ସରକାରୀ କାର୍ଯ୍ୟର ସଫଳତା ଗ୍ରାମ ସଭା/ଓ୍ବାର୍ଡସଭା ଦ୍ବାରା ହିଁ ସମ୍ଭବ- ଜିଲ୍ଲାପାଳ

0
177

ଛତ୍ରପୁର,୨୮/୦୭/୨୦୨୩: ଗଞ୍ଜାମ ଜିଲ୍ଲାରେ ସଂପ୍ରତି ଚାଲିଥିବା ତିନିଗୋଟି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସକାଶେ ଗ୍ରାମ ସଭା କରି ଆଲୋଚନା ବିମର୍ଶ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଗୁରୁତ୍ବ ଆରୋପ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନ ସମୟରେ ଆଭାସୀ ବୈଠକ ମାଧ୍ୟମରେ ଏହି ସୂଚନା ପ୍ରଦାନ କରି ଜିଲ୍ଲାପାଳ ଅବଗତ କରାଇଛନ୍ତିଯେ, ଗ୍ରାମ ସଭାହିଁ ପ୍ରକୃତ ସଭା । ଯେଉଁଠି ଜନ ପ୍ରତିନିଧି, ଗ୍ରାମର ମୁଖିଆ, ଗ୍ରାମ ଲୋକେ ଏବଂ ସରକାରୀ ଅଧିକାରୀ ଏକାଠି କରି ଏହି ବୈଠକ ଆଗତ କରନ୍ତୁ । ବର୍ତ୍ତମାନ ସରକାରଙ୍କ ତିନିଗୋଟି ମୁଖ୍ୟ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ଚାଷୀଙ୍କ ପଞ୍ଜିକରଣ, ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଏବଂ ଫାଇଲେରିଆ ରୋଗର ସମ୍ପୂର୍ଣ୍ଣ ମୂଳପୋଛ ସକାଶେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ଗ୍ରାମ ସଭା ଆୟୋଜନ କରି ଲୋକଙ୍କ ସହଭାଗିତା ସକାଶେ ଗୁରୁତ୍ବ ଦିଆଯାଉ ।
ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ୧୬ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨ ଲକ୍ଷ ୩୦ ହଜାର ୫୯୦ ଜଣ ଚାଷୀଙ୍କୁ ପଞ୍ଜିକରଣ କରିବାର ଅଛି । ଗତବର୍ଷ ସୁଦ୍ଧା ୧ ଲକ୍ଷ ୭ ହଜାର ଚାଷୀ ପଞ୍ଜିକରଣ ହୋଇଛନ୍ତି । ଚଳିତ ବର୍ଷ ୩୧ ହଜାର ୯୭୦ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ବଳକା ଚାଷୀଙ୍କୁ ଯଥାଶୀଘ୍ର ନିର୍ଦ୍ଧାରିତ ସମୟସୀମା ମଧ୍ଯରେ ପଞ୍ଜିକରଣ କରିବାର ଅଛି । ଏଣୁ ସଚେତନତା କାର୍ଯ୍ୟକୁ ବ୍ୟାପକ କରାଯାଉ । ସରକାରଚାଷୀଙ୍କ ପ୍ରିମିୟମ୍ ଟଙ୍କା ବୀମା କମ୍ପାନୀଙ୍କୁ ଦେଉଛନ୍ତି । ଚାଷୀଗଣ କେବଳ ଏକ ଟଙ୍କା ମାତ୍ର ଜମା ଦେଇ ଫସଲବୀମାରେ ଅନ୍ତର୍ଭୁକ୍ତ ହୋଇ ପାରିବେ । ଜଣେ ଚାଷୀ ସେମାନଙ୍କ ଜମି ଆକଳନ ପ୍ରକାରେ ପଞ୍ଜିକୃତ ହେବେ । ଏହା ସରକାରଙ୍କର ଗୋଟିଏ ଉତ୍ତମ ଯୋଜନା । ଆଗାମୀ ଭବିଷ୍ୟତରେ କୃଷିକ୍ଷେତ୍ରରେ କୌଣସି ଅସୁବିଧା ହେଲେ ପଞ୍ଜିକୃତ ହୋଇଥିବା ଚାଷୀଙ୍କର ସୁବିଧା ହେବ । ଏଣୁକରି ଏଥି ସକାଶେ କୃଷି ବିଭାଗ, ଗୋଷ୍ଠୀ ଉନ୍ନଯନ ଅଧିକାରୀ, ତହସିଲଦାରଗଣ ଅଧିକ ଯତ୍ନଶୀଳ ହେବାକୁ କୁହାଯାଇଛି ।
ଦ୍ବିତୀଯତଃ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟ ଚାଲିଛି । ଯଦି ସଠିକ ଏବଂ ସଂଶୋଧନ ପ୍ରକ୍ରିୟା ଭୋଟତାଲିକାଟି ପ୍ରକାଶନ ହେବ ତେବେ ଆଗାମୀ ନିର୍ବାଚନରେ କୌଣସି ଅସୁବିଧା ଦେଖାଯିବ ନାହିଁ । ଘରକୁଘର ବୁଲି ସଂଶୋଧନ କାର୍ଯ୍ୟ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ବାରା ଚାଲିବ । ଏହି କାର୍ଯ୍ଯଟି ଯେମିତି ସଫଳ ହେବ ସେଥି ସକାଶେ ଗ୍ରାମସଭାରେ ଆଲୋଚନା କରିବାକୁ ଜଣାଇଥିଲେ । ସହରାଞ୍ଚଳ ଗୁଡିକରେ ଓ୍ବାର୍ଡ ସଭା ଆଗତ କରି ସଚେତନତା କାର୍ୟ୍ଯକୁ ବ୍ୟାପକ କରିବାକୁ କୁହାଯାଇଛି । ଏହା ବ୍ଯତୀତ ଆସନ୍ତା ୦୧.୧୦.୨୦୨୩ ସୁଦ୍ଧା ଯେଉଁ ନାଗରିକ ମାନଙ୍କର ବୟସ ୧୮-୧୯ ବର୍ଷ ହେବ ସେମାନଙ୍କ ନାମ ପଞ୍ଜିକରଣ କରାଇବା ସକାଶେ ତଥ୍ୟ ସଂଗ୍ରହ କରିବେ । ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବା ନିମନ୍ତେ ଫର୍ମ ନଂ-୬ , ନାମ ବାଦ କରିବା ନିମନ୍ତେ ଫର୍ମ ନଂ- ୭, ନାମ ସଂଶୋଧନ କରିବା ନିମନ୍ତେ ଫର୍ମ ନଂ-୮, ଆଧାର ସହିତ ଭୋଟ ପରିଚୟ ପତ୍ର ସଂଯୋଗ କରିବା ନିମନ୍ତେ ଫର୍ମ ନଂ- ୬ (ଖ) ବ୍ଯବହାର କରିବା ପାଇଁ ଜନ ସାଧାରଣଙ୍କୁ ଜଣାଇ ଦିଆଯାଉଛି । ଆସନ୍ତା ତା.୧୭.୧୦୨୦୨୩ ରିଖରେ ଭୋଟର ଚିଠା ତାଲିକା ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶନ ହେବ । ପ୍ରକାଶନ ହେବା ଦିନ ଠାରୁ ତା.୩୦.୧୧.୨୦୨୩ ରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଗୁଡିକ ଶୁଣାଣୀ ହେବ । ଅଭିଯୋଗ ଶୁଣାଣୀ ଗୁଡିକ ତା.୨୬.୧୨.୨୦୨୩ ରିଖ ସୁଦ୍ଧା ଫୈସଲା କାର୍ଯ୍ୟ ଶେଷ ହୋଇ ଜାନୁୟାରୀ ୫, ୨୦୨୪ ରିଖ ଦିନ ସମ୍ପୂର୍ଣ୍ଣ ସଂଶୋଧନ ଭୋଟର ତାଲିକା ପ୍ରକାଶନ ହେବ ।
