ଗ୍ରେଡପେ ବୃଦ୍ଧି ଦାବିରେ ଜିଲ୍ଲା ସ୍ତରୀୟ ଅମଲା ଙ୍କ କଳାବ୍ୟାଜ ପରିଧାନ

0
183

ବ୍ରହ୍ମପୁର,୨୪/୦୫/୨୦୨୩: ସ୍ନାତକ ଶିକ୍ଷା ଯୋଗ୍ୟତା ଥିବା ସବୁ କର୍ମଚାରୀ ଙ୍କୁ ୪୨୦୦ ଗ୍ରେଡପେ ହାରରେ ଦରମା ପ୍ରଦାନ କରାଯାଉଥିବା ବେଳେ କେବଳ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ର ଶିକ୍ଷାଗତ ଯୋଗ୍ୟତା ସହିତ କମ୍ପ୍ୟୁଟର ଶିକ୍ଷା ଥାଇ ମଧ୍ୟ ୧୯୪୭ ମସିହା ଠାରୁ ୧୯୦୦ ଟଙ୍କା ଗ୍ରେଡପେ ହାରରେ ଦରମା ପ୍ରଦାନ କରାଯାଇଛି। ଗ୍ରେଡପେ ବୃଦ୍ଧି ଦାବିରେ ଜିଲ୍ଲା ସ୍ତରୀୟ ଅମଲା ମାନେ ଦୀର୍ଘ ଦିନ ଧରି ସରକାର ଙ୍କୁ ଅବଗତ କରାଇ ଆସୁଛନ୍ତି। ରାଜ୍ୟ ସରକାରଙ୍କ ଏହି ପାତରଅନ୍ତର ନୀତି ବିରୋଧ ରେ ଶାନ୍ତି ପୁର୍ଣ୍ଣ ଭାବରେ ଗତ ୨୧ ତାରିଖ ଠାରୁ କଳା ବ୍ୟାଜ ଧାରଣ କରି ଆସୁଛନ୍ତି। ଆଜି ବ୍ରହ୍ମପୁର ଡି ଏଫ ଓ (ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ) ଏହାକୁ ପ୍ରତିରୋଧ କରି ଏକ ଅର୍ଡର ବାହାର କରିଥିଲେ ,ଯେଉଁ ଥିରେ କର୍ମଚାରୀ ଙ୍କୁ କଳା ବ୍ୟାଜ ପରିଧାନ କରିପାରିବେ ନାହିଁ ବୋଲି ଉଲ୍ଲେଖ ଥିଲା।ଏହାର ପ୍ରତିବାଦ ରେ ୧୦୦ ଉର୍ଦ୍ଧ୍ବ ଜିଲ୍ଲା ସ୍ତରୀୟ ଅମଲା ଡିଏଫଓ କାର୍ଯାଳୟ ସମ୍ମୁଖରେ ଶାନ୍ତି ପୁର୍ଣ୍ଣ ଧାରଣା ଦେଇଥିଲେ। ପରେ ଡିଏଫଓ ସହିତ ଆଲୋଚନା କରି ଏହାର ସମାଧାନ ବାହାର କରାଯାଇଥିଲା।ଫଳ ସ୍ବରୂପ ଡିଏଫଓ କାର୍ଯାଳୟ ର ପ୍ରତ୍ୟେକ ଅମଲା ଙ୍କ ଦସ୍ତଖତ କରି ସ୍ମାରକପତ୍ର ପ୍ରଦାନ ସହ କଳାବ୍ୟାଜ ପରିଧାନ କରିଥିଲେ।

LEAVE A REPLY

Please enter your comment!
Please enter your name here