ଭାରତୀୟ ସେନାର ସମୃଦ୍ଧ, ସଂସ୍କୃତି ଏବଂ ଐତିହ୍ୟ ସହିତ ପରିଚୟ କରାଇବା ନେଇ କର୍ମଶାଳା

0
74

ଛତ୍ରପୁର, ୨୭/୦୭/୨୦୨୩: ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ ସେଣ୍ଟର ପକ୍ଷରୁ ଭାରତୀୟ ସେନାର ସମୃଦ୍ଧ, ସଂସ୍କୃତି ଏବଂ ଐତିହ୍ୟ ସହିତ ଅବସରପ୍ରାପ୍ତ ସେନା ଯୁବକ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୦୦ ଜଣ ଛାଗ୍ର ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟ ହେବା ସାଥେସାଥେ ଦକ୍ଷିଣ ଓଡିଶାର ଅବସରପ୍ରାପ୍ତ ସେନା ମାନଙ୍କର ଅବସରପରେ ଦେଖାଦେଇଥିବା ଅବସର ସୁବିଧାର ସମସ୍ଯା ଗୁଡିକ ସମ୍ପର୍କରେ ତର୍ଜମା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଗଣ ଆର୍ମି ଏୟାର ଡିଫେନ୍ସ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ଆର୍ମି ଏୟାର ଡିଫେନ୍ସ ଇତିହାସ ସମ୍ପର୍କିତ ଏକ ପ୍ରେରଣା ଦାୟକ ଚଳଚିତ୍ର ମଧ୍ଯ ଦେଖିଥିଲେ । ଡିଫେନ୍ସ ରେଜିମେଣ୍ଟର ବ୍ଯାଣ୍ଡ ପ୍ରଦର୍ଶନ ହୋଇଥିଲା । ଏହି କାର୍ଯ୍ୟକ୍ରମ ଯୁବକ ଛାତ୍ର ମାନଙ୍କୁ ବହୁତ ପ୍ରଭାବ ପକାଇଥିଲା । ସେମାନଙ୍କୁ ପ୍ରତିରକ୍ଷା ସେବାରେ ଯୋଗ ଦେବାକୁ ତଥା ମାତୃଭୂମିର ସେବା କରିବାକୁ ଉତ୍ସାହିତ କରିଛି

LEAVE A REPLY

Please enter your comment!
Please enter your name here