ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦ ରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଟାଟା ପାଓ୍ବାର କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

0
235

ବ୍ରହ୍ମପୁର,୧୬/୦୬/୨୦୨୩: ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି କମ୍ପାନୀ ଟାଟା ପାୱାର୍ ର ଅରାଜକତା ସମସ୍ତ ସୀମା ଉଲଙ୍ଘନ କରିଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର୍ ଅଛି ଏବଂ ସାଧାରଣ ଉପୋଭୋକ୍ତା ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିଥିବାବେଳେ ସାମାନ୍ୟ ବର୍ଷା,ପବନ,ଧୂଳିଝଡରେ ଯେଉଁଭଳି ଭାବରେ ମନଇଚ୍ଛା ବିଦ୍ୟୁତ କାଟ କରାଯାଉଛି ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ୪୫ଡିଗ୍ରୀ ଖରାରେ ଲୋକ ହନ୍ତସନ୍ତ ହେଉଛନ୍ତି ।ସାଧାରଣ ଉପୋଭୋକ୍ତା,ବୁଦ୍ଧିଜୀବି,ଗଣମାଧ୍ୟମ,ସ୍ଵେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳ ଗୁଡିକ ବିଜୁଳି କାଟ ପ୍ରତିବାଦର ସ୍ୱର ଉତ୍ତୋଳନ କଲେ ସୁଦ୍ଧା ଉଭୟ ରାଜ୍ୟ ସରକାର ଏବଂ ଟାଟା ପାୱାର୍ ଜବାବ ଦେଉନାହାନ୍ତି । ଯେପରି ମାନେ ହେଉଛି,ଏ ସମସ୍ତ ବ୍ୟବସ୍ଥାର ମାଲିକ ରାଜ୍ୟ ସରକାର ନୁହଁ ଟାଟା ପାୱାର୍ । କେବଳ ମାତ୍ର ବିଜୁଳି ବିତରଣ ପାଇଁ ଅନୁବନ୍ଧିତ ହୋଇଥିବା ଗୋଟିଏ ଘୋରୋଇ କମ୍ପାନୀ ପ୍ରତି ରାଜ୍ୟ ସରକାରଙ୍କ ଏହିଭଳି ଅହେତୁକ ଅନୁକମ୍ପା ସବୁଠାରୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି । ଗଞ୍ଜାମ ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ କଣ ପାଇଁ‌ ? ରାଜ୍ୟରେ ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାର ଦାୟୀତ୍ବ ନେଇଥିବା ଟାଟା ପାୱାର୍ ସମସ୍ତ ଚୁକ୍ତି ଓ ନିୟମକୁ ଖିଲାପ କରୁଛି ଏବଂ ଗ୍ରାମାଞ୍ଚଳରେ ଦିନକୁ ୫-୬ ଘଣ୍ଟା ରୁ ଉର୍ଦ୍ଧ ଏବଂ ସହରାଞ୍ଚଳରେ ଦିନକୁ ୨୦-୨୫ ଥର ଅଘୋଷିତ ବିଦ୍ୟୁତ କାଟ କରିବା ସାଧାରଣ ଜନତାଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେବା ସହ ସମାନ । ୧୯୯୫ ମସିହା ରୁ ରାଜ୍ୟ ବାସୀଙ୍କ ଟେକ୍ସ ପଇସାରେ ବିଜୁଳି ବିଭାଗର ଭିତ୍ତିଭୁମିର ଆଧୁନିକିକରଣ ଆରମ୍ଭ ହୋଇଥିଲା । ରାଜ୍ୟର ସମସ୍ତ ବିଜୁଳି ଭିତ୍ତିଭୁମିକୁ ମାଗଣା ସଂମ୍ପୁର୍ଣ୍ଣ ବ୍ୟବହାର କରି ମଧ୍ୟ ବିଜୁଳି ସେବା ଯୋଗେଇ ଦେବାରେ ଟାଟା ପାୱାର୍ ଫେଲ୍ ମାରିଛି ଏବଂ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ରାଜ୍ୟ ସରକାର ଟାଟା ପାୱାର୍ ଉପରୁ ନିଜ ନିୟନ୍ତ୍ରଣ ହରାଇଛନ୍ତି । ବାସ୍ତବରେ ଏଠି କିଏ ସରକାର ଚଳାଉଛି ଏବଂ ଏହି ସରକାରର ମାଲିକ କିଏ ବୋଲି ବିଜେପି ପଚାରୁଛି ।୧୯୯୫ ରୁ ସାଧାରଣ ଲୋକ ମାନଙ୍କ ପଇସାରେ ବିଦ୍ୟୁତ ଯୋଗାଣର ଆଧୁନିକିକରଣ ଓ ସଂଯୋଗିକରଣ ପାଇଁ ହଜାର ହଜାର କୋଟି ନେଇ ସରକାର ଚଳୁ କରିଦେଇ ସମସ୍ତ ଭିତ୍ତିଭୁମିକୁ ଘରୋଇ କମ୍ପାନୀକୁ ଟେକି ଦେବା ଏବଂ ପରବର୍ତ୍ତୀ ସମୟରେ ସେଥିରେ ନିଜ ଅଧିକାର ହରେଇବା ଜଳ ଜଳ ହୋଇ ଦିସୁଛି‌ । ଓଇଆରସି ନିୟମକୁ ଉଲଙ୍ଘନ କରି ଭିତ୍ତିଭୁମି ବିକାଶ ନାମରେ ଯେଉଁ ୨୭୨୭ କୋଟି ଟଙ୍କା ଆଦାୟ କରାଯାଇଥିଲା ଏବଂ ଏହି ଟଙ୍କା ଫେରେଇବାକୁ ନିର୍ଦ୍ଧେଶ ଥିବା ସତ୍ୱେ ତହା ଫେରସ୍ଥ କରିଲେ ନାହିଁ । ବିଜୁଳି ବଳକା ରାଜ୍ୟ ଭାବେ ପରିଗଣିତ ଓଡ଼ିଶା ବାସୀଙ୍କ ଉପରେ ବିଜେଡ଼ି ସରକାରର ଏହିଭଳି ଜୁଲୁମ୍ କାହିଁକି । ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ଜିଲ୍ଲାରେ ଏହିଭଳି ଜୁଲୁମ୍ ପାଇଁ କିଏ ଉତ୍ତରଦାୟୀ । ଜିଲ୍ଲାବାସୀ କେତେ ଘଣ୍ଟା ବିଦ୍ୟୁତ କାଟ ସହିବେ ତାହା ଟାଟା ପାୱାର୍ ସ୍ପଷ୍ଟ କରୁ । ବିଦ୍ୟୁତ କାଟ ବନ୍ଦ କରି ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗେଇଦେବା,ଟାଟା ପାୱାର ବିଦ୍ୟୁତ ଉପଭୋକ୍ତା ଶୋଷଣ ବନ୍ଦ କରିବା, ବିଦ୍ୟୁତ ଭିତ୍ତିଭୂମିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା, ବିଦ୍ୟୁତ ବିଭାଗରେ ଖର୍ଚ୍ଚ ହେଇଥିବା ୨୦ ହଜାର କୋଟି ଟଙ୍କାର ତଦନ୍ତ କରାଯିବା,ଉନ୍ନତ ମାନର ବିଦ୍ୟୁତ ସେବା ଯୋଗେଇଦେବା ଓ ଶକ୍ତି ମନ୍ତ୍ରୀଙ୍କ ଇସ୍ତଫା ଦାବୀ ନେଇ ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଟାଟା ପାୱାର କାର୍ଯ୍ୟାଳୟ ଠାରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଜ ପ୍ରତିନିଧିତ୍ବ ଜିଲ୍ଲା ହୋଇଥିବାରୁ ନିଜେ ମୁଖ୍ୟମନ୍ତ୍ରୀ ତୁରନ୍ତ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନଚେତ ଆଗାମୀ ଦିନରେ ଗଞ୍ଜାମ ବିଜେପି ପକ୍ଷରୁ ରାଜ ରାସ୍ତାରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ‌ ବୋଲି ଶ୍ରୀ ପତି ଚେତାବନୀ ଦେଇଛନ୍ତି । ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର,ଜିଲ୍ଲା ଉପସଭାପତି ଡ଼ା.ସୁବାଷ ସାହୁ,ମନୋଜ ପଟ୍ଟନାୟକ, ରାମ କୁମାର ପାତ୍ର,ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥି,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି,ବାଳକୃଷ୍ଣ ସାମନ୍ତରା,ସୁଶିଳା ମଲ୍ଲିକ,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ମାତା ପ୍ରସାଦ ନାୟକ,ସୁମିତ ପାତ୍ର,ଆକାଶ ଗୌଡ଼,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ, ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ୱାଳ, ବର୍ଷା ବିଦ୍ୟୁସ୍ମିତା ପାଳ,ପ୍ରେମଶିଳା ନନ୍ଦ, ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ, ଗୋପିନାଥ ପଣ୍ଡା,ସରୋଜ ପାତ୍ର,ସନତ ନାୟକ,ପଞ୍ଚୁ ବେହେରା,ଶିବ ପାତ୍ର,ରବିନ୍ଦ୍ର ସାହୁ,ସୁନିଲ ପାତ୍ର,ବାଙ୍କାନିଧି ସେଠୀ, ସରୋଜ କୁମାର ଦାସ,ବିଜୟ ପାତ୍ର, ଅରବିନ୍ଦ ମଣ୍ଡଳ,ମନୋଜ ପାଢ଼ୀ,ରବି ନାରାୟଣ ସାବତ,ବାପି ପ୍ରଧାନ, ଏସ୍.ଶ୍ରୀନିବାସ,ରାମହରି ଖଣ୍ଡୁଆଳ, ଡ଼ା.ଅମୁଲ୍ୟ ଚୌଧୁରୀ,ମନୋଜ ମହାରଣା,ଲଳିତ ବିଷୋୟୀ ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ୍ ହେଇଥିଲେ । ଶେଷରେ ଟାଟା ପାୱାର କାର୍ଯ୍ୟାଳୟ ସିଇଓ ଙ୍କୁ ଦଳ ପକ୍ଷରୁ ଏକ ଦାବୀ ପତ୍ର ଦିଆଯାଇଥିଲା ଏବଂ ସେ ଏହା ଉପରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here