Home ବ୍ରହ୍ମପୁର ସ୍ପେଶାଳ ବୀର ସାବରକର ଙ୍କ ଜୟନ୍ତୀ ପାଳିତ

ବୀର ସାବରକର ଙ୍କ ଜୟନ୍ତୀ ପାଳିତ

0
183

ବ୍ରହ୍ମପୁର,୨୮/୦୫/୨୦୨୩:
ଆଜି ସର୍ଦ୍ଧାର ବଲ୍ଳଭ ଭାଇ ପଟେଲ ବହୁମୁଖୀ ସଂଘ ପକ୍ଷରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ହଲ୍ ଠାରେ ବୀର ସାବରକରଙ୍କ ଜୟନ୍ତୀ ପାଳନ ହୋଇଯାଇଛି।ବୀର ସାବରକର ଜଣେ ରାଷ୍ଟ୍ରପ୍ରେମୀ, କୋଠର ହିନ୍ଦୁତ୍ୱ ବାଦୀ, ସ୍ୱାଧୀନତା ସଂଗ୍ରାମ ଏବଂ ଆଗ ଧାଡ଼ିର ସଂଗ୍ରାମୀ ଥିଲେ। ଏହି ଭଳି ମହାନ ବ୍ୟକ୍ତି ଙ୍କୁ ଆଜିର ଦିନରେ ସମସ୍ତେ ସ୍ମୃତି ଚାରଣ କରିଥିଲେ। ଦୁଇ ଦୁଇ ଥର କଳାପାଣି କଷ୍ଟ ସହିଲା ପରେ ବି ସ୍ୱାଧୀନ ଭାରତରେ ଜେଲରେ ତାଙ୍କ ମୃତ୍ୟୁ ହୋଇଥିଲା। ଶାରୀରିକ କଷ୍ଟ ଓ ମାନସିକ କଷ୍ଟ ପାଇଥିଲେ ବି ସେ କେବେ ଇଂରାଜୀ ମାନଙ୍କ ପାଖେ ମୁଣ୍ଡ ନୁହାଁଇ ନଥିଲେ। ତେଣୁ ତାଙ୍କୁ ସତନ୍ତ୍ର ବୀର ବିନାୟକ ଦାମୋଦର ସାବରକର ବୋଲି ଘୋଷଣା କରାଯାଇଥିଲା ଏବଂ ଆଜି ର ଦିନ ରେ ସଂସଦ ଭବନ ଉଦଘାଟନ ଓ ସଂସଦ ଭବନ ଭିତ ରେ ସବାରକର୍ ଫୋଟ ସ୍ଥାପନକରିଥିବା ରୁ ପ୍ରଧାନ ମନ୍ତ୍ରୀ ଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ସଂଘ ର ସଭାପତି ରାମ ପାତ୍ରଙ୍କ ନେତୃତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ବକ୍ତା ଭାବେ ପ୍ରହ୍ଲାଦ ପାଣିଗ୍ରାହୀ, ବିଜେପି ନେତା ଡ଼. ସୁବାଷ ସାହୁ,ଅନ୍ୟମାନଙ୍କ ମଧରେ କୃଷ୍ଟ ଚୌଧିରୀ,ରାଜକିଶୋର ପାତ୍ର , ଉଦୟ ନାଥ ବେହେରା, ମହେଶ୍ୱର ବାଡତ୍ୟା, ଗୋବିନ୍ଦ ସାହୁ,ଡା. ଅଭିଷେକ ବେହେରା, ଗୌରୀ ମହାନ୍ତି, ସନ୍ଦେଶ ଦାସ,ଉମା ମହେଶ୍ୱର ରାଓ, ସୁମିତ୍ ସ୍ବାଇଁ ଉପସ୍ଥିତ ଥିଲେ। କେ.ରବି ରାଓ ଧନ୍ୟବାଦ ଦେଇଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!