ରଥ ଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ପୁରୀ ଗଲା ରଥ କାଠ

0
211

ବ୍ରହ୍ମପୁର, ୨୨/୦୪/୨୦୨୩ : ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ରଥ ନିର୍ମାଣ ପାଇଁ ଦରକାର ପଡ଼ୁଥିବା ରଥ କାଠ ମଧ୍ୟରୁ ଆଜି ବୁଗୁଡ଼ା ବନାଞ୍ଚଳରୁ ୧୨ ଖଣ୍ଡ ରଥ କାଠ ପଠାଯାଇଛି  l ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳର ପଂକଳସାହିରୁ ୨ ଟି, ଆଦିପୁରରୁ ୨ ଟି ଓ ଖରିଡା ନିକଟରୁ ୭ ଟି ଫାସୀ ଗଛ ରଥ ନିର୍ମାଣ ପାଇଁ  ଚିହ୍ନଟ ହୋଇଥିବା ବେଳେ ୩ ଦିନ ତଳେ ଏହି ଗଛ ଗୁଡିକୁ ୧୪ ଫୁଟ ଲମ୍ବରେ ୧୨ ଖଣ୍ଡ କାଠ କଟାଯାଇ ସେହି ଗ୍ରାମମାନଙ୍କ ମଝି ଦାଣ୍ଡରେ ରଖାଯିବା ପରେ ଗ୍ରାମବାସୀ ଏହାକୁ ଭକ୍ତିର ସହ ପୂଜା ଅର୍ଚ୍ଚନା କରି ଆସୁଥିଲେ l ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଡି ପହଂଚିବା ପରେ କାଠ ଗୁଡିକୁ ଗାଡ଼ିରେ ଲଦାଯାଇ ବୁଗୁଡ଼ା ଶ୍ରୀ ବଳଦେବ ସ୍ବାମୀ ମନ୍ଦିରକୁ ନିଆଯାଇଥିଲା ଏବଂ ମନ୍ଦିର ସମ୍ମୁଖରେ ଯଥାବିଧି ପୂଜାର୍ଚ୍ଚନା  କରାଯିବା ପରେ ରଥକାଠବାହୀ ଗାଡି ଅପରାହ୍ନରେ ପୁରୀ ଅଭିମୁଖେ ଯାତ୍ରା କରିଥିଲା l ବୁଗୁଡ଼ା ପର୍ଶୁରାମ ବାହିନୀ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ବୁଗୁଡା ରେଞ୍ଜର ପ୍ରଦୀପ କୁମାର ମିଶ୍ର, ବ୍ଲକ ଅଧକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ , ଅଧ୍ଯକ୍ଷା ପ୍ରତିନିଧି କେ ନୀଳ ମାଧବ ଆଚାରୀ, ଓ ବନ ବିଭାଗର କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ l

LEAVE A REPLY

Please enter your comment!
Please enter your name here