ନିଖିଳ ଉତ୍କଳ ଦାସକାଠିଆ କଳାକାର ସଙ୍ଘ ର ନୂତନ କାର୍ଯ୍ୟାଳୟ ଉଦ୍ଧଘାଟିତ

0
295

ବ୍ରହ୍ମପୁର,୨୩/୦୪/୨୦୨୩:
ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାବନ୍ଧ ନିକଟସ୍ଥ ପାଗଳ ବାବା ଛକ ଠାରେ ନିଖିଳ ଉତ୍କଳ ଦାସକାଠିଆ କଳାକାର ସଙ୍ଘ ର ନୂତନ କାର୍ଯ୍ୟାଳୟ ଉଦ୍ଧଘାଟିତ l ଅକ୍ଷୟ ତୃତୀୟା ଅବସର ରେ ନିଖିଳ ଉତ୍କଳ ଦାସକାଠିଆ କଳାକାର ସଙ୍ଘ ଦ୍ୱାରା ଆୟୋଜିତ ଏହି ଉଦ୍ଘାଟନୀ ସମାରୋହରେ ଦାସକାଠିଆ ସଙ୍ଘ ର ବରିଷ୍ଠ ଗାୟକ ଶ୍ରୀ ନରସିଂହ ମିଶ୍ର ମୁଖ୍ୟ ଅତିଥି ଓ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ର ମହାସଚିବ ଶ୍ରୀ ଦଣ୍ଡପାଣି ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟାଳୟ କୁ ଉଦଘାଟନ କରିଥିଲେ l ସଙ୍ଘ ର ସଭାପତି ଶ୍ରୀ ବାଳକୃଷ୍ଣ ମିଶ୍ର ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଉପସଭାପତି ଶ୍ରୀ ସୁରେନ୍ଦ୍ରନାଥ ଦାଶ ଶର୍ମା, ସମ୍ପାଦକ ଶ୍ରୀ ଦୁର୍ଗାପ୍ରସାଦ ଦାଶ , ସହ ସମ୍ପାଦକ ଶ୍ରୀ ଆଲୋକ ବିଷୋୟୀ, କୋଷାଧକ୍ଷ ଶ୍ରୀ ଶିଶିର ସାହୁ ସମେତ ସଙ୍ଘ ର କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଦେବେନ୍ଦ୍ରନାଥ ଦାଶ, ଶ୍ରୀ ପ୍ରମୋଦଚନ୍ଦ୍ର ମିଶ୍ର, ଶ୍ରୀ ସିମାଞ୍ଚଳ ପଣ୍ଡିତ, ଶ୍ରୀ ଗୋବିନ୍ଦଚନ୍ଦ୍ର ସାହୁ , ଶ୍ରୀ ବୃନ୍ଦାବନ ଗୌଡ଼, ଶ୍ରୀ ପ୍ରଭାକର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here