ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ।ଦକ୍ଷିଣାଞ୍ଚଳ : ବିଜ୍ଞାନରେ ୭୦.୯୫ % ଓ ବାଣିଜ୍ୟରେ ୭୦.୭୩ % ପରୀକ୍ଷାର୍ଥୀ କୃତକାର୍ଯ୍ୟ

0
185

ବ୍ରହ୍ମପୁର, ୩୧/୦୫/୨୦୨୩ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ସ୍ରୋତର ବାର୍ଷିକ ପରୀକ୍ଷା ଫଳାଫଳ ଆଜି ପୂର୍ବାହ୍ଣରେ ପ୍ରକାଶିତ ହୋଇଛି l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଅନୁଷ୍ଠାନିକ ଭାବେ ପୁସ୍ତିକା ଉନ୍ମୋଚନ କରିବା ସଂଗେ ସଂଗେ ଫଳାଫଳ ଘୋଷଣା କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଏସ୍. ଅଶ୍ୱଥି, ବିଭାଗୀୟ ଯୁଗ୍ମ ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର, ଉପାଧ୍ୟକ୍ଷ ଡ. ସୁନୀଲ ଜେନା, ସଚିବ ଶୁଭ୍ରବାଳା ବେହେରା ଓ ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଚଳିତ ୨୦୨୩ ବର୍ଷର ଉଚ୍ଚ ମାଧ୍ୟମିକ ଶିକ୍ଷା ବାର୍ଷିକ ପରୀକ୍ଷାରେ ରାଜ୍ୟ ସ୍ତରରେ ବିଜ୍ଞାନ ସ୍ରୋତରେ ୮୪.୯୩ % ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଣିଜ୍ୟ ସ୍ରୋତରେ ୮୧.୧୨ % ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l
ଚଳିତ ବର୍ଷ ଓଡ଼ିଶାର ଦକ୍ଷିଣାଞ୍ଚଳ ଅଧୀନସ୍ଥ ୮ଟି ଜିଲ୍ଲା ଯଥା : ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳରେ ଉଭୟ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଆଶାତୀତ ସଫଳତା ହାସଲ କରିଥିବା ଘୋଷିତ ଫଳାଫଳରୁ ସୂଚନା ମିଳୁଛି l
ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ଚଳିତ +୨ ବିଜ୍ଞାନ ପରୀକ୍ଷାରେ ସର୍ବମୋଟ ୧୮୯୮୩ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୧୮୭୭୪ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧୪୩୪୩ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୦.୯୫ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୫୮୮୯ ଜଣ ପ୍ରଥମ, ୪୮୩୧ ଜଣ ଦ୍ବିତୀୟ ଓ ୩୬୩୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୮୦ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୪୪ ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୁକ୍ତ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡକ୍ଟର୍ କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି lସେହିପରି ଚଳିତ ବର୍ଷ +୨ ବାଣିଜ୍ୟ ପରୀକ୍ଷାରେ ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ସର୍ବମୋଟ ୪୭୯୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୪୭୨୩ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୩୫୬୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୦.୭୩ ପ୍ରତିଶତ l ୧୨୫୯ ଜଣ ପ୍ରଥମ, ୭୯୦ ଜଣ ଦ୍ବିତୀୟ, ୧୩୬୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୧ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l +୨ ବାଣିଜ୍ୟ ପରୀକ୍ଷାରେ ଏ ବର୍ଷ କପି ଅଭିଯୋଗରେ ୮ ଜଣ ପରୀକ୍ଷାର୍ଥୀ ଅଭିଯୁକ୍ତ ହୋଇଥିବା ଉପସଚିବ ଡ. ଓଝା ଜଣାଇଛନ୍ତି l
ଗଞ୍ଜାମ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୯୬୦୧ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୯୪୬୭ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୭୭୭୧ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୨.୦୮ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୩୮୬୪ ଜଣ ପ୍ରଥମ, ୨୪୭୩ ଜଣ ଦ୍ବିତୀୟ ୧୪୦୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩୩ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୧୦ ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୨୨୨୦ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୨୧୯୩ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୭୯୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୧.୭୧ ପ୍ରତିଶତ l ୮୬୮ଜଣ ପ୍ରଥମ, ୩୭୦ ଜଣ ଦ୍ବିତୀୟ, ୫୪୭ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l କପି ଅଭିଯୋଗରେ ଜଣେ ପରୀକ୍ଷାର୍ଥୀ ଅଭିଯୁକ୍ତ ହୋଇଛନ୍ତି lଗଜପତି ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୯୮୨ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୯୬୫ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୫୯୪ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୧.୫୫ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୬୮ଜଣ ପ୍ରଥମ, ୨୦୪ ଜଣ ଦ୍ବିତୀୟ ଓ ୩୧୦ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୨ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ଜଣେ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ଗଜପତି ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୧୦୪ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୧୦୧ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୭୬ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୫.୨୪ପ୍ରତିଶତ l ୧୧ ଜଣ ପ୍ରଥମ, ୧୭ ଜଣ ଦ୍ବିତୀୟ, ୪୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି ଳ କମ୍ପାର୍ଟମେଣ୍ଟ କି ମାଲ୍ ପ୍ରାକ୍ଟିସ୍ କେହି ନାହାନ୍ତି l
