ଦିନରେ ପରିବା ବିକାଳି, ରାତିରେ ନକଲି ପୋଲିସ ;ଚାନ୍ଦା ଆଦାୟ ମାମଲାରେ କୋର୍ଟ ଚାଲାଣ

0
364

ରାଇରଙ୍ଗପୁର, ୩୦/୦୫/୨୦୨୩: ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୁରୁଵାଦଡା ଗ୍ରାମରେ ଜନୈକା ମହିଳା ପୋଲିସ ପୋଷାକ ପିନ୍ଧି ସେହି ଗ୍ରାମର କାଳୀପଦ ମହାନ୍ତଙ୍କ ଘରକୁ ଯାଇ ପୋଲିସର ଭୟ ଦେଖାଇ ୨୦,୦୦୦ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ଆଜି କୋର୍ଟ ଚାଲାଣ ହୋଇଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଡି ଗ୍ରାମର ପ୍ରଭାତି ମହାନ୍ତ (୨୮) ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଛକରେ ପରିବା ଦୋକାନ ଚଳାନ୍ତି । କିନ୍ତୁ ତାହା ସହିତ ବିଭିନ୍ନ ଅନୈତିକ ଓ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ପୂର୍ବରୁ ତାଙ୍କ ନାମରେ ଅଭିଯୋଗ ଅଛି । ସୋମବାର ଦିନ ସଂନ୍ଧ୍ୟା ୭ ଟା ପାଖାପାଖି ସମୟରେ ପୋଲିସ ପୋଷାକରେ ଏକ ନାଲିଆ ସ୍କୁଟି (0D 11 W 5084)ରେ
ନୂରୁଵାଦଡା ଗ୍ରାମର କାଳିପଦ ମହାନ୍ତଙ୍କ ଘରକୁ ଯାଇ ତାଙ୍କ ଘରେ ପଶି ଏକ ହତ୍ୟା ମାମଲାରେ ତାଙ୍କ ପୁଅର ସଂପୃକ୍ତି ନେଇ ୨୦,୦୦୦ ଟଙ୍କା ଚାନ୍ଦା ମାଗୁଥିଲେ ନହେଲେ ରାଇରଙ୍ଗପୁର ଟାଉନ ଥାନାକୁ ଚାଲ ବୋଲି ପରିବାର ବର୍ଗଙ୍କୁ ଧମକାଉଥିଲେ । ପାଟିତୁଣ୍ଡ ଶୁଣି ଗାଁ ଲୋକେ ସେଠାରେ ପହଁଚି ଥିଲେ ।ପ୍ରତିଭାର ଚାଲି ଚଳଣ,ଠାଣି ଏବଂ କଥାବାର୍ତ୍ତା ଦେଖି ଗ୍ରାମବାସୀ ସନ୍ଦେହ କରି ଥାନାକୁ ଜଣାଇଥିଲେ ।ପୋଲିସ ପହଞ୍ଚି ତଦନ୍ତ କରିବା ସହ ନକଲି ମହିଳା ପୋଲିସଙ୍କୁ ଧରି ଥାନାରେ ଅଟକ ରଖି ଏକ କେଶ ମାମଲା ୧୨୧/୨୩ ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲେ ।ପରେ ନକଲି ମହିଳା ପୋଲିସଙ୍କ ପାଖରୁ ସ୍କୁଟି,ମୋବାଇଲ, ପୋଲିସ ପୋଷାକ,ଜେଲର ଆର୍ମଡ ବେଚ, ବେଲଟ,ଜୋତା ଜବତ କରିଥିଲେ ।ପରେ ସଂନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

LEAVE A REPLY

Please enter your comment!
Please enter your name here