ଗୋପାଳପୁର ବିଧାନସଭା କ୍ଷେତ୍ରରେ ବିଜେପି ର ପ୍ରତିଷ୍ଠା ଦିବସ ପାଳିତ

0
174

ବ୍ରହ୍ମପୁର,୦୬/୦୪/୨୦୨୩: ୧୯୮୦ ମସିହା ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସଭାପତିତ୍ୱରେ ଭାରତୀୟ ଜନତା ପାର୍ଟି ଗଠିତ ହୋଇଥିଲା । ଏହି ଅବସରରେ ଆଜି ଗୋପାଳପୁର ବିଧାନସଭା କ୍ଷେତ୍ରରେ ଜିଲ୍ଲା ସଭାପତି ଶ୍ରୀ ବିଭୂତିଭୂଷଣ ଜେନାଙ୍କ ନେତୃତ୍ବରେ ଗୋଳନ୍ଥରା ବନ୍ଦେ ମାତରମ୍ ଭବନଠାରେ ପାର୍ଟିର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ପ୍ରଥମେ ସତାଧିକ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଦଳୀୟ ପତକା ଉତ୍ତୋଳନ କରାଯାଇ ସାମୁହିକ ବନ୍ଦେ ମାତରମ୍ ଗାନ କରାଯାଇଥିଲା । ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଠାରେ ଭାରତୀୟ ଜନସଙ୍ଘ ଠାରୁ ଆରମ୍ଭକରି ଭାରତୀୟ ଜନତା ପାର୍ଟି ପର୍ଯ୍ୟନ୍ତ ବିଚାରଧାରା ଆଧାରିତ ଏକ ରାଜନୈତିକ ଦଳର ନିରବଚ୍ଛିନ୍ନ ଯାତ୍ରା ବିଷୟରେ ଆଲୋଚନା କରାଯାଇଥିଲା ।ଜିଲ୍ଲା ସଭାପତି ତାଙ୍କର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନା ଗୁଡିକ ଉପରେ ଆଲୋକ ପାତ କରିଥିଲେ କିପରି ଯୋଜନାର ସୁଫଳ ସମାଜର ନିମ୍ନଶ୍ରେଣୀରେ ପହଞ୍ଚି ପାରିବ ସେଥିପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ କାମକରିଵାକୁ ଅନୁରୋଧ କରିଥିଲେ । ଆଜି ଠାରୁ ଆଗାମୀ ୧୪ ତାରିଖ ପୂଜ୍ୟ ବାବାସାହେବ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ଦଳ ପକ୍ଷରୁ ସେବାପକ୍ଷ ପାଳନ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ , ଉପସଭାପତି ଵିନୋଦଚନ୍ଦ୍ରମିଶ୍ର ,ସମ୍ପାଦିକା ବନ୍ଦିତା ତ୍ରିପାଠି, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେସସାହୁ , ମଣ୍ଡପ ସଭାପତି ସନତ ନାୟକ , ଵ୍ରଜମୋହନ ନାହାକ , ପ୍ରଦୀପ ପଟ୍ଟନାୟକ , ପଞ୍ଚୁଵେହେରା , ଚଣ୍ଡୀଚରଣ ସାହୁ , ଜୁବମୋର୍ଚା ଜିଲ୍ଲା ସଭାପତି ସିବ ନାୟକ ଉପସଭାପତି ଅଜୟ ନାୟକ, ଟୁଟୁନୁ ପାତ୍ର ପୂର୍ବତନ ବ୍ଲକ ସଭାପତି ରଜତ ପଣ୍ଡିତ ,ସୁସାନ୍ତ ନାୟକ ସିବପ୍ରସାଦ ପାତ୍ର ରଘୁନାଥ ପାତ୍ର , ମହିଳା ନେତ୍ରୀ ମମତା ରଣା ,ଲକ୍ଷ୍ମୀ ନାୟକ ଭାରତି ନାୟକ , ୟୁଜଷ୍ଟି ନାୟକ ହୃଷିକେଶ ଵେହେରା , ମିଟୁସାହୁ , ଗଣେଷ ଵଜହେରା ପି ରାଜେନ୍ଦ୍ର , ଯୁବମୋର୍ଚା ମଣ୍ଡଳ ସଭାପତି ନିରଞ୍ଜନ ଵେହେରା ସମେତ ସମସ୍ତ ଶକ୍ତିକେନ୍ଦ୍ରର ପ୍ରମୁଖ ପ୍ରଭାରି ସହପ୍ରମଖ ଏବଂ ନେତୃମଣ୍ଡଳି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here