ଗ୍ରେଡ ପେ ବୁଦ୍ଧି ଦାବୀ ନେଇ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ୧୩ ଦିନରେ ପହଞ୍ଚିଲା ଅମଲା ସଂଘର ଧାରଣା।ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଅମଲା ସଂଘ ର ଅଭିନବ ଉପାୟ ଧାରଣ, ତାରାତାରିଣୀ ପୀଠ ରେ ଅଖଣ୍ଡ ଦୀପ ସହ ଧାରଣା ସ୍ଥଳରେ ଗାୟତ୍ରୀ ପାଠ

0
260

ବ୍ରହ୍ମପୁର,୧୩/୦୬/୨୦୨୩:ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆମଲା ସଂଘ ସମୁହ ଛୁଟି ଆଜି ୧୩ ଦିନରେ ପହଞ୍ଚିଛି ।ରାଜ୍ୟ ଅମଲା ମଞ୍ଚ ର ଧାରଣା ୧୩ ଦିନରେ ପହଞ୍ଚିଛି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଆଜି ଅଭିନବ ଉପାୟ ରେ ଅମଲା ସଂଘ ଧାରଣା ଜାରି ରଖିଛନ୍ତି। ଆଜି ତାରାତାରିଣୀ ରେ ଅଖଣ୍ଡ ଦୀପ ପ୍ରଜ୍ୱଳନ ସହ ଧାରଣା ସ୍ଥଳରେ ହୋମ ସହ ଗାୟତ୍ରୀ ପାଠ କରାଯାଇଛି। ଧାରଣାରେ ୫୦ ହଜାର ଅମଲା ସଂଘର କର୍ମକର୍ତା ବସିଛନ୍ତି I ସେପଟେ ସରକାରୀ କାର୍ଯ୍ୟାଳୟ ଖାଁ ଖାଁ l ଯାହା ଦ୍ୱାରା ସମସ୍ତ ସରକାରୀ ଅଫିସ ଗୁଡିକ ନାହିଁ ନଥିବାର ସମ୍ମୁଖୀନ ହେବାକୁ ପଡିଛନ୍ତି ଜନସାଧାରଣ l ଦୀର୍ଘ ଦିନର ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ଅମଲା ସମୁହ ଛୁଟିରେ ଯିବା ପରେ ସରକାରୀ ଦପ୍ତରରେ ଶୂନଶାନ୍ ସ୍ଥିତି । ବ୍ରହ୍ମପୁର, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି l ଏଠି ଅନ୍ୟ ଦିନ ଭଳି ବିଭିନ୍ନ କାର୍ଯ୍ୟ ଲାଗି ଅଫିସକୁ ଆସି ନିରାଶ ହୋଇଛନ୍ତି ସାଧାରଣ ଲୋକେ।
ଅମଲାଙ୍କ ଅନୁପସ୍ଥିତି ପାଇଁ ଖାଲି ହାତରେ ଫେରିବାକୁ ପଡ଼ିଛି । ଅଫିସରେ ଥିବା ଅଫିସର ମାନେ କ୍ଲାର୍କ ନାହାନ୍ତି କହି ଲୋକଙ୍କୁ ପଠେଇ ଦେଉଛନ୍ତି | ଫାଇଲ ଓ ଟେବୁଲ ଛାଡ଼ି ସମୁହ ଆନ୍ଦୋଳନରେ କର୍ମଚାରୀ। ଏପଟେ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ରାଜ୍ୟ ଅମଲା ମଞ୍ଚର ଦାବି ଯେ, ୨୦୧୭ ପରେ ଅମଲାଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ କମ୍ପ୍ୟୁଟର ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ହେଲେ ସେହି ଅନୁସାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲାମାନଙ୍କର ଗ୍ରେଡ୍ ପେ ବୃଦ୍ଧି କରାଯାଇନି । ସେମାନେ ପୂର୍ବରୁ ପାଉଥିବା ୧୯୦୦ ଗ୍ରେଡ୍ ପେ, ଏବେ ବି ବଳବତ୍ତର ରହିଛି।ତେବେ ସମାନ କାମକୁ ସମାନ ଦରମା ନୀତିର ଏହା ଉଲ୍ଲଂଘନ କରୁଥିବା ସେମାନେ ଗ୍ରେଡ୍ ପେ ୪୨୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରି ଆସୁଛନ୍ତି। ଏଥିପାଇଁ ଗତ ମେ ପହିଲାରୁ ଗୋଟିଏ ମାସ ପାଇଁ ସରକାରଙ୍କୁ ଅଲଟିମେଟମ୍ ଦେଇଥିଲା ଅମଲା ସଂଘ। ସେହିଭଳି ମେ ୨୨ରୁ ୩୧ ତାରିଖ ଯାଏଁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇବା ସହ ଜୁନ ପହିଲାରୁ ଅନିର୍ଦ୍ଦିଷ୍ଟ ଦିନ ପାଇଁ ସମୁହ ଛୁଟିରେ ଯିବାକୁ ଚେତାବନୀ ଦେଇଥିଲା। ତା ଭିତରେ ସରକାର ସେମାନଙ୍କ ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ନନେବାରୁ ଆଜିଠୁ ସିଟ୍ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇଛି ଅମଲା ମଞ୍ଚ। ରାଜ୍ୟ ଅମଲା ମଞ୍ଚର ସୂଚନା ଅନୁସାରେ ଗତ ୧ ତାରିଖ ଠାରୁ ରାଜସ୍ବ ବିଭାଗ ଟ୍ରେଜେରୀ, ସବ ରେଜିଷ୍ଟାର ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମ୍ୟ ନିର୍ମାଣ, ପୂର୍ତ୍ତ ବିଭାଗ ଏମିତି ରାଜ୍ୟର ସବୁ ଅଫିସ ରେ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ପ୍ରାୟ ୫୦ ହଜାରରୁ ଅଧିକ ଅମଲା ଆନ୍ଦୋଳନରେ ସାମିଲ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here