କୋରାପୁଟ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୨୭୩୪ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୨୯୯୧ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧୮୮୬ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୦.୦୮ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୬୩୩ ଜଣ ପ୍ରଥମ, ୬୧୩ ଜଣ ଦ୍ବିତୀୟ ଓ ୬୩୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୧୪ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି lସେହିପରି ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୮୬୭ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୮୫୫ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୬୦୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୦.୫ ପ୍ରତିଶତ l ୧୧୮ଜଣ ପ୍ରଥମ, ୧୨୭ ଜଣ ଦ୍ବିତୀୟ, ୨୮୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 2 ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l ୨ ଜଣ ପରୀକ୍ଷାର୍ଥୀ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ମାଲକାନଗିରି ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୧୧୪୩ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୧୧୨୬ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୮୩୯ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୪.୫୧ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୨୫୯ ଜଣ ପ୍ରଥମ, ୩୨୨ଜଣ ଦ୍ବିତୀୟ ଓ ୨୫୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l
ସେହିପରି ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୩୫୩ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୩୪୬ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୨୩୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୭.୦୫ ପ୍ରତିଶତ l ୩୨ ଜଣ ପ୍ରଥମ, ୬୭ଜଣ ଦ୍ବିତୀୟ, ୧୩୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି lନବରଙ୍ଗପୁର ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୧୭୩୭ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୧୭୧୮ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧୨୯୭ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୫.୪୯ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୩୨୫ ଜଣ ପ୍ରଥମ, ୪୫୫ ଜଣ ଦ୍ବିତୀୟ ଓ ୫୧୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ଜଣେ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି lସେହିପରି ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୩୪୭ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୩୪୪ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୨୪୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୨ ପ୍ରତିଶତ l ୬୭ଜଣ ପ୍ରଥମ, ୬୧ ଜଣ ଦ୍ବିତୀୟ, ୧୨୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟରେ କେହି ନାହାନ୍ତି l ୨ ଜଣ କପି ଅଭିଯୁକ୍ତ ହୋଇଛନ୍ତି l
ରାୟଗଡ଼ା ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୧୮୮୧ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୧୮୫୭ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧୩୪୪ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୨.୩୭ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୬୧୯ ଜଣ ପ୍ରଥମ, ୪୫୮ଜଣ ଦ୍ବିତୀୟ ଓ ୨୬୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭ଜଣ କମ୍ପାଟମେଣ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ୧୩ ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୬୮୩ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୬୭୨ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୪୫୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୭ ପ୍ରତିଶତ ।୧୨୮ ଜଣ ପ୍ରଥମ, ୯୪ ଜଣ ଦ୍ବିତୀୟ, ୨୨୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି l ୧୧ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨ ଜଣ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛି।
ବୌଦ୍ଧ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ ୧୬୮ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୧୬୫ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧୧୨ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୭.୮୭ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୩୬ ଜଣ ପ୍ରଥମ, ୩୬ ଜଣ ଦ୍ବିତୀୟ ଓ ୪୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ଏହି ସୂତ୍ରରୁ ପ୍ରକାଶ lସେହିପରି ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୯ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୧୦୦ ପ୍ରତିଶତ l ୩ ଜଣ ପ୍ରଥମ, ୨ ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।କନ୍ଧମାଳ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ୮୧୦ ଫର୍ମ ପୂରଣ କରିଥିଲେ ଏବଂ ୭୮୫ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୫୦୦ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୩.୬୯ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୮୫ ଜଣ ପ୍ରଥମ, ୧୮୦ ଜଣ ଦ୍ବିତୀୟ ଓ ୨୨୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୧ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୪ ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି lସେହିପରି ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୨୦୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୨୦୩ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୫୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୬.୮୪ପ୍ରତିଶତ ।୩୨ ଜଣ ପ୍ରଥମ, ୫୨ ଜଣ ଦ୍ବିତୀୟ,୭୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀ କପି ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ଉପସଚିବ ଡ. ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l

LEAVE A REPLY

Please enter your comment!
Please enter your name here