ଦେବକୁଣ୍ଡରେ ବୁଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

0
172

ବ୍ରହ୍ମପୁର,୦୫/୦୬/୨୦୨୩:
ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ ରେ ବୁଡ଼ି ଜଣେ ଡ଼ାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର ଲିପେନ କୁମାର ସାହୁ (୨୩)।ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ସେ ତୃତୀୟ ବର୍ଷର ଛାତ୍ର ଥିଲେ ।ଘଟଣାରୁ ଜଣାପଡ଼ିଛି ଲିପେନ୍ ଗତକାଲି ୭ଜଣ ସାଙ୍ଗ ଙ୍କ ସହିତ ଦେବକୁଳ ବୁଲିବାକୁ ଆସିଥିଲେ । ଏକ ଦେବୀମନ୍ଦିର ପାଦଦେଶରେ ଥିବା ଝରଣାର ମୁଖ୍ୟକୁଣ୍ଡ ନିକଟରେ ସାଙ୍ଗମାନଙ୍କ ସହିତ ଗାଧୋଇବା ବେଳେ ହଠାତ୍ ଗୋଡ଼ ଖସିଯିବାରୁ ସେ ଗଭୀର ପାଣିକୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନା ନିଆଯାଇଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏ ନେଇ ଉଦଳା ଥନାରେ ୩୬/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।ତନ୍ତ୍ର କୁଣ୍ଡରେ ପୂର୍ବରୁ ଏକାଧିକ ଦୁର୍ଘଟଣା ଘଟିଥିବାରୁ ପ୍ରଶାସନ ପକ୍ଷରୁ ସେଠାରେ ଗାଧୋଇବାକୁ ବାରଣ କରାଯାଇଛି। ଏହି ଅଞ୍ଚଳଟି ଡୁକୁରା ବନବିଭାଗ ଅଧୀନରେ ଆସୁଥିବା ବେଳେ କୁଣ୍ଡ ନିକଟରେ କୌଣସି ଅଘଟଣ ରୋକିବା ଓ ଗାଧୋଇବାକୁ ବାରଣ କରିବା ପାଇଁ ବନ କର୍ମଚାରୀ ନିୟୋଜିତ ଥିବା ବେଳେ ଏହାସତ୍ତ୍ବେ କେମିତି ଦୁର୍ଘଟଣା ଘଟିଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ତେବେ ଗାଧୋଇବା ଅଭିଯୋଗକୁ ଖଣ୍ଡନ କରିବା ସହ ଛାତ୍ରମାନେ କୁଣ୍ଡ ନିକଟରେ ବସି ଧୁଆଧୋଇ ହେଉଥିଲେ ବୋଲି କହିଛନ୍ତି।ଏମିତି ଅଚାନକ ଅକାଳରେ ଚାଲିଯିବାରେ ପରିବାର ଲୋକେ ସବୁ ଗଭୀର ଭାବରେ ଦୁଃଖିତ ଓ ମର୍ମାହତ ହୋଇ ପଡିଛନ୍ତି।ପୁଅକୁ ନେଇ ମାଆ କେତେ ସ୍ବପ୍ନ ଦେଖିଥିଲେ ତାହା ନିମିଷକ ମଧ୍ୟରେ ମିଳେଇ ଗଲା। ଗୋଳନ୍ଥରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଅଞ୍ଚଳର ସେ ଜଣେ ମେଧାବୀ ଛାତ୍ର ଥିଲେ।ସାଙ୍ଗ ସାଥୀ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି, କାହା ପାଟିରୁ ଶବ୍ଦ ବାହାରୁନି। ପୁଅର ମୃତ୍ୟୁ ଖବର ପାଇ ମାଆ ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି ଏବଂ ବାରମ୍ବାର ଚେତାଶୂନ୍ୟ ହୋଇ ପଡିଛନ୍ତି। ଖବର ପାଇ ପରିବାର ଲୋକେ ରବିବାର ଦିନ ବାରିପଦାରେ ପହଞ୍ଚି ଶବବ୍ୟବଚ୍ଛେଦ କରି ଆଜି ସନ୍ଧ୍ୟାରେ ଫେରିଛନ୍ତି।ବାପା କରୋନା ସମୟରେ ଦେହାନ୍ତ ହୋଇଥିଲେ। ତାହା ପୂର୍ବରୁ ପୁଅ ଡ଼ାକ୍ତରୀ ପଢ଼ିବା ପାଇଁ ବିବେଚିତ ହୋଇ ସାରିଥିଲେ।ମୃତ ଲିପେନର ମା’ର ଏକମାତ୍ର ସାହାଭରସା ଥିବା ପୁଅକୁ କୋଳଶୁନ୍ୟ କରି ନିଷ୍ଠୁର ନିୟତି ଆଜି ପୁଅ କୁ ଛଡେଇ ନେଇଛି। ମାଆ ର କେତେ ବଡ଼ ସ୍ବପ୍ନ ଭାଙ୍ଗି ଚୁର୍ ମାର୍ ହୋଇଯାଇଛି। ମାଆ ପ୍ରମିଳା ଦାରୁଣ ଦୁଃଖକୁ ସହ୍ୟ କରିନପାରି ଭୋ ଭୋ କାନ୍ଦି ତଳେ ଗଡୁଛନ୍ତି। ଲିପେନ ୧୦ଦିନ ପୂର୍ବେ ବାପାଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଗୋଳନ୍ଥରା ଆସି ମା ଙ୍କୁ ସମସ୍ତ ଘର ସାମଗ୍ରୀ କିଣି ଦେଇ ଯାଇଥିଲେ। ପୁଣି ୧୫ଦିନ ପରେ ଆସିବି କହି ଚାଲି ଗଲେ ଆରପାରିକୁ।ପୁଅକୁ ନେଇ ମା କେତେ ସ୍ବପ୍ନ ଦେଖିଥିଲେ ତାହା ନିମିଶେକ ମଧ୍ୟରେ ମିଳେଇ ଗଲା। ଗୋଳନ୍ଥରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଅଞ୍ଚଳର ଜଣେ ମେଧାବୀ ଛାତ୍ର ଥିଲେ। ଅଞ୍ଚଳର ସାଙ୍ଗସାଥୀ , ସହପାଠୀ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି, କାହା ପାଟିରୁ ଶବ୍ଦ ବହାରୁନି। ପୁଅର ମୃତ୍ୟୁ ଖବର ପାଇ ମା ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି ଓ ବାରମ୍ବାର ଚେତାଶୂନ୍ୟ ହୋଇ ପଡିଛନ୍ତି। ଖବର ପାଇ ପରିବାର ଲୋକେ ରବିବାର ଦିନ ବାରିପଦାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ଆଜି ମଧ୍ୟ ରାତ୍ର ରେ ଫେରିଛନ୍ତି।

LEAVE A REPLY

Please enter your comment!
Please enter your name here