କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ।ତମାଖୁ ମୁକ୍ତ ଭାରତ ଗଠନ ପାଇଁ ଆହ୍ବାନ

0
128

ବ୍ରହ୍ମପୁର,୩୧/୦୫/୨୦୨୩ : ସ୍ଥାନୀୟ ବ୍ରହ୍ମାନଗର ୧ମ ଲାଇନ୍ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ବିଶ୍ଵ ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସମ୍ମୁଖରେ କ୍ରାନ୍ତି ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ବିଏମ୍‌ସି ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ଭୁବନେଶ୍ଵର ୟୁ.ଆଇ.ଏସ୍. କ୍ୟାନ୍‌ସର୍‌ ଫାଉଣ୍ଡେସନ୍‌ର ଟ୍ରଷ୍ଟି ରାଜାରାମ ପାଢ଼ୀ, କଲାମ୍ ଇନ୍‌ଷ୍ଟିଚ୍ୟୁଟ୍ ଏଣ୍ଡ୍ ଟେକ୍ନୋଲୋଜିର ସମ୍ପାଦକ ସନ୍ତୋଷ ବେହେରା, କିଡ୍‌ଜି ବିଦ୍ୟାଳୟର ସମ୍ପାଦକ ସଞ୍ଜିବ ସୁବୁଦ୍ଧି, ଲେଖକ ଓ ସମାଜସେବୀ ତ୍ରିନାଥ ନାୟକ, ଓଡ଼ିଆନ୍ସ ଗୁରୁକୁଳ (କନିଷି) ଟ୍ରଷ୍ଟି । ଅଧ୍ୟକ୍ଷା ଶ୍ରୀମତୀ ମମତା ପାଢ଼ୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତିବିଶେଷ ଉପସ୍ଥିତ ରହି ବିଶ୍ବ ତମାଖୁ ବର୍ଜନ ଦିବସ ଅବସରରେ ତମାଖୁ ସେବନର ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରିଥିଲେ । ଏହି ଅବସରରେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଠାରୁ ଏକ ପଦଯାତ୍ରା ଆରମ୍ଭ କରାଯାଇ ନଗର ପରିକ୍ରମା କରାଯାଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି ପଦଯାତ୍ରାରେ ନିମନ୍ତ୍ରିତ ଅତିଥିମାନଙ୍କ ସମେତ କେସି ପବ୍ଲିକ୍‌ ସ୍କୁଲର୍ ସ୍କାଉଟ୍ ଏଣ୍ଡ୍ ଗାଇଡ୍ ଛାତ୍ରଛାତ୍ରୀ, ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର ଏନ୍‌ସିସି ଛାତ୍ରଛାତ୍ରୀ, ସାମନ୍ତରା ଏକାଡ଼େମୀ ଓ କିଡ୍‌ର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପଦଯାତ୍ରା କରାଯାଇ ଲୋକମାନଙ୍କୁ ପ୍ରଚାରପତ୍ର ପ୍ରଦାନ ମାଧ୍ୟମରେ ସଚେତନତା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କ୍ରାନ୍ତି ଅନୁଷ୍ଠାନ
ତରଫରୁ ଗତ ୨୮ ତାରିଖ ରେ ଆୟୋଜିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ, ଅରୁଣ ପଟ୍ଟନାୟକ, ଚିନ୍ମୟାନନ୍ଦ ଦାସ, ଅନୀଲ୍ ସେଠୀ, ସଦସ୍ୟା ସ୍ନିଗ୍ଧାରାଣୀ ମହାରଣା, ଚର୍ଚ୍ଚିକା ଦାସ,ଶ୍ରୀୟାନ୍ସୀ ମହାରଣାଙ୍କ ସମେତ କ୍ରାନ୍ତି ଅନୁଷ୍ଠାନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଏବଂ ଆଇଏସ୍‌ଆର୍‌ଡି ଚାଇଲ୍ଡ ଲାଇନ୍ ସହଯୋଗ ପାଇଁ ହାତ ବଢ଼ାଇଥିଲେ ।

LEAVE A REPLY

Please enter your comment!
Please enter your name here