ନବ ବିବାହିତା ଯୋଡି କୁ ଆଶା କର୍ମୀ ଙ୍କ ଦ୍ୱାରା ନବ ଦମ୍ପତି କିଟ ପ୍ରଦାନ

0
244

ଆସିକା,୧୪/୦୬/୨୦୨୩:
ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ରେ ନବ ଦମ୍ପତି ମାନଙ୍କୁ ଆଶା କର୍ମୀ ଦ୍ୱାରା ନବ ଦମ୍ପତି କିଟ ପ୍ରଦାନ କରିବା ବ୍ୟବସ୍ତା କରାଯାଉଛି l ସେହିଭଳି ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପୋଡ଼ଙ୍ଗୀ ଗ୍ରାମରେ ଆଜି ଏକ ନବ ବିବାହିତା ଯୋଡି କୁ ନବ ଦମ୍ପତି କିଟ ପ୍ରଦାନ କରିଛନ୍ତି, ଗ୍ରାମର ଆଶା କର୍ମୀ l ଜନସଂଖ୍ୟା ର ସ୍ଥିରତା ଆଣିବା, ନବ ବିବାହିତା ଦମ୍ପତି ଙ୍କ ଶାରୀରିକ, ମାନସିକ ସୁସ୍ଥତା ଏବଂ ବିବାହ ର ୩ ବର୍ଷ ପରେ ଶିଶୁ ଜନ୍ମ କରିବା ଭଲ ବୋଲି ଗ୍ରାମର କାର୍ଯ୍ୟରତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମଧୁସ୍ମିତା ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଇତିଶ୍ରୀ ମଲ୍ଲିକ, ଆଶା କର୍ମୀ ରୀନା ରାଣୀ ଗୌତମ, ରେବତୀ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି କିଟ ପ୍ରଦାନ କରିଥିଲେ l ନବ ଦମ୍ପତି ହେଲେ ପୋଡ଼ଙ୍ଗୀ ଗ୍ରାମ ପେଣ୍ଠ ସାହିର ଜଗନ୍ନାଥ ଡାକୁଆ ଏବଂ ଗୌରୀ ଡାକୁଆ l ଏହିଭଳି ଆଗାମୀ ଦିନରେ ପ୍ରତେକ ନୁଆଁ ବିବାହିତା ଯୋଡି କୁ ଏଭଳି କିଟ ପ୍ରଦାନ କରି ଉତ୍ତମ ସ୍ୱାସ୍ଥ୍ୟ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ସଚେତନତା କରାଯିବ ବୋଲି ସ୍ୱାସ୍ଥ୍ୟ କର୍ମୀ ମାନେ ମତ ରଖିଥିଲେ l

LEAVE A REPLY

Please enter your comment!
Please enter your name here