ବୈଦିକ ପରିବାର ନିର୍ମାଣ ଆଜିର ଆବଶ୍ୟକତା : ସ୍ବାମୀ ସୁଧାନନ୍ଦ

0
265

ବ୍ରହ୍ମପୁର,୧୫/୦୬/୨୦୨୩:ଆମେ ନିଜର ଶୁଭ କର୍ମର ଫଳ ସ୍ୱରୂପ ବିବେକସଂପନ୍ନ ଏହି ମନୁଷ୍ୟ ଶରୀର ଲାଭ କରିଅଛି ।
ଆପାତତଃ ଦେଖାଯାଉଛି ଯେ, ଆଜିର ସମାଜରେ ମନୁଷ୍ୟ ନିଜ ପରିବାରକୁ ଯଦିଓ ସୁଖ, ଶାନ୍ତି ଓ ସମୃଦ୍ଧି ଆସୁ ବୋଲି ଇଚ୍ଛା କରୁଛି କିନ୍ତୁ ତଦନୁରୂପ କର୍ମ କରୁନାହିଁ । ତାର ମୁଖ୍ୟ କାରଣ ହେଲା, ବେଦ ଠାରୁ ମନୁଷ୍ୟ ଧୀରେ ଧୀରେ ଦୂରକୁ ଚାଲିଯିବା । ତଦ୍ୱାରା ଘରେ ଘରେ ଅପସଂସ୍କୃତି ବଢୁଛି,ଭବିଷ୍ୟତ ପିଢୀ ଉତ୍ ଶୃଙ୍ଖଳିତ ହେଉଛନ୍ତି, ମାତା ପିତା ଗୁରୁଜନ ଆଦି ଅବହେଳିତ ହେଉଛନ୍ତି,ସଂସାରର ବୃଦ୍ଧାଶ୍ରମର ସଂଖ୍ୟା ବଢ଼ୁଛି । ଏସବୁ ସମସ୍ୟାର ସମାଧାନ ପାଇଁ ଘରେ ଘରେ ବୈଦିକ ଶିକ୍ଷା ଦେବା, ପିଲାମାନଙ୍କୁ ଆଧ୍ୟାତ୍ମିକତାରେ ସମ୍ପନ୍ନ କରିବା, ସତତଙ୍ଗ ର ପ୍ରସାର କରିବା ଇତ୍ୟାଦିର ଆବଶ୍ୟକତା ଅଛି । ବ୍ରହ୍ମପୁର ବେଦ ପ୍ରଚାର ସମିତି ପକ୍ଷରୁ ଗିରି ରୋଡ୍ ସ୍ଥିତ ପାଢୀ ସେଲିବ୍ରେସନ୍ ହଲ୍ ଠାରେ ଗତ ୧୩ ତାରିଖରୁ ଆଜି ଯାଏଁ ଚାଲିଥିବା ବେଦ ପ୍ରବଚନ କାର୍ଯ୍ୟକ୍ରମ ର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ଶ୍ରୁତିନ୍ୟାସର ଅଧ୍ୟକ୍ଷ ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ଵତୀ ମହାରାଜ ଉପରୋକ୍ତ ବିଚାର ଉପସ୍ଥାପନ କରିଛନ୍ତି ।ଶେଷଦିନ ସକାଳ ଆଠଟାରୁ ରାତି ନଅ ଟା ପର୍ଯ୍ୟନ୍ତ ଦିବସ ବ୍ୟାପୀ ଯଜ୍ଞ, ଭଜନ, ପ୍ରବଚନ, ଶଙ୍କା ସମାଧାନ ଇତ୍ୟାଦି କ୍ରିୟା ଅନୁଷ୍ଠାନ କରାଗଲା । ବେଦ ପ୍ରଚାର ସମିତିର ବସନ୍ତ ମୁନୀ, ଇତିଶ୍ରୀ ପାତ୍ର,ଗାୟତ୍ରୀ ବେହେରା, ମନୀଷା ପାତ୍ର ପ୍ରମୁଖ ପ୍ରତ୍ୟହ ବୈଦିକ ଭଜନ ପରିବେଷଣ କରିଥିଲେ ।ବେଦ ପ୍ରଚାର ସମିତି ବ୍ରହ୍ମପୁର ଶାଖା ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦୟା ସାଗର ସାହୁ, ବିଷ୍ଣୁ ପ୍ରସାଦ ମୁନି, ଆର୍ ମୋହନ୍ ରେଙ୍ଗି, ଭଗବାନ ଗୌଡ, ଯୋଗେଶ୍ଵର ପଣ୍ଡା, ରାଜେଶ୍ଵର ସୁବୁଦ୍ଧି,ପ୍ରଦୀପ କୁମାର ପଣ୍ଡା, ଅନୀତା ସୁବୁଦ୍ଧି, ଲକ୍ଷ୍ମୀ ମୁନୀ, ସବିତା ସୁବୁଦ୍ଧି ପ୍ରମୁଖ କାର୍ଯ୍ୟକର୍ତା ତଥା ସମିତିର ଅନ୍ୟାନ୍ୟ ସଦସ୍ୟ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ ।ଏହି ତ୍ରିବଦିସୀୟ ବେଦ ପ୍ରବଚନ କାର୍ଯ୍ୟକ୍ରମରେ ପ୍ରତିଦିନ ୩୫୦ ରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here