ଜାତୀୟ ଜୁନିୟର ବାଳକ ହ୍ୟାଣ୍ଡବଲ୍ ଦଳରେ ବ୍ରହ୍ମପୁରର ଜିତେସ୍ ଓ ସମୀର

0
140

ବ୍ରହ୍ମପୁର,୨୫/୦୩/୨୦୨୩:ଚଳିତ ମାସ ୨୭ରୁ ୩୧ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ର ଉଦୟପୁର ଠାରେ ହେବାକୁ ଥିବା ୪୫ତମ ଅନ୍ତରାଜ୍ୟ ଜୁନିୟର ବାଳକ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା ଦଳ ତରଫରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଜିତେସ୍ ଜେନା ଓ ସମୀର ସେଠି ଦଳ ସହ ଗସ୍ତ କରିଛନ୍ତି ।ଗତ ମାସରେ ପୁରୀ ଠାରେ ହୋଇଥିବା ଜୁନିୟର ଆନ୍ତଜିଲ୍ଲା ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ଏହି ଦୁଇ ପ୍ରତିଯୋଗୀ ଉନ୍ନତ ଖେଳ ପ୍ରଦର୍ଶନ କରି ମୁଖ୍ୟ ଚୟନ କର୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।ଫଳରେ ଏମାନେ ଆଜି ଓଡିଶା ଦଳରେ ଭାଗନେଇ ରାଜସ୍ଥାନ ଯାତ୍ରା କରିଛନ୍ତି ।ଏହି ଦୁଇ ଖେଳାଳି ଏନ୍ ଆଇ ଏସ୍ କୋଚ୍ ପ୍ରଶାନ୍ତ ରଥଙ୍କ ଠାରୁ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡରେ ତାଲିମ ନେଉଥିଲେ ।ପୂର୍ବରୁ ଜିତେସ୍ ଜେନା ଜାତୀୟ ଜୁନିୟର ହ୍ୟାଣ୍ଡବଲ ଦଳରେ ଦୁଇ ଥର ଅଂଶଗ୍ରହଣ କରିଛନ୍ତି ।ଏହି ଦୁଇ ଖେଳାଳି ଭଲ ପ୍ରଦର୍ଶନ କରିବା ସହ ସଫଳତା ହାସଲ କରିବେ ବୋଲି ଜିଲ୍ଲା ହ୍ୟାଣ୍ଡବଲ୍ ସଙ୍ଘ ସଭାପତି ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ,କୋଷାଧ୍ୟକ୍ଷ ଡାକ୍ତର ସିଏଚ ମନୋଜ କୁମାର ପାତ୍ରଙ୍କ ସହ କାର୍ଯ୍ୟକର୍ତ୍ତା ଅଶୋକ କୁମାର ଶୁକ୍ଳା,ଶକ୍ତିଧର ରାଜଗୁରୁ,ଡ଼ଃ ସରୋଜ କୁମାର ସାମନ୍ତଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here