୪୮କେଜି ଗଞ୍ଜେଇ ଜବତ, ଜଣେ ଗିରଫ

0
189

ବ୍ରହ୍ମପୁର,୨୫/୦୫/୨୦୨୩: ଗୋଳନ୍ଥରା ଥାନା ଅଧୀନ ଚାନ୍ଦପୁର ଗାଁରେ ଦୀର୍ଘ ଦିନ ଧରି ବେଆଇନ ଭାବେ ଗଞ୍ଜେଇ ବିକ୍ରି ଓ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗୋଳନ୍ଥରା ପୋଲିସ ଗିରଫ କରିବା ସହ ତାଙ୍କ ଠାରୁ ୪୮କେଜି୫୫୦ଗ୍ରାମ ଗଞ୍ଜେଇ ଜବତ କରିଥିବା ବ୍ରହ୍ମପୁର ଏସପି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି lଗିରଫ ଯୁବକ ଜଣଙ୍କ ହେଲେ ଉକ୍ତ ଗାଁର ଡି. ଦୁର୍ଯ୍ୟୋଧନ ବୋଲି ଜଣାପଡିଛି l ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ ଚାନ୍ଦପୁର ଗ୍ରାମର ଡି. ଦୁର୍ଯ୍ୟୋଧନ ଗତ ପାଞ୍ଚ ବର୍ଷ ହେବ ଗାଁରେ ଚୋରା ଗଞ୍ଜେଇ ଘରେ ରଖି ବିକ୍ରି କରିବା ସହ ବାହାରକୁ ଚାଲାଣ କରି ବ୍ୟବସାୟ କରୁଥିଲେ l ବୁଧବାର ମଙ୍ଗଳବାର ବିଳମ୍ବିତ ରାତିରେ ଏକବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଶ୍ରୀ ମହନ୍ତ ଓ ଅନ୍ୟ ପୋଲିସ ଅଧିକାରୀ ଦୁର୍ଯ୍ୟୋଧନ ଘରେ ଚଡାଉ କରିଥିଲେ l ସେଠାରୁ ୪୮କେଜି ୫୫୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁର୍ଯ୍ୟୋଧନକୁ କାବୁ କରିଥିଲେ l ଏ ନେଇ ଥାନା କେଶ ନଂ ୨୪୨/୨୩ ପ୍ରକାରେ ପୋଲିସ ମାମଲା ରୁଜୁ କରିଛି l ଦୁର୍ଯ୍ୟୋଧନକୁ ଥାନା ରେ ପୋଲିସ ଅଟକ ରଖି ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଗତକାଲି ପଚରା ଉଚରା ପରେ କରୁଥିବା ବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନାରୁ ସୂଚନା ମିଳିଛି । ତଦନ୍ତ ବେଳେ କନିସି ତହସିଲଦାର ତଥା ମାଜିଷ୍ଟ୍ରଟ୍ରେଟ୍ ପ୍ରଳୟାନନ୍ଦ ଶତପଥୀ, ଏସଆଇ ସ୍ମିତା ଜେନା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here