ଭିଜିଲାନ୍ସର ନାଲି ଫିତା ତଳେ ରଙ୍ଗେଇଲୁଣ୍ଡା ବ୍ଳକର କୋଟି କୋଟି ଟଙ୍କାର ମନେରଗା ଦୁର୍ନୀତି ଅଭିଯୋଗ। ଚାପରେ ଭିଜିଲାନ୍ସ ବିଭାଗ ?

0
225

ବ୍ରହ୍ମପୁର,୨୫/୦୩/୨୦୨୩:

ଗତ ବର୍ଷ ଜୁଲାଇ ମାସରୁ ଦୀର୍ଘ ନ ମାସ ହେବ ଶ୍ରୀ ବିଶ୍ବମ୍ବର ପାତ୍ର ନାମକ ଜନୈକ ସୂଚନା ଅଧିକାର କର୍ମୀ ରଙ୍ଗେଇଲୁଣ୍ଡା ବ୍ଳକରେ ମନେରଗା ଯୋଜନାରେ ହୋଇଥିବା କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା, ଅପବୟିତା ଓ ଅର୍ଥ ଆତ୍ମସାତର ବିଭିନ୍ନ ଅଭିଯୋଗ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଓ ଭିଜିଲାନ୍ସ ବ୍ରହ୍ମପୁର ଏସପିଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ ମଧ୍ୟ, ଆଜି ଯାଏଁ କାଣିଚାଏ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାର ଅଭିଯୋଗ କରିଛନ୍ତି ।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଶ୍ରୀ ପାତ୍ରଙ୍କ ଠାରୁ ଗତ ଆଠ ମାସ ମଧ୍ୟରେ ପ୍ରାୟ ୨୭ ଗୋଟି ଅଭିଯୋଗ ପାଇଛନ୍ତି ଓ ତତ୍ ମଧ୍ୟରୁ ୨୪ଟି ଅଭିଯୋଗ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଓ ୩ଟି ଗଞ୍ଜାମ ଜିଲ୍ଲାପାଳଙ୍କୁ ପଠାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁମୋଦନ କରିଛନ୍ତି, ମାତ୍ର ଗତ ଆଠ ମାସ ମଧ୍ୟରେ ନିର୍ଦ୍ଦେଶାଳୟ ପକ୍ଷରୁ ପଠାଯାଇଥିବା ଅନୁମୋଦନ କ୍ରମେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ନିର୍ଦ୍ଦେଶାଳୟ ତାହାର କୋୖଣସି ଫୋଲୋଅପର୍ ଉତ୍ତର ଦେଇନାହାନ୍ତି । ଏହା ବାଦ, ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ସୂଚନା ଅଧିକାର ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର ତଥ୍ୟ ଯଥାସମ୍ଭବ ଏଡ଼ାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ୨୦୧୬ ମସିହାରେ ଜାରି ହୋଇଥିବା ଏକ ଚିଠିକୁ ଦ୍ୱାହି ଦେଇ ଅଟକେଇ ରଖିବା ପାଇଁ ଚେଷ୍ଟା କରାଯାଇଛି । ମାତ୍ର ସୂଚନାଯୋଗ୍ୟ, ମାନ୍ୟବର ଉଚ୍ଚ ନ୍ୟାୟାଳୟର ୨୦୨୨ ମସିହା ଜୁନ ମାସର ଏକ ଐତିହାସିକପୂର୍ଣ୍ଣ ରାୟ ୨୦୧୬ ମସିହାରେ ଜାରି ହୋଇଥିବା ଚିଠିକୁ ରଦ୍ଦ କରି ଭିଜିଲାନ୍ସ ବିଭାଗକୁ ପୁଣି ସୂଚନା ଅଧିକାର ଆଇନରେ ପରିସରଭୂକ୍ତ ହେବାକୁ ନିର୍ଦ୍ଦେଶ ହୋଇଅଛି । ସାଧାରଣରେ ଅସନ୍ତୋଷ ଓ ଚର୍ଚ୍ଚା ଯେ, ଭିଜିଲାନ୍ସ ବିଭାଗ ଏକ ନିରପେକ୍ଷ ସଂସ୍ଥା ହୋଇଥିଲେ ମଧ୍ୟ, ଏହା ସରକାରୀ ଦଳର ମଧୂର ସଙ୍ଗୀତରେ ଓ ଚାପରେ ନାଚି ଏତେ ଅଭିଯୋଗ ହୋଇଥିଲେ ମଧ୍ୟ କୋୖଣସି କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟର କଥା ଓ ଗଣତନ୍ତ୍ରକୁ କୁଠାରାଘାତ, ଯାହାଦ୍ଵାରା ଦୁର୍ନୀତି କମେଇବା ଓ ରୋକିବା ବଦଳରେ ଏହା ବରଂ ଦୁର୍ନୀତି ର ଉନ୍ନତି ହେବାରେ ସହାୟକ ହେବ ।
ତେଣୁ, ଶ୍ରୀ ପାତ୍ର ପୁଣିଥରେ ତାଙ୍କର ଅଭିଯୋଗ ଗୁଡିକ ଉପରେ ଯଥୋଚିତ ଗୁରୁତ୍ୱ ଦେଇ ଏକ ନିରପେକ୍ଷ ତଦନ୍ତ କରାଯିବା ସହିତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here