ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି ତୁରନ୍ତ ବୈଠକ ପାଇଁ ସ୍ମାରକ ପତ୍ର

0
154

ବ୍ରହ୍ମପୁର,୨୬/୦୫/୨୦୨୩:
ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ଡ଼ବ୍ଲ୍ୟୁ.ବାଲକୃଷ୍ଣ। ଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ରଙ୍ଗେଇଲୁଣ୍ଡା ବ୍ଲକ ପରିସରରେ ପହଞ୍ଚି ବ୍ଲକ ବିଡ଼ିଓ ବିଶ୍ୱଜିତ ରାୟ ଙ୍କୁ ସମିତି ବୈଠକ ହୋଇ ନଥିବାରୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ ହେଲା ରଙ୍ଗେଇଲୁଣ୍ଡା ବ୍ଳକରେ କୌଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ।ଏପରିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରି ୧୫ ମାସ ବିତିଗଲା ତଥାପି ବ୍ଳକରେ ସମିତି ବୈଠକ ଟିଏ ହୋଇପାରୁନାହିଁ । ସାଧାରଣଙ୍କ ଭୋଟରେ ଜିତିଥିବା ଜନପ୍ରତିନିଧିଙ୍କୁ ଅଣଦେଖା କରି ବ୍ଳକ ପ୍ରସାଶନ ତରଫରୁ ମନମୁଖି କାର୍ଯ୍ୟକ୍ରମକୁ ଏହି ଗଣତନ୍ତ୍ର ରାଷ୍ଟ୍ରରେ ଗ୍ରହଣୀୟ ନୁହେଁ ବୋଲି ଦଳ ତରଫରୁ ଏହାକୁ ବିରୋଧ ପ୍ରଦର୍ଶନ କରିଥିଲେ।ଏହା ସଂଗେ ସଂଗେ ତୁରନ୍ତ ସମିତି ବୈଠକ ଡ଼ାକି ପଞ୍ଚାୟତ ସ୍ତରରେ ହେବାକୁ ଥିବା ସମସ୍ତ ଉନ୍ନତମୂଳକ କାର୍ଯ୍ୟକ୍ରମ ଏବଂ ସରକାରୀ ଯୋଜନା ସଠିକ୍ ଭାବେ ତ୍ବରାନ୍ବିତ କରିବାପାଇଁ ଦାବୀ କରିଥିଲେ । ବ୍ଲକକୁ କଂଗ୍ରେସ କର୍ମୀ ମାନେ ଦୀର୍ଘ ସମୟ ଧରି ଘେରାଉ କରିଥିଲେ। ପ୍ରତି ଚାରି ମାସକୁ ପଂଚାୟତ ସମିତି ବୈଠକ ଡାକିବା ଆଇନରେ ବାଧ୍ୟତାମୂଳକ ଥିଲେ ମଧ୍ୟ ସରକାରୀ ଅଧିକାରୀ ମାନେ ଏକ ନିଷ୍ଠ ବ୍ୟକ୍ତି ଦ୍ବାରା ପରିଚାଳିତ ହୋଇ ବୈଠକ ଡାକୁନାହାନ୍ତି । ବ୍ଲକରେ ବିକାଶ ଠପ୍ ହୋଇଯାଇଛି, ଦୁର୍ନୀତି ଚରମ ସୀମାରେ ପହଁଚିଛି ।ସମଗ୍ର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ଅରାଜକତାବାଦୀ ମାନେ ଏକ ସମାନ୍ତରାଳ କ୍ଷମତା ଉପଭୋଗ କରୁଛନ୍ତି । ନିର୍ବାଚିତ ପ୍ରତିନିଧୂ ମାନଙ୍କୁ କଣଠେସା କରି ସମ୍ବିଧାନର ମର୍ଯ୍ୟାଦା ହାନୀ କରୁଛନ୍ତି।ଯଦି ଏଥିରେ ବ୍ଳକପ୍ରଶାସନ ତରଫରୁ କିଛି କାର୍ଯ୍ୟାନୁଷ୍ଠାନ ନ ନେଇ ନିରବ ରହେ ତାହା ହେଲେ ବ୍ଳକ କଂଗ୍ରେସ ତରଫରୁ ଆଗାମୀ ଦିନରେ ଜୋର୍‌ଦାର ଆନ୍ଦୋଳନ ହେବ ଏବଂ ବ୍ଲକ କାର୍ଯ୍ୟାଳୟ ରେ ତାଲା ପକାଇବା ନେଇ ରାଜ୍ୟ କଂଗ୍ରେସ ମୁଖପାତ୍ର ପୀତବାସ ପଣ୍ଡା ଚେତାବନୀ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଗୋକୁଳ କର, ବରିଷ୍ଠ ନେତା ଏନ୍.ଧର୍ମରାଜ ରେଡ୍ଡୀ,ଯୁବନେତା ଧୀରେନ୍ଦ୍ର ପାତ୍ର, ବାସୁଦେବ ପାତ୍ର, ତ୍ରିପତି ପ୍ରଧାନ, ଭାଗିରଥୀ ରେଡ୍ଡୀ, ଭଞ୍ଜ ପଣ୍ଡା, ଶଙ୍କର ଅଧିକାରୀ, ଉମାକାନ୍ତ ସାସମଲ, ପବିତ୍ର, ମିଟୁ ସମେତ ଅନ୍ୟାନ୍ୟ କର୍ମୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here