“ଗାଁ ଗାଁ ଚାଲ; ଘର ଘର ଚାଲ” ଅଭିଯାନ ଆରମ୍ଭ । ଓବିସି ବର୍ଗଙ୍କୁ ବିକାଶରୁ ଦୁରେଇ ରଖିବା ପାଇଁ ବିଜେଡି ସରକାରର ପ୍ରୟାସ ଅକ୍ଷମଣୀୟ: ସୁରଥ ବିଶ୍ୱାଳ

0
153

ଭୁବନେଶ୍ୱର, ୦୬/୦୪/୨୦୨୩: ଓବିସି ବର୍ଗଙ୍କ ପ୍ରତି ବିଜେଡି ସରକାରଙ୍କ ଉଦାସୀନତା ଓ ବୈମାତୃକ ମନୋଭାବ ବିରୋଧରେ ବିଜେପି ଓବିସି ମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ “ଗାଁ ଗାଁ ଚାଲ; ଘର ଘର ଚାଲ” ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
ଦେଶର ତଥା ରାଜ୍ୟର ସର୍ବାଧିକ ବର୍ଗ ହେଉଛନ୍ତି ପଛୁଆ ବା ଓବିସି ବର୍ଗ । ଓବିସି ବର୍ଗଙ୍କୁ କଂଗ୍ରେସ ଦଳ ସର୍ବଦା ଅଣଦେଖା କରିବା ସହିତ ତାଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ ରଖିଆସୁଥିଲା । ବର୍ତମାନ ବିଜେଡି ସରକାର ଆଉ ପାଦେ ଆଗେଇ ଯାଇ ପଛୁଆ ବର୍ଗଙ୍କୁ ବାରମ୍ବାର ପ୍ରତାରଣା ଓ ଅପମାନିତ କରିବାକୁ ପଛାଉନାହିଁ । ଓଡିଶାରେ ଦୀର୍ଘ ୨୩ ବର୍ଷ ଧରି ନିରନ୍ତର ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ଆଦୌ ଦରଦ ନାହିଁ ଏବଂ ତାଙ୍କୁ ବିକାଶ ଧାରାରୁ ବଂଚିତ ରଖୁଛନ୍ତି । ରାଜ୍ୟ ସରକାର ବିଭିନ୍ନ ବାହାନାବାଜି କରି କଥାକୁ ବୁଲେଇବାଲେଇ ୫୪ଭାଗ ଓବିସି ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି । ଗତ ବିଧାନସଭାରେ ରାଜ୍ୟ ସରକାର ଓବିସି ମାନଙ୍କ ପାଇଁ ଏକ ସଂଶୋଧିତ ବିଲ୍ ଆଗତ କରିବାପାଇଁ କାର୍ଯ୍ୟସୂଚୀରେ ସ୍ଥାନିତ କଲେ । କିନ୍ତୁ ଏହି ସଂଖ୍ୟାଧିକ ବର୍ଗଙ୍କ ସ୍ୱାର୍ଥ ଓ ଅଧିକାର ରାଜ୍ୟ ସରକାରଙ୍କ ପାଇଁ ଏତେ ଗୌଣ ଯେ, ତାହାକୁ ଶେଷ ମୁହୂର୍ତରେ ପ୍ରତ୍ୟାହାର କରିନେଲେ । ଶୈକ୍ଷିକ, ରାଜନୈତିକ, ସାମାଜିକ ବିକାଶର ଆବଶ୍ୟକତା ଜରୁରୀ ବୋଲି କମିଶନ ସୁପାରିଶ କଲେ, ସମ୍ବିଧାନ ତାଙ୍କୁ ଅଧିକାର ଦେଲା ଓ ସୁପ୍ରିମକୋର୍ଟ ତାଙ୍କୁ ସ୍ୱୀକାର କଲେ । କିନ୍ତୁ ଓଡିଶା ସରକାର ଯେତେ ବିଳମ୍ବିତ ପ୍ରକ୍ରିୟା କଲେ ଓବିସି ବର୍ଗ ତାଙ୍କର ସାମ୍ବିଧାନିକ ଅଧିକାର ନପାଇପାରିବେ ସେଥିପ୍ରତି ହୀନ ଷଡଯନ୍ତ୍ର ରଚି ଚାଲିଲେ । ଓବିସି ବର୍ଗଙ୍କୁ ବିକାଶରୁ ଦୁରେଇ ରଖିବା ପାଇଁ ବିଜେଡି ସରକାରର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ । ଏହି ଦୃଷ୍ଟିରୁ ବିଜେପି ଓବିସି ମୋର୍ଚ୍ଚା ବର୍ତମାନ “ଗାଁ ଗାଁ ଚାଲ; ଘର ଘର ଚାଲ” ଅଭିଯାନରେ ସାରା ରାଜ୍ୟରେ ଡାକରା ଦେଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ ଆଜି ଜଗତସଂହପୁର ଜିଲ୍ଲା ଏରସମା ଓ ଜପା ପଂଚାୟତର ଗାଁ ଗାଁ ବୁଲି ପ୍ରଚାର କରିଥିଲେ । ଏହି ଅବସରରେ ରାଜ୍ୟ ବିଜେପି ସମ୍ପାଦିକା ପିଙ୍କି ପ୍ରଧାନ, ନୃସିଂହ ସାହୁ, ଜଗନ୍ନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
କଟକ ଚୈାଦାରରେ ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, କଟକ ସହରରେ ରାଜ୍ୟ ଉପସଭାପତି ସୁକାନ୍ତ ବିଶ୍ୱାଳ, ବ୍ରହ୍ମପୁରେ ରାଜ୍ୟ ଉପସଭାପତି ପ୍ରଶାନ୍ତ ନାୟକ, କେନ୍ଦ୍ରାପଡା ମହାକାଳପଡାର ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସନ୍ନ ନାୟକ, ଯାଜପୁର ରସୁଲପୁରରେ ରାଜ୍ୟ ସଂଯୋଜକ ବିବେକାନନ୍ଦ ଜେନା, ଭଦ୍ରକରେ ଉମାକାନ୍ତ ଦାସ, ରାୟଗଡାରେ ରାମଚନ୍ଦ୍ର ବେହେରା ପ୍ରମୁଖ ଘର ଘର ବୁଲି ସଚେତନ କରାଇଥିଲେ ।

LEAVE A REPLY

Please enter your comment!
Please enter your name here