“ଘୁମୁସର ର ସ୍ବର” ପକ୍ଷରୁ ୧୬୨ତମ ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା

0
2

ବୁଗୁଡା, ୩୧/୫/୨୬ : ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଅହଲ୍ୟା ଦେବୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ପବିତ୍ର ପୁରୁଷୋତ୍ତମ ମାସ ଜ୍ୟେଷ୍ଠ ମଳ ପୂର୍ଣ୍ଣିମା ଅବସରରେ ୧୬୨ତମ ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ପ୍ରତିଷ୍ଠାନର ସଭାପତି ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ବରେଣ୍ୟ ଅତିଥି ଭାବେ କବି ପଦ୍ମ ଲୋଚନ ଗୌଡ, କବି ସୁରେଶ ଚନ୍ଦ୍ର ପାଢ଼ୀ, ବାଲିପଦର ହାଇସ୍କୁଲ ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ର, ଖରିଡା ମା’ସ୍ବପ୍ନଶ୍ବରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ଅଧ୍ଯାପିକା ଇତିଶ୍ରୀ ନାୟକ, ସମାଜସେବୀ ଖଲି ପରିଡା, ବୃନ୍ଦାବନ ମହାନ୍ତି, ବଳରାମ ମହାରଣା ଯୋଗଦେଇ ସାହିତ୍ୟିକମାନେ ଆନ୍ତରିକ ଉଦ୍ୟମ କଲେ ଭାରତୀୟ ସଂସ୍କୃତିର ବିକାଶ ଘଟିବା ସହିତ ଆଧୁନିକ ଯୁବପିଢିଙ୍କ ମାନସିକତାରେ ପରିବର୍ତ୍ତନ ଆସିବ ବୋଲି ମତବ୍ୟକ୍ତ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠ ପରେ ଚଳିତ ବର୍ଷ ଯୁକ୍ତ ଦୁଇ ପରିକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ୧୧ଜଣ ଛାତ୍ରୀ ମୀରା ଗୌଡ, ରୁଦ୍ରାକ୍ଷୀ ପ୍ରଧାନ, ସନ୍ଧ୍ଯା ରାଣୀ ସାହୁ, ସ୍ମୁତିରାଣୀ ଗୌଡ, ମୋନାଲିସା ଗୌଡ, ନନ୍ଦିନୀ ମହାରଣା, ରିଙ୍କି ମହାରଣା, ରଶ୍ମିତା ପଟ୍ଟନାୟକ, ସର୍ବାଣୀ ମହାରଣାଙ୍କୁ ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରି “ଘୁମୁସର ର ସ୍ବର” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ଥିଲା। ଶେଷରେ ପୋଲସରାର ପ୍ରଦିପ୍ତ କୁମାର ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here