ବ୍ରହ୍ମପୁର,୧୫/୦୬/୨୦୨୩:ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ର ଜଣେ ପ୍ରଥମ ବର୍ଷ ପିଜି ଛାତ୍ରୀ ଙ୍କ ମୃତ୍ୟୁ ହୋଇଯାଇଛି। ଏମକେସିଜି ମେଡିକାଲ କଲେଜର ସିନିୟର ରେସିଡେଣ୍ଟ ହଷ୍ଟେଲରୁ ଉକ୍ତ ଡାକ୍ତରୀ ଛାତ୍ରୀଙ୍କୁ ଆଜି ପୂର୍ବାହ୍ନ ସମୟରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲା । ପରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ମୃତ ଡାକ୍ତରୀ ଛାତ୍ରୀ ଜଣକ ହେଲେ ଚର୍ମ ରୋଗ ବିଭାଗର ଶୁବାନୀ ପଟ୍ଟନାୟକ । ଶୁବାନୀଙ୍କ ଘର ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି । ତେବେ ଅତ୍ୟାଧିକ ଔଷଧ ଖାଇବା ପରେ ଶୁବାନୀଙ୍କ ମୃତ୍ୟୁ ହୋଇଥିବା ନେଇ ଏମକେସିଜି ମେଡିକାଲ ଫାଣ୍ଡି ଅଧିକାରୀ ଭୈରବୀ କୁମାରୀ ଭୂୟାଁ ସୂଚନା ଦେଇଥିବା ବେଳେ ପୋଲିସ ଶବ କୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଯାଇଛି।ତେବେ ଡାକ୍ତରୀ ଛାତ୍ରୀ ଜଣକ କାହିଁକି ଆଉ କେଉଁ କାରଣରୁ ଅତ୍ୟଧିକ ଔଷଧ ସେବନ କରି ମୃତ୍ୟୁବରଣ କରିବେ ପ୍ରଶ୍ନ ଉଠୁଥିବା ବେଳେ ମୃତ୍ୟୁ ପଛରେ ଅନ୍ୟ କ’ଣ କାରଣ ରହିଛି ତାହା ତଦନ୍ତ ପରେ ଜଣାପଡିବ।





