ବ୍ରହ୍ମପୁର, ୩୧/୦୫/୨୦୨୩: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ରେ ଶ୍ରୀ ଅମିତ ଗର୍ଗଙ୍କୁ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ତାଙ୍କ କାର୍ଯ୍ୟକାଳ ୨୦୨୩ ଜୁନ୍ ୧ରୁ ଆରମ୍ଭ ହେବ ।୨୦୨୩ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ଟିପିଏସ୍ଡିଏଲ୍ର ନିର୍ଦେଶକଙ୍କ ବୋର୍ଡ ବୈଠକରେ ଶ୍ରୀ ଅମିତ ଗର୍ଗଙ୍କୁ ସିଇଓ ଭାବେ ନିଯୁକ୍ତି ପ୍ରଦାନ କରିବା ସମ୍ପର୍କିତ ପ୍ରସ୍ତାବ ପାରିତ ହୋଇଥିଲା ।ଶ୍ରୀ ଅମିତ ଗର୍ଗଙ୍କୁ ଟାଟା ପାୱାରର ସଭାପତି, ଟ୍ରାନ୍ସମିସନ ଆଣ୍ଡ୍ ଡିଷ୍ଟ୍ରିବ୍ୟୁସନ (ଟିଆଣ୍ଡ୍ଡି) ଶ୍ରୀ ସଂଜୟ ବାଙ୍ଗା ସ୍ୱାଗତ କରି କହିଛନ୍ତି ଯେ. “ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ନୂଆ ସିଇଓ ଭାବେ ଶ୍ରୀ ଅମିତ ଗର୍ଗଙ୍କୁ ସ୍ୱାଗତ କରି ଆମେ ଉଲ୍ଲସିତ । ବିଦ୍ୟୁତ ଶକ୍ତି ଶିଳ୍ପରେ ତାଙ୍କ ବ୍ୟାପକ ଅଭିଜ୍ଞତା ଓ ଉତ୍କୃଷ୍ଟ ପ୍ରଦର୍ଶନକୁ ନେଇ ଆମେ ନିଶ୍ଚିତ ଯେ ଶ୍ରୀ ଗର୍ଗ ଟିପିଏସ୍ଓଡିଏଲ୍କୁ ସଫଳତାର ନୂତନ ଶିଖରରେ ପହଂଚାଇବାର ନେତୃତ୍ୱ ନେବେ ।’’
ସିଇଓ ଭାବେ ନିଯୁକ୍ତି ପାଇବା ପୂର୍ବରୁ ଶ୍ରୀ ଅମିତ ଗର୍ଗ ୨୦୨୨ ଅଗଷ୍ଟରୁ ଟିପିଏସ୍ଓଡିଏଲ୍ରେ ଚିଫ୍ ଅପରେଟିଂ ଅଫିସର (ସିଓଓ) ଭାବେ କାର୍ଯ୍ୟ କରୁଥିଲେ । ସେ ଟାଟା ପାୱାର ଟ୍ରେଡିଂ କଂପାନି ଲିମିଟେଡ୍ (ଟିପିଟିସିଏଲ୍)ର ସିଇଓ ପଦରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ରେ କାର୍ଯ୍ୟ କରିବା ସମୟ ସହିତ ତାଙ୍କ ସୁଦୀର୍ଘ କ୍ୟାରିୟରରେ ଶ୍ରୀ ଗର୍ଗ ବିଦ୍ୟୁତ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଛନ୍ତି ।
ବିଦ୍ୟୁତ ଶିଳ୍ପରେ ତିନି ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରଖିଥିବା ଶ୍ରୀ ଗର୍ଗ ମଧ୍ୟପ୍ରଦେଶର ଜବଲପୁର ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି।
ଟିପିଏସ୍ଓଡିଏଲ୍ର ସିଇଓ ଭାବେ ନିଯୁକ୍ତି ପାଇଥିବା ଶ୍ରୀ ଅମିତ ଗର୍ଗ କହିଛନ୍ତି ଯେ, “ଟିପିଏସ୍ଓଡିଏଲ୍ର ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟର ନେତୃତ୍ୱ ନେବା ଲାଗି ମୋ ଉପରେ ଭରସା ପ୍ରକଟ କରିଥିବାରୁ ମୁଁ ଟିପିଏସ୍ଓଡିଏଲ୍ ବୋର୍ଡକୁ ଧନ୍ୟବାଦ ଜଣାଉଛି । ଭରସାଯୋଗ୍ୟ ଓ ପ୍ରଭାବଶାଳୀ ବିଦ୍ୟୁତ ବଣ୍ଟନ ସେବା ଜରିଆରେ ଦକ୍ଷିଣ ଓଡ଼ିଶାର ଗ୍ରାମୀଣ ଓ ଆଦିବାସୀ ଅଂଚଳ ସମେତ ସମସ୍ତ ଗ୍ରାହକଙ୍କ ଜୀବନକୁ ସଶକ୍ତ କରିବାର ମିସନକୁ ଜାରି ରଖିବାକୁ ମୁଁ ଚାହିଁ ରହିଛି ବୋଲି ସେ କହିଛନ୍ତି ।’’
