୍ବରୁ ଗତ ଜାନୁୟାରୀ ମାସରେ ପୁରୀ ଠାରେ ଆୟୋଜିତ ହୋଇଥିବା ଜୁନିୟର ଆନ୍ତଜିଲ୍ଲା ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ଉନ୍ନତ ଖେଳ ପ୍ରଦର୍ଶନ କରି ଗତ ଥର ଚମ୍ପିୟାନ କେନ୍ଦୁଝର ଜିଲ୍ଲାକୁ ପରାସ୍ତ କରିଥିଲା ।ଏହି ଚାରି ଜଣ ଖେଳାଳି ଭଲ ପ୍ରଦର୍ଶନ କରି ମୁଖ୍ୟ ଚୟନ କର୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।ଫଳରେ ଏମାନେ ଆଜି ଓଡିଶା ଦଳରେ ଭାଗନେଇ ଉତ୍ତରପ୍ରଦେଶ ଯାତ୍ରା କରିଛନ୍ତି ।ଏହି ଟିମ୍ ସାଙ୍ଗରେ ସସ୍ମିତା ମହାନ୍ତି ମ୍ୟାନେଜର ଭାବେ ଓ ଅନ୍ତର୍ଜାତୀୟ ହ୍ୟାଣ୍ଡ ବଲ୍ ଖେଳାଳି ସନ୍ଦୀପ କୁମାର ପାତ୍ର କୋଚ ଭାବେ ଯାତ୍ରା କରିଥିବା ବେଳେ ଏନ୍ ଆଇ ଏସ୍ କୋଚ୍ ପ୍ରଶାନ୍ତ ରଥଙ୍କ ଠାରୁ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡରେ ଏହି ୪ ଜଣ ବାଳିକା ଖେଳାଳି ତାଲିମ ନେଉଥିଲେ ।ତେବେ ଓଡ଼ିଶା ଦଳରେ ସାମିଲ ହୋଇଥିବା ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିବା ସହ ସଫଳତା ହାସଲ କରିବେ ବୋଲି ଜିଲ୍ଲା ହ୍ୟାଣ୍ଡବଲ୍ ସଙ୍ଘ ସଭାପତି ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ,କୋଷାଧ୍ୟକ୍ଷ ଡାକ୍ତର ସିଏଚ ମନୋଜ କୁମାର ପାତ୍ରଙ୍କ ସହ କାର୍ଯ୍ୟକର୍ତ୍ତା ଅଶୋକ କୁମାର ଶୁକ୍ଳା,ଶକ୍ତିଧର ରାଜଗୁରୁ,ଡ଼ଃ ସରୋଜ କୁମାର ସାମନ୍ତଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!