ଗୋଲ୍ଡେନ ଲ୍ୟାଣ୍ଡ ମାଲିକାନାରେ ଥିବା କେସି ନଗରଢିହ ମୌଜାର ୨୦ ଏକର ଜମିକୁ ଲୁଟି ନେଲେଣି ପ୍ଲଟ ମାଫିଆ

0
250

ଛତ୍ରପୁର ,୧୪/୦୬/୨୦୨୩ : ଛତ୍ରପୁର ତହସିଲ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ସର୍କଲ ଅଧିନସ୍ଥ କେସି ନଗରତିହ ଗ୍ରାମର ମୋଟ ୨୦ ଏକର ଚାଷ ଜମିକୁ ଗୋଲଦେନ୍ ଲ୍ୟାଣ୍ଡ କମ୍ପାନୀ କର୍ତ୍ତୁପକ୍ଷ ଚାଷୀମାନଙ୍କୁ ଏକର ପ୍ରତି ଏକଲକ୍ଷ ଟଙ୍କା ଦେଇ ଦୀର୍ଘ ୧୨ ଵର୍ଷ ହେବ ଜମି ଅକ୍ତିଆର କରି ଜମି ଜବରଦଖଲ କରିଥିଲେ । ତେବେ ଦୀର୍ଘ ୧୨ ବର୍ଷ ବ୍ୟଵଧାନରେ ଜନୈକ ପ୍ଲଟ ମାଫିଆ କୁଆଡ଼େ ଭୁବନେଶ୍ୱରକୁ ଯାଇ ଏକ ଲିଖିତ ମାଧ୍ୟରେ ସେହି ଚାଷ ଉର୍ବର ଜମିକୁ ପ୍ଲଟ କରି ଲୋକମାନଙ୍କୁ ଘର କରିବା ନିମନ୍ତେ ପ୍ଲଟ ଉପଯୋଗୀ କରିବାକୁ ଟ୍ରାକ୍ଟର ଦ୍ବାରା ଜମି ଗୁଡିକୁ ସମତୁଲ କରୁଥିବା ଦେଖିବାକୁ ମିଳିଛି
ଏଠାରେ ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶା ସହ ରାଜ୍ୟ ଓ ରାଜ୍ୟ ବାହାର ଲକ୍ଷଲକ୍ଷ ଜନସାଧାରଣଙ୍କ ଜମା ଟଙ୍କାକୁ ହଡ଼ପ କରି ଧରାପଡ଼ିଥିବା ଗୋଲ୍ଡେନ୍ ଲ୍ୟାଣ୍ଡ କମ୍ପାନୀ ଜମାକାରୀଂକ ନିବେଶ ଅର୍ଥକୁ ଫେରାଇନଥିବା , ଏ ନେଇ ସ୍ୱତନ୍ତ୍ର କୋର୍ଟରେ ମାମଲା ଚାଲିଥିବା ବେଳେ କମ୍ପାନୀର ଜମି ପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟି ଦେଉ ନଥିବା କାରଣରୁ ସମ୍ପ୍ରତି ପ୍ଲଟ ମାଫିଆ ଗୋଷ୍ଠୀ କିଛି ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ହାତଵାରିସୀ କରି କିଛି ଟଙ୍କା ମାଧ୍ୟମରେ ଦେଇ କ ବଜ କରି ଲୋକଙ୍କୁ ଭୟଭିତ କରାଇ ଟଙ୍କା ଵାନ୍ଧି ଥିବା ବ୍ୟକ୍ତି ମାନଙ୍କୁ ଧମକ ଦେଇଛନ୍ତି। ଦୀ ର୍ଘ ୧୨ ବର୍ଷ ବ୍ୟଵଧାନରେ ଫାଇଲିନ ବାତ୍ୟାରେ ଗୋଲ୍ଡେନ ଲ୍ୟାଣ୍ଡ କମ୍ପାନୀ ଦ୍ଵାରା ଲଗାଯାଇଥିବା ସାଇନ ଵୋଡ ସମ୍ପୁର୍ଣ୍ଣ ଭାଙ୍ଗି ଗଲାଣି ।ଏଥି ପୂର୍ବରୁ ଜମି ଗୁଡିକକୁ ରଙ୍ଗେଇଲୁଣ୍ଡା ବ୍ଲକ ଲୁହାଝର ପଞ୍ଚୟତର ଶୀତଳାପଲ୍ଲୀ ଗ୍ରାମ କିଛି ଚାଷୀମାନେ ୨୦ ଏକର ଜମିକୁ ଜୋରଜୁଲମ କରି ପଡିଆ ଜମିକୁ ଚାଷ ଉପଯୋଗୀ କରି ଧାନ ଫସଲ ଆଦାୟ କରି ଆସୁଥିଲେ । ପରନ୍ତୁ ଅଧୁନା ଏହି ଜମିକୁ ମାଫିଆ ଗୋଷ୍ଠୀଙ୍କ ଦ୍ଵାରା ପ୍ଲଟ ବେପାରର ସାମିଲ କରି କୋଟି କୋଟି ଟଙ୍କାର ଆର୍ଥିକ କାରବାର କରୁଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାପାଳ ଜମାକାରୀଙ୍କ ସ୍ୱାର୍ଥପ୍ରତି ଦୃଷ୍ଟିଦେଇ ଗୋଲ୍ଡେନ ଲ୍ୟାଣ୍ଡ ର ଏହି ଜମି ଗୁଡିକକୁ ପ୍ଲଟମାଫିଆଙ୍କ କବକାରୁ ନିଜ ଅକ୍ତିଆରକୁ ନେବାକୁ ସାଧାରଣରେ ଆଲୋଚନା ହେଉ ଥିବା ସହ ଏଥିନେଇ ଜିଲ୍ଲାପାଳ ମାମଲା ରୁଜୁ କରିବାକୁ ସାଧାରଣରେ ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here