ଶ୍ରୀ ଗର୍ଗଙ୍କ ପୂର୍ବରୁ ଟିପିଏସ୍ଓଡିଏଲ୍ର ସିଇଓ ପଦରେ କାର୍ଯ୍ୟ କରିଥିବା ଶ୍ରୀ ଅରବିନ୍ଦ ସିିଂହଙ୍କ ମୂଲ୍ୟବାନ ଯୋଗଦାନକୁ ବୋର୍ଡ ପକ୍ଷରୁ ପ୍ରଶଂସା କରାଯାଇଛି । ୨୦୨୧ ଜାନୁଆରିରେ ଟିପିଏସ୍ଓଡିଏଲ୍ ଶୁଭାରମ୍ଭ ହେବା ପରଠାରୁ କଂପାନିର ସଫଳତାରେ ସେ ଅବିଚ୍ଛେଦ୍ୟ ଭୂମିକା ନିର୍ବାହ କରୁଛନ୍ତି ।ଶ୍ରୀ ଅରବିନ୍ଦ ସିଂହ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍)ର ନୂଆ ସିଇଓ ଭାବେ ଭୁବନେଶ୍ୱରରେ ରହି ଦାୟିତ୍ୱ ଗ୍ରହଣ କରିବା ସହ ଟିପିସିଓଡିଏଲ୍ର ଅଭିବୃଦ୍ଧି ଓ ବିକାଶ ପାଇଁ ତାଙ୍କ ଅଭିଜ୍ଞତା ଓ ଗୁରୁତ୍ୱପୂର୍ଣ୍ଣ ଦୂରଦୃଷ୍ଟିକୁ ବ୍ୟବହାର କରିବେ ।
ଟାଟା ପାୱାରର ସଭାପତି, ଟ୍ରାନ୍ସମିସନ ଆଣ୍ଡ୍ ଡିଷ୍ଟ୍ରିବ୍ୟୁସନ (ଟିଆଣ୍ଡ୍ଡି) ଶ୍ରୀ ସଂଜୟ ବାଙ୍ଗା କହିଛନ୍ତି ଯେ, “ଟିପିଏସ୍ଓଡିଏଲ୍ର ସିଇଓ ଭାବେ ଉଲ୍ଳେଖନୀୟ ନେତୃତ୍ୱ ପ୍ରଦର୍ଶନ କରିଥିବା ଶ୍ରୀ ଅରବିନ୍ଦ ସିଂହଙ୍କୁ ଆମେ ପ୍ରଶଂସା କରିବାକୁ ଚାହୁଁଛୁ । ଶ୍ରୀ ସିଂହଙ୍କ ନେତୃତ୍ୱରେ ଟିପିଏସ୍ଓଡିଏଲ୍ ଗ୍ରାମୀଣ ବିଦ୍ୟୁତ୍କରଣ, ନେଟ୍ୱର୍କରେ ଉନ୍ନତି, ଏଟିଆଣ୍ଡସି କ୍ଷତିରେ ଦୁଇ ଅଙ୍କ ବିଶିଷ୍ଟ ହ୍ରାସ ଏବଂ ପାୱାର ଫାଇନାନ୍ସ କର୍ପୋରେସନ ଜରିଆରେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ୧୧ତମ ବାର୍ଷିକ ବିଦ୍ୟୁତ ବଣ୍ଟନ ୟୁଟିଲିଟି ରେଟିଂରେ ଜାତୀୟ ସ୍ତରରେ ଶ୍ରେଷ୍ଠ ୟୁଟିଲିଟିଙ୍କ ମଧ୍ୟରେ ସ୍ଥାନ ପାଇବାର ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିବାରେ ସଫଳ ହୋଇଥିଲା । ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ ଓ ଉତ୍ସର୍ଗୀକୃତ ମନୋଭାବ କଂପାନିର ଅଭିବୃଦ୍ଧି ଓ ସଫଳତା ଲାଗି ଗୁରୁତ୍ୱପୂର୍ଣ୍ଣ ହୋଇରହିଛି ।’’
ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ୟାପକ ୪୮,୭୫୧ ବର୍ଗ କିଲୋମିଟରରେ ବ୍ୟାପ୍ତ ବଣ୍ଟନ ଅଞ୍ଚଳ ଓ ୨୩.୬୯ ଲକ୍ଷ ଗ୍ରାହକଙ୍କ ସମେତ ୯୪.୩୮ ଲକ୍ଷ ଲୋକଙ୍କୁ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ସେବା ପ୍ରଦାନ କରାଯାଉଛି ।