Home ବ୍ରହ୍ମପୁର ସ୍ପେଶାଳ ଭୂବନେଶ୍ୱର ଗାନ୍ଧୀ ମାର୍ଗରେ ଶାନ୍ତି ଯଜ୍ଞ ସହ ୧୦୮ ହନୁମାନ ଚାଳିଶା ପାଠ କରି ଦାବି...

ଭୂବନେଶ୍ୱର ଗାନ୍ଧୀ ମାର୍ଗରେ ଶାନ୍ତି ଯଜ୍ଞ ସହ ୧୦୮ ହନୁମାନ ଚାଳିଶା ପାଠ କରି ଦାବି ଜଣାଇଲେ ଚୁକ୍ତିଭିତ୍ତିକ ଶିକ୍ଷକ,ଶିକ୍ଷୟିତ୍ରୀ

0
304

ଭୁବନେଶ୍ବର,୨୬/୦୫/୨୦୨୩:
ଓଡିଶା ସରକାରୀ ହାଇସ୍କୁଲ ସିବିଟି ସଂଘର ଆହ୍ବାନରେ ମିଳିତ ମଞ୍ଚରେ ନିଜ ହକ୍ ପାଇଁ ୨୦୧୬ ରୁ ୨୦୨୨ ବ୍ୟାଚ୍ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ପୁଣି ଗାନ୍ଧୀ ମାର୍ଗରେ ବସି ଗତ ୨୨ ତାରିଖ ଠାରୁ ଅଦ୍ୟାବଧି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସାମୂହିକ ଧାରଣାରେ ବସି ଶିକ୍ଷା ବିଭାଗର ଅବହେଳା ପାଇଁ ଏକ ଭିନ୍ନ ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି।ଆଜି ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି। ଦୀର୍ଘ ୮ ମାସ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏଯାଏ ଏସ ଓ ପି ପ୍ରକାଶିତ ହୋଇ ନପାରିବାରୁ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ରେଗୁଲାର ହେବାରୁ ବଞ୍ଚିତ ହୋଇଛନ୍ତି। ବାରମ୍ବାର ପ୍ରତିଶ୍ରୁତି ଦେଇ ବିଭାଗ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଠକି ଚାଲିଥିବାରୁ ଆଜି ସଂଘ, ବିଭାଗ ଉପରେ ଗ୍ରହର କୁପ୍ରଭାବ ରହିଛି ବିଚାର କରି ଶାନ୍ତି ଯଜ୍ଞ କରିବା ସଙ୍ଗେ ସଙ୍ଗେ ୧୦୮ ହନୁମାନ ଚାଳିଶା ପାଠ କରିଛନ୍ତି ବୋଲି ସିବିଟି ସଂଘର ମୂଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଭାତ ମହାନ୍ତି କହିଛନ୍ତି। ୨୦୨୨ ମସିହା, ଅକ୍ଟୋବର ୧୫ ତାରିଖ ଦିନ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନ ଅବସରରେ ଓଡିଶାରୁ ଚୁକ୍ତିଭିତ୍ତିକ ପ୍ରଥା ଉଛ୍ଛେଦ ହେବାର ଘୋଷଣା ପରେ ତହିଁ ପରଦିନ ଯଥା ୧୬.୧୦.୨୦୨୨ ରିଖ ଦିନ ସାଧାରଣ ବିଭାଗର ପତ୍ର ସଂଖ୍ୟା- ୨୯୦୭୬ ଅନୁସାରେ ସରକାରଙ୍କ ଅଧିନସ୍ଥ ସମସ୍ତ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀମାନେ ରେଗୁଲାର୍ ହୋଇ ସବୁପ୍ରକାର ସରକାରୀ ସୁବିଧା ପାଉଥିଲା ବେଳେ ସେଥିରୁ ବାଦ୍ ପଡିଛନ୍ତି ୨୦୧୬ ରୁ ୨୦୨୨ ବ୍ୟାଚର ଶିକ୍ଷକ ଶିକ୍ଷୟିତ୍ରୀ ମାନେ। ସିବିଟି ସଂଘର ଅନ୍ୟତମ ଉପଦେଷ୍ଟା ବିଜୟ ମଲ୍ଲ ତଥା ଶୁଭ୍ରଜିତ ପ୍ରତିହାରୀ ଏସ ଓ ପି ପ୍ରକାଶ ନିମନ୍ତେ ଅହେତୁକ ବିଳମ୍ବ ପ୍ରକ୍ରିୟାକୁ ନିନ୍ଦା କରିବା ସହିତ ରେଗୁଲାର ପ୍ରକ୍ରିୟାକୁ ଆଉ ବିଳମ୍ବ ନକରିବାକୁ ଦାବି ରଖିଛନ୍ତି। ସିବିଟି ଶିକ୍ଷକ ସଂଘର ସଭାପତି ରାଜେନ୍ଦ୍ର ମଲ୍ଲିକ ପ୍ରକାଶ କରିଥିଲେ କି ପ୍ରକ୍ରିୟା ମୁତାବକ ରେଗୁଲାର୍ ପ୍ରକ୍ରିୟାର ଗତ ଏପ୍ରିଲ ମାସ ୧୩ ତାରିଖ ଦିନ ପତ୍ର ସଂଖ୍ୟା ୮୪୭୪ ମାଧ୍ୟମରେ ଏକ ବିଜ୍ଞପ୍ତି ପରିପ୍ରକାଶ ପାଇଥିଲେ ହେଁ ତାହା ଚୁଡାନ୍ତ ପ୍ରକ୍ରିୟା ନଥିଲା ବରଂ ତା’ ସହ ଏକ ଏସ ଓ ପି ବାହାରିବାର ଖବର ଆମର ହସ୍ତଗତ ହୋଇଥିଲା କିନ୍ତୁ ଖୁବ୍ ବିଳମ୍ବ ହେବାରୁ ଗତ ୦୧.୦୫.୨୦୨୩ ରେ ଓସେପା ଅଭିଯୋଗ ପ୍ରକୋଷ୍ଠରେ ସଂଘ ଅଭିଯୋଗ ଜଣାଇଥିଲେ ମଧ୍ୟ କିଛି ଫଳାଫଳ ମିଳିପାରିନାହିଁ। ଏମିତିକି ସମାନ୍ ଦାବି ନେଇ ବିଭିନ୍ନ ଜିଲ୍ଲାର ନେତୃତ୍ୱ ନିଜ ନିଜ ଜିଲ୍ଲାର ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇ ଦାବି ଜାଣିବା ସଙ୍ଗେ ସଙ୍ଗେ ନିଜ ସମସ୍ୟା ବାବଦରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସିବିଟି ସଂଘ ର ମହାସଚିବ ଦେବାଶିଷ ଜେନା ପ୍ରକାଶ କରିଥିଲେ କି ଶିକ୍ଷକ ମାନଙ୍କ ନିୟମିତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ବିଳମ୍ବ ହେବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମାନସିକ ଦୁଶ୍ଚିନ୍ତା ଭିତରକୁ ଟାଣିନେଇଛି।ଅନୁରୂପ ଭାବରେ ସିବିଟି ସଂଘ ର ଆବାହକ ମନୋଜ କୁମାର ଜେନା ମତପ୍ରକାଶ କରି କହିଥିଲେ କି ୧୮ହଜାର ରୁ ଉର୍ଦ୍ଧ୍ବ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦୁଖଃ ର ଦରିଆ ସନ୍ତରଣ କରୁଛନ୍ତି। ବାସ୍ତବିକ୍ ବିଭାଗର ଅବହେଳା ପାଇଁ 5-T ର ପ୍ରଥମ “ଟି” ଏକ ପ୍ରଶ୍ନବାଚୀ ପଲଟିଛି ।ଶେଷରେ ସିବିଟି ସଂଘର ସମ୍ପାଦକ ଦେବରାଜ ସାହୁ ମତ ପ୍ରକାଶ କରି କହିଥିଲେ କି ଝାରସୁଗୁଡ଼ା ଉପ ନିର୍ବାଚନ ପରେ ଏସ ଓ ପି ପ୍ରକାଶିତ ହେବାର ଥିଲା ମାତ୍ର ତାହା ମଧ୍ୟ ସ୍ଵପ୍ନମୟ ସମ୍ଭାବନାରେ ପରିଣତ ହୋଇଗଲା ଯେଉଁ କାରଣରୁ ପୁନଃ ଧାରଣାରେ ବସିବାକୁ ପଡିଲା, ସଂଘ ଦାବି ରଖିଛନ୍ତିକି ଦିନେ କି ଦୁଇ ଦିନ ମଧ୍ୟରେ ଏସ ଓ ପି ପ୍ରକାଶିତ ହୋଇ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ରେଗୁଲାର ଅର୍ଡର ନ ମିଳିଲେ କାର୍ଯ୍ୟଛାଡ଼ ଆନ୍ଦୋଳନ ସହ ୩୦ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନେଇ ପୁଣି ଅନିର୍ଦ୍ଧିଷ୍ଟ କାଳ ପାଇଁ ମହା ଆନ୍ଦୋଳନ ଜାରି ରହିବ।ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ନେତୃତ୍ବ ଏହାର ସମର୍ଥନ ଜଣାଇଛନ୍ତି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!