ଆମ୍ ଆଦ୍‌ମୀ ପାର୍ଟି ର ବିଜୁଳି ଆନ୍ଦୋଳନ ଏବଂ ମିଶ୍ରଣ ପର୍ବ

0
142

ବ୍ରହ୍ମପୁର,୨୮/୦୫/୨୦୨୩: ସ୍ଥାନୀୟ ଗେଟ ବଜାର ଆମ୍ ଆଦ୍‌ମୀ ପାର୍ଟିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଆବାହକ ସୁବାଷ ରାଉତଙ୍କ ସଭାପତିତ୍ବରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଦୀର୍ଘଦିନ ଧରି ପାର୍ଟି କାର୍ଯ୍ୟକର୍ତ୍ତା ଘରକୁ ଘର ଯାଇ ଦିଲ୍ଲୀ ଏବଂ ପଞ୍ଜାବ ଭଳି ଓଡିଶାରେ ୨ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦାବୀ କରି ପାଞ୍ଚ ଲକ୍ଷରୁ ଉର୍ଦ୍ଧ ଦସ୍ତଖତ ଫର୍ମ ସଂଗ୍ରହ କରାଯାଇଛି l ଆଗାମୀ ଜୁନ ୮ ତାରିଖରେ ଭୁବନେଶ୍ୱର ଠାରେ ସାରା ରାଜ୍ୟରୁ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ପାର୍ଟି ତରଫରୁ କୁହାଯାଇଛି l
ଆଜିର ସଭାରେ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ଉପ ସଭାପତି ସୁଧୀର ପ୍ରଧାନ, ନଗର ସଭାପତି ସି. ହରପ୍ରସାଦ, ଆଇନ ଉପଦେଷ୍ଟା କୈଳାସ ସେଠୀ, ମହିଳା ସଭାନେତ୍ରୀ ନିଭାସ୍ମିତା ପ୍ରଧାନଙ୍କ ଉପସ୍ଥିତିରେ ଛତ୍ରପୁର ଅଞ୍ଚଳ ର ଯୁବନେତା ପି. ନୀଳକଣ୍ଠ ରେଡ୍ଡି ଙ୍କ ନେତୃତ୍ୱରେ ଅନେକ କାର୍ଯ୍ୟକର୍ତ୍ତା ଅନ୍ୟାନ୍ୟ ଦଳରୁ ଆସି ପାର୍ଟିରେ ଯୋଗଦାନ କରି ଆଗାମୀ ଦିନରେ ପାର୍ଟିକୁ ଗଞ୍ଜାମ ଜିଲ୍ଲାରେ ସୁଦୃଢ କରିବାକୁ ସଂକଳ୍ପ ନେଇଥିଲେ l

LEAVE A REPLY

Please enter your comment!
Please enter your name here