ତପ୍ତପାଣି ଘାଟି ନାଳରୁ ଯୁବତୀଙ୍କ ଗଲିତ ଶବ ଜବତ ଘଟଣା : ହତ୍ୟାକାରୀ ଗିରଫ, ମାଟି ତଳୁ ସୁନା ଜବତ କଲା ପାଟପୁର ପୋଲିସ

0
128

ବ୍ରହ୍ମପୁର,୦୯/୦୮/୨୦୨୩: ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟ ନାଳରୁ ଜନୈକ ଯୁବତୀଙ୍କ ଗଳିତ ଶବ ପଡ଼ିଥିବା ସୂଚନା ପ୍ରକାରେ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଚାରି ଦିନ ତଳୁ ନିଖୋଜ ଥିବା ଏବଂ ଏଥିନେଇ ନିଖୋଜ ଯୁବତୀଙ୍କ ବାପା ପାଟପୁର ଥାନାରେ କରିଥିବା ଅଭିଯୋଗ ପ୍ରକାରେ ଏହା ପୋଡ଼ାମାରି ଚସାସାହିର ନିଖୋଜ ଯୁବତୀ ସଂଗତା ପ୍ରଧାନ ( ୨୭) ବୋଲି ଚିହ୍ନଟ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ବ୍ୟବସ୍ଥା କରିଥିଲା । ସ୍ବତନ୍ତ୍ର ଟିମ୍ ସହ ତନାଘନା ପରେ ଗତକାଲି ରାତିରେ ପୋଲିସ ନିଖୋଜ ଯୁବତୀଙ୍କ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ଜଣକ ପଟିଗୁଡ଼ା ନିକଟ ସିନ୍ଦୁରପୂର୍ ଗ୍ରାମର ମିଥୁନ ବିଷୋୟୀ ବୋଲି ଜଣାପଡ଼ିଛି । ଆଜି ଏନେଇ ପାଟପୁର ଥାନା ପରିସରରେ ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଉପସ୍ଥିତିରେ ପ୍ରେସମିଟ ଦ୍ଵାରା ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ ଗତ କିଛିଦିନ ତଳେ ସଂଗୀତାର ବାପା ନାରାୟଣ ପ୍ରଧାନ ଝିଅ ନିଖୋଜ ଥିବା ନେଇ ପାଟପୁର ଥାନାରେ ଅଭିଯୋଗ କରିଥିଲେ ।ପାଟପୁର ପୋଲିସ ଏ ନେଇ ତଦନ୍ତ ଚଳାଇଥିବା ବେଳେ ଗତ କାଲି ତପ୍ତପାଣି ନିକଟସ୍ଥ ଘାଟି ନାଳରେ ନିଖୋଜ ଯୁବତୀଙ୍କ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ମାଛ ଧରିବାକୁ ଯାଇ ଦେଖିଥିଲେ । ଏବଂ ପାଟପୁର ପୋଲିସକୁ ଖବର ଦେଇଥିଲେ । ପାଟପୁର ପୋଲିସ ଘଟଣସ୍ଥଳରେ ପହଞ୍ଚି ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା । ପରେ ନିଖୋଜ ସଂଗୀତାର ପରିବାରକୁ ସୂଚନା ଦିଆଯାଇଥିଲା । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତ ଯୁବତୀ ସଙ୍ଗୀତା ପ୍ରଧାନ ବୋଲି ଚିହ୍ନଟ କରିଥିଲେ । ନିଖୋଜ ସଙ୍ଗୀତା ୪ ବର୍ଷ ତଳେ ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ରେ ବିବାହ କରିଥିଲେ । ପରେ ତାଙ୍କର ଛାଡପତ୍ର ମଧ୍ୟ ହୋଇଥିଲା। ସଙ୍ଗୀତା ପୋଡାମାରୀ ବାପଘରେ ରହୁଥିବା ବେଳେ ସିନ୍ଦୁରପୁର ମିଥୁନ ବିଷୋୟୀଙ୍କ ସହ ଭଲପାଇ ଘରୁ କିଛି ଟଙ୍କା ଓ ସୁନା ଅଳଙ୍କାର ନେଇ ଫେରାର ହୋଇଥିବା ମୃତ ଯୁବତୀଙ୍କ ବାପା ନାରାୟଣ ପ୍ରଧାନ ପାଟପୁର ଥାନାରେ ଅଭିଯୋଗ କରିଥିଲେ । ।ଗତ କାଲି ଯୁବତୀର ମୃତ ଦେହ ଉଦ୍ଧାର ପରେ ଅଭିଯୁକ୍ତକୁ ଧରିବା ପାଇଁ ଏଡିପିଓଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ମାଟିତଳେ ପୋତିଥିବା ସୁନା ଅଳଙ୍କାର ଉଦ୍ଧାର କରାଯିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ତଦନ୍ତ ଚାଲୁ ରହିଥିବା ବେଳେ ଏଥିରେ ସମ୍ପୁକ୍ତ ସନ୍ଦେହରେ ପୋଲିସ ଅନୁସନ୍ଧାନ ଜାରି ରହିଥିବା ପ୍ରେସମିଟରେ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here