ବିଶେଷ ଭାବେ ଆଧାର କାର୍ଡ ସଂଯୋଗ କରିବାକୁ ଗୁରୁତ୍ବ ଦେଇ କହିଥିଲେ ଜିଲ୍ଲାର ୮୩ ପ୍ରତିଶତ ଲୋକଙ୍କର ଆଧାରକାର୍ଡ ସହିତ ଭୋଟର ତାଲିକା ସଂଯୋଗ ହୋଇଛି । ବଳକା ଲୋକଙ୍କର କେମିତି ସଂଯୋଗ ହେବ ଏବଂ ଏହା ଶତପ୍ରତିଶତ ପୂର୍ଣ୍ଣ ହେବ ସେହି ଦିଗ ପ୍ରତି ଦୃଷ୍ଟି ଦେବାକୁ ଜଣାଇଥିଲେ ।
ତୃତୀୟତଃ ଜିଲ୍ଲାରୁ ଫାଇଲେରିଆ ରୋଗର ସମ୍ପୂର୍ଣ୍ଣ ନିରାକରଣ ସକାଶେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅଗଷ୍ଟ ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଡାକ୍ତରୀ ଭାଷାରେ ଯଦି ଥରେ ଫାଇଲେରିଆ ରୋଗରେ ଆକ୍ରାନ୍ତ ହୁଅନ୍ତି ମଣିଷର ଗୋଦର ଗୋଡ ଠିକ୍ ହେବ ନାହିଁ । ଏଣୁ ବର୍ଷକୁ ଥରେମାତ୍ର ଔଷଧ ସେବନ କରି ଏହି ରୋଗରୁ ବର୍ତ୍ତିପାରିବ । ମନୁଷ୍ୟ ଶରୀରର ଉଚ୍ଚତା ଓ ବୟସକୁ ଦେଖି ଏହି ଔଷଧ ଖଉଆଇ ଦିଆଯିବ । ଲୋକଙ୍କ ହାତରେ ଏଣିକି ଔଷଧ ଧରାଇ ଦିଆଯିବନାହିଁ । ଏ.ଏନ୍.ଏମ୍. ଏବଂ ଆଶାକର୍ମୀଙ୍କ ସାମ୍ନାରେ ଔଷଧ ଖାଇବେ । ଚଳିତ ବର୍ଷ ବିଦେଶରୁ ଅତି ଉତ୍ତମ ଓ ଉଚ୍ଚକୋଟୀର ଔଷଧ ହସ୍ତଗତ ହୋଇଛି । ଏଣୁ ନିର୍ଭୟରେ ଖାଇବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାର ଜନସଂଖ୍ୟା ୩୮୫୪୦୪୩ ଅନୁସାରେ ୧୨୬୬୮ ଜଣ ଔଷଧ ବିତରଣ ପ୍ରଶାସକ ୧୨୬୭ ଜଣ ସୁପରଭାଇଜର୍, ୧୧୯ ଗୋଟି ଆର୍.ଆର୍.ଟି ଦଳ ଔଷଧ ଖୁଆଇବା କାର୍ଯ୍ୟରେ ନିୟୋଜିତ ହେବେ । ଡି.ଇ.ସି. ବଟିକା ୭୫୧୪୨୨୩ ଗୋଟି ଇନଭରମେକ୍ଟିନ Invermectin ବଟିକା ୭୫୧୪୨୨୩ ଗୋଟି ଏବଂ ଆଲବେଣ୍ଡାଜୋଲ୍ ବଟିକା ୩୦,୦୫,୬୮୯ ଗୋଟି ଆବଶ୍ୟକ । ଏଥି ସକାଶେ ପୂର୍ବ ପ୍ରସ୍ତୁତି ବୈଠକ ଓ ସଚେତନତା କାର୍ଯ୍ୟ ଶେଷ ହୋଇଛି । ଗ୍ରାମ ସଭା ଆୟୋଜନ କରି ଏହି ସମସ୍ତ କାର୍ଯ୍ୟର ସଫଳ ଦିଗରେ ପ୍ରୟାସ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ବୈଠକରେ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କୀର୍ତ୍ତିଭାସନ୍ ଭି, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଉମା ଶଙ୍କର ମିଶ୍ର, ତିନିଗୋଟି ଉପଖଣ୍ଡର